Posted inଜାତୀୟ

ଭାଜପାରୁ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ହରକ, କଂଗ୍ରେସରେ ହୋଇପାରନ୍ତି ସାମିଲ

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି । ଉତ୍ତରାଖଣ୍ଡ ଭାଜପାର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ଏହି ଖବର ଦେଇଛନ୍ତି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କଂଗ୍ରେସ ନେତାଙ୍କ ସହ ହରକଙ୍କ ସମ୍ପର୍କ ଥିବା ଅନୁମାନ କରାଯାଇ ଏଭଳି ପଦକ୍ଷେପ ନେଇଛି ଭାଜପା । ଅନୁମାନ କରାଯାଉଛି କି ସୋମବାର ହରକ ସିଂ କଂଗ୍ରେସରେ ଯୋଗ ଦେଇପାରନ୍ତି । ଆଲୋଚନା ହେଉଛି କି ନିକଟରେ ହରକ ସିଂ କ୍ୟାବିନେଟରୁ ଇସ୍ତଫା ଦେଇଦେଇଥିଲେ । ହେଲେ ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନ ଥିଲେ । କିନ୍ତୁ ସେ ସ୍ଥିର କରିଥିଲେ ଭାଜପା ହାତ ଛାଡିବେ ବୋଲି । ଏବେ ତାଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ କଥା ଦର୍ଶାଇ ଦଳରୁ ନିଲମ୍ବିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିବିକୁ କରୋନା ସହ ଯୋଡିବା ଠିକ ନୁହେଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୮ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ପ୍ରତିଦିନ କିନ୍ତୁ ହଜାର ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି...

କରୋନା ଆରୋଗ୍ୟ ହାର ୨୫.୧୯%

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର...

ବଳାତ୍କାର ଅଭିଯୁକ୍ତ ମହନ୍ତଙ୍କୁ ସମର୍ଥନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ,୨ ।୯: କର୍ନାଟକର ପ୍ରସିଦ୍ଧ ଲିଙ୍ଗାୟତ ମଠ ମହନ୍ତଙ୍କ ଉପରେ ଏକ ବଡ ଧରଣର ଅଭିଯୋଗ ଆସିଛି । ଅଭିଯୁକ୍ତ ମହନ୍ତ ସନ୍ଥ ଶିବମୂର୍ତ୍ତି ମୁରୁଗା...

ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବିନା ପଞ୍ଜାବରେ ପ୍ରବେଶ ମନା

ଚଣ୍ଡିଗଡ଼,୧୪ ।୮: ବାହାର ରାଜ୍ୟରୁ ଏବେ ପଞ୍ଜାବ ଯାଉଥିବା ଲୋକଙ୍କ ପାଇଁ ବଡ ସୂଚନା । କରୋନାର ଦୁଇଟି ଯାକ ଟିକା ଅଥବା କରୋନା ଆର୍‌ଟିପିସିଆର୍...

ଏହି ୨ ରାଜ୍ୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଲା ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, ୩୦।୯: କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଲକ୍‌ ଡାଉନ୍‌ ଅବଧିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର...

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ...

ବଦ୍ରିନାଥ ଓ କେଦାରନାଥରେ ବର୍ଷା ଓ ତୁଷାରପାତ: ଅଟକିଲା ଯାତ୍ରା

ଡେରାଡୁନ,୧।୫: ବଦ୍ରିନାଥ ଓ କେଦାରନାଥ ଧାମରେ ଲଗାଣ ବର୍ଷା ଓ ତୁଷାରପାତ ଯୋଗୁ ଚାରିଧାମ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ସୂଚନା...

ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର

ଗୁଆହାଟୀ,୩୦।୧୧: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ରାଜ୍ୟର ପବ୍ଲିକ୍‌ ଓ୍ବାର୍କ୍ସ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ହଜେଲାଙ୍କ...

Advertisement
Archives

Model This Week