ଜାତୀୟ

ସପ୍ତାହାନ୍ତ କର୍ଫ୍ୟୁ ଉଠାଇବାକୁ ନିବେଦନ

ନୂଆଦିଲ୍ଲୀ,୨୧।୧: କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶୁକ୍ରବାର ରାତି ୧୦ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଉଠାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଅନୁମୋଦନ ପାଇଁ ଫାଇଲଟି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜାଲଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ରାଜ୍ୟରେ…

ଦେଶରେ ଦୈନିକ ସଂକ୍ରମଣ ଉପରମୁହାଁ, ଆଜି ୩ ଲକ୍ଷ ୪୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୧: କରୋନାର ତୃତୀୟ ଲହର ଦ୍ରୁତ ଗତିରେ ବଢିଚାଲିଛି। ଏବେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହୁଛି। ତେବେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ପଜିଟିଭିଟି ହାର…

ଟ୍ରେନରୁ ଉଦ୍ଧାର ହେଲା ୭ ଶାଗୁଣା

ଭୋପାଳ,୨୧।୧: ମଧ୍ୟପ୍ରଦେଶ ପୋଲିସ ଗୁରୁବାର ଖାଣ୍ଡଓ୍ବା ଜିଲାରୁ ଏକ ଆନ୍ଥଃ ରାଜ୍ୟ ଶାଗୁଣା ଚୋରାଚାଲାଣ ର଼୍ୟାକେଟ ଉପରୁ ପର୍ଦାଫାଶ କରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ବିଲୁପ୍ତ ପ୍ରାୟ ୭ ଇଜିପ୍ଟିଆନ ଶାଗୁଣାଙ୍କୁ ଉଦ୍ଧାର…

‘ପୁଷ୍ପା’ ଫିଲ୍ମ ଦେଖିବା ପରେ ଜଣଙ୍କୁ ହତ୍ୟା କରି ଭିିଡିଓ ଶୁଟ୍‌ କଲେ

ନୂଆଦିଲ୍ଲୀ,୨୧।୧: ରାଜଧାନୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି ୩ ନାବାଳକ। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ‘ପୁଷ୍ପା’ ଓ ’ଭୌକାଲ’ ଭଳି ଗ୍ୟାଙ୍ଗଷ୍ଟର ଫିଲ୍ମରୁ ଅନୁପ୍ରାଣିତ ହୋଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ମୋବାଇଲ ଫୋନରେ…

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି । ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ’ଦ ମର୍ଣ୍ଣି କନସଲ୍ଟ’ର…

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ…

ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ ମହିଳା

ଚିତୁର(ଆନ୍ଧ୍ରପ୍ରଦେଶ),୨୧।୧: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଛୁରୀରେ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଗୁରୁବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଚିତୁର ଜିଲାର ରେନିଗୁଣ୍ଟା ଅଞ୍ଚଳର ମହିଳା ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାକୁ…

କଂଗ୍ରେସକୁ କେବଳ କଂଗ୍ରେସ ହରାଇ ପାରିବ: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୈତିକ ବାତାବରଣରେ ମଧ୍ୟ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ନିକଟରେ ଏକ ଘରୋଇ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ…

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ବାପା ମା’ ଘରୁକୁ ଫେରିବା…

୫ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ

ନୂଆଦିଲ୍ଲୀ,୨୦।୧: ୫ ବର୍ଷରୁ କମ୍‌ ଛୁଆଙ୍କ ପାଇଁ ମାସ୍କ ଜରୁରୀ ନୁହେଁ। ୬ରୁ ୧୧ ବର୍ଷର ପିଲା ମାସ୍କ ପିନ୍ଧି ପାରନ୍ତି। କିନ୍ତୁ ଏହା ସେମାନଙ୍କର ସୁରକ୍ଷିତ ମାସ୍କ ବ୍ୟବହାରର ଦକ୍ଷତା ଉପରେ ନିର୍ଭର କରେ। ଏଣୁ ସେମାନେ ବାପା ମା’ଙ୍କ…

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ନେଇ ଗୁରୁବାର ଝାଲାଓ୍ବାର ସିଟି ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣକ…

କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି। କିଟ୍‌କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?