Posted inଜାତୀୟ

ଆଖି ବୁଜିଲା ‘ସୁପର ମମ୍‌’

ଭୋପାଳ, ୧୭ା୧: କୋଲାରଓ୍ବାଲି ଭାବେ ଜଣାଶୁଣା ଏକ ବାଘୁଣୀର ମଧ୍ୟପ୍ରଦେଶ ପେଞ୍ଚ ବ୍ୟାଘ୍ର ସଂରକ୍ଷଣ(ପିଟିଆର୍‌) ରେ ଶନିବାର ମୃତ୍ୟୁ ହୋଇଛି। ଏହାର ବୟସ ପ୍ରାୟ ୧୬ ବର୍ଷରୁ ଊର୍ଦ୍ଧ୍ୱ ହେବ। ବୟସାଧିକ୍ୟ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଜଣାଯାଇଛି। ବାଘୁଣୀଟି ମୋଟ ୨୯ ଛୁଆଙ୍କୁ ଜନ୍ମ ଦେଇଥିଲା। ଏ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀ ଡ. ନରୋତ୍ତମ ମିଶ୍ର ଟୁଇଟ୍‌ କରିଛନ୍ତି। ମଧ୍ୟପ୍ରଦେଶକୁ ବ୍ୟାଘ୍ର ସଂରକ୍ଷଣରେ ଏକ ସ୍ବତନ୍ତ୍ର ପରିଚୟ ମିଳିବା ପଛରେ ଏହି ‘ସୁପର ମମ୍‌’ର ବେଶ୍‌ ଅବଦାନ ରହିଛି। ଏହାର ମୃତ୍ୟୁ ଦୁଃଖଦାୟକ ବୋଲି ସେ ଲେଖିଛନ୍ତି। ଏହି ବାଘୁଣୀର ଅଫିସିଆଲ ନାମ ଟି-୧୫ ରହିଥିବାବେଳେ ତାକୁ କୋଲାରଓ୍ବାଲି ବୋଲି ଡକାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା

ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍‌ ଗାଁ ଏହି...

କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ

ନୂଆଦିଲ୍ଲୀ, ୨୧।୫: କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ...

ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ: ସିଧାପ୍ରସାରଣ ଆବେଦନ ଖାରଜ; ଶହେ ଦିନରେ ଫଇସଲା ସମ୍ଭାବନା

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ତେବେ ବିଚାର ପ୍ରକିୟାର ସିଧାପ୍ରସାରଣ ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।...

ରାଣେଙ୍କୁ ସଂଖ୍ୟା ଯୋଗାଡ଼ ଦାୟିତ୍ୱ

ମୁମ୍ବାଇ,୨୫ା୧୧: ଦେବେନ୍ଦ୍ର ଫଡ୍‌ନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସତ, କିନ୍ତୁ ସରକାରକୁ ତିଷ୍ଠାଇ ରଖିବା ପାଇଁ ଆବଶ୍ୟକ ସଂଖ୍ୟାବଳ ଥିବା ଭଳି ମନେହେଉନାହିଁ।...

୧୭୦ ଦିନ ପରେ ଦାଢି-ନିଶ ଟ୍ରିମ କଲେ ରାହୁଲ, ଲଣ୍ଡନରେ କୁଲ ଲୁକରେ ନଜର ଆସିଲେ

ନୂଆଦିଲ୍ଲୀ/ଲଣ୍ଡନ,୧ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଏବେ ସେ ବ୍ରିଟେନ ଗସ୍ତରେ ଅଛନ୍ତି । ସେଠାରେ ସେ...

ଦିଲ୍ଲୀରେ ମୋଦିଙ୍କ ମେଗା ରୋଡ୍‌ ଶୋ’

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସୋମବାର ଏକ ମେଗା ରୋଡ୍‌ ଶୋ’ କରିଛନ୍ତି। ଏହି ରୋଡ୍‌ ଶୋ’ ପଟେଲ ଛକରୁ ବାହାରି ଏନ୍‌ଡିଏମ୍‌ସି ସମ୍ମିଳନୀ...

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି...

ଜମ୍ମୁ-କଶ୍ମୀରରେ ମାନବାଧିକାରର ହେଉଛି ଉଲ୍ଲଂଘନ: ମମତା ବାନାର୍ଜୀ

କୋଲକାତା,୧୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ମମତା ଟୁଇଟ୍‌ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାରର...

Advertisement
Archives

Model This Week