ମହାମାରୀରେ ଧନୀକଙ୍କ ସଂଖ୍ୟା ବଢ଼ିଛି, ମଧ୍ୟବିତ୍ତ ଦେଇଛନ୍ତି ଅଧିକ ଟିକସ…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ଗତ ଏକ ବର୍ଷ ମଧ୍ୟରେ ଦେଶର ୮୪ ପ୍ରତିଶତ ପରିବାର ଜୀବିକା ହରାଇଛନ୍ତି। ସେମାନଙ୍କର ଆୟ କମିବାରେ ଲାଗିଛି।

ତେବେ ଏହି ସମୟ ମଧ୍ୟରେ ଭାରତରେ ଧନୀକଙ୍କ ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଛି। ଦେଶର ୯୮ ଜଣ ଶୀର୍ଷସ୍ତରର ଧନୀକଙ୍କର ସମ୍ପତ୍ତି ପ୍ରାୟ ୪୯.୨୭ ଲକ୍ଷ କୋଟିରେ ପହଞ୍ଚିଛି। ଏହା ନିମ୍ନ ବର୍ଗର ୫୫.୫ କୋଟି ଲୋକଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ସହିତ ସମାନ ହୋଇଛି।

ଏନଜିଓ ଅକ୍ସଫାମ ଇଣ୍ଡିଆର ଇନଇକ୍ୱାଲିଟି କିଲ୍ସ (ଅସମାନତା ହତ୍ୟା) ଶୀର୍ଷକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ଭାରତର ୧୦୦ ଧନୀକଙ୍କ ମୋଟ ସମ୍ପତ୍ତି ୫୭.୩ ଲକ୍ଷ କୋଟିରେ ପହଞ୍ଚିଥିଲା।

ବିଭିନ୍ନ ଅସମାନତା ଯୋଗୁ ପ୍ରତିଦିନ ୨୧ ହଜାର ଲୋକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି
ଅକ୍ସଫାମର ସିଇଓ ଅମିତାଭ ବେହାର କହିଛନ୍ତି। ଏହି ରିପୋର୍ଟ ଅସମାନତାର କଠୋର ବାସ୍ତବତାକୁ ଦର୍ଶାଉଛି। ଏହି ଭିନ୍ନତା ଯୋଗୁ ପ୍ରତି ଚାରି ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେଉଥିବା ସେ କହିଛନ୍ତି।
କରୋନା ମହାମାରୀ ଲିଙ୍ଗଗତ ସମାନତାକୁ ୯୯ ବର୍ଷରୁ ୧୩୫ ବର୍ଷ ପଛକୁ ଠେଲି ଦେଇଛି।

୨୦୨୦ ରେ ମହିଳାମାନଙ୍କର ମୋଟ ରୋଜଗାରରେ ୫୯.୧୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ୨୦୧୯ ତୁଳନାରେ ବର୍ତ୍ତମାନ ମହିଳା କର୍ମଜୀବୀଙ୍କ ସଂଖ୍ୟା ୧.୩ କୋଟି କମ୍‌ ହୋଇଛି। ସେହିପରି ୪.୬ କୋଟିରୁ ଅଧିକ ଭାରତୀୟ ଅତ୍ୟଧିକ ଦାରିଦ୍ର୍ୟରେ ପହଞ୍ଚିଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତରେ ମହାମାରୀ ସମୟରେ ମାର୍ଚ୍ଚ ୨୦୨୦ରୁ ୩୦ ନଭେମ୍ବର ୨୦୨୧ ମଧ୍ୟରେ କୋଟିପତିଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟିରୁ ୫୩.୧୬ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ମିଳିତ ଜାତିସଂଘ ଅନୁଯାୟୀ ଏହି ସଂଖ୍ୟା ପୃଥିବୀରେ ସୃଷ୍ଟି ହୋଇଥିବା ନୂତନ ଗରିବ ଲୋକଙ୍କର ପ୍ରାୟ ଅଧା । ଭାରତରେ ଚତୁରତାର ସହ ପରିଚାଳିତ ଅର୍ଥନୀତିରୁ ବିପର୍ଯ୍ୟସ୍ତ ଅଥନୈତିକ ଅସମାନତା ସୃଷ୍ଟି ହୋଇଛି। ଏହା ଦ୍ୱାରା ଗରିବ ଏବଂ ଅବହେଳିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗତ ଚାରି ବର୍ଷ ମଧ୍ୟରେ କର୍ପୋରେଟ ଟିକସର ଅନୁପାତ ହ୍ରାସ ପାଇଥିବା ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ରାଜସ୍ବର ଅଂଶ ଭାବରେ ପରୋକ୍ଷ ଟିକସ ବୃଦ୍ଧି ପାଇଛି। ୨୦୨୦-୨୧ର ପ୍ରଥମ ଛଅ ମାସରେ, ପୂର୍ବ ବର୍ଷ ତୁଳନାରେ ଇନ୍ଧନ ଉପରେ ଟିକସ ୩୩ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯାହା କରୋନା ପୂର୍ବ ଅବଧି ତୁଳନାରେ ୭୯ ପ୍ରତିଶତ ଅଧିକ। ଏଥି ସହିତ, ୨୦୧୬ରେ, ଧନୀକ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଲାଗୁ ହୋଇଥିବା ସମ୍ପତ୍ତି ଟ୍ୟାକ୍ସ ରଦ୍ଦ ହୋଇଛି।

ନିବେଶକୁ ଆକର୍ଷିତ କରିବା ପାଇଁ ଗତ ବର୍ଷ କର୍ପୋରେଟ ଟିକସ ୩୦ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ପାଇ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଏହାଦ୍ୱାରା ଦେଶର ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇଛି। ଏହି ଧାରା ସତ୍ୟକୁ ପ୍ରତିଫଳିତ କରେ ଯେ ଗରିବ, ବର୍ଗର ଏବଂ ମଧ୍ୟବିତ୍ତ ମହାମାରୀର ମୁକାବିଲା ବେଳେ ଅଧିକ ଟିକସ ଦେଇଛନ୍ତି। ଯେତେବେଳେ ଧନୀ ଲୋକମାନେ ମହାମାରୀରେ ମଧ୍ୟ ସେମାନଙ୍କର ଅଂଶ ନ ଦେଇ ସେମାନଙ୍କର ସମ୍ପତ୍ତିକୁ ବହୁଗୁଣିତ କରିପାରିଛନ୍ତି।

ସରକାର ଶିକ୍ଷା ଏବଂ ସ୍ବାସ୍ଥ୍ୟ ପାଇଁ ବଜେଟ ହ୍ରାସ କରିଛନ୍ତି: ରିପୋର୍ଟ ଅନୁଯାୟୀ,୨୦୨୧-୨୨ରେ କେନ୍ଦ୍ର ସରକାରଙ୍କ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟନ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଶିକ୍ଷା ଆବଣ୍ଟିତ ପରିମାଣରେ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା ବୋଲି ଅକ୍ସଫାମର ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri