Posted inଜାତୀୟ

ଟ୍ରେନରୁ ଉଦ୍ଧାର ହେଲା ୭ ଶାଗୁଣା

ଭୋପାଳ,୨୧।୧: ମଧ୍ୟପ୍ରଦେଶ ପୋଲିସ ଗୁରୁବାର ଖାଣ୍ଡଓ୍ବା ଜିଲାରୁ ଏକ ଆନ୍ଥଃ ରାଜ୍ୟ ଶାଗୁଣା ଚୋରାଚାଲାଣ ର଼୍ୟାକେଟ ଉପରୁ ପର୍ଦାଫାଶ କରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ବିଲୁପ୍ତ ପ୍ରାୟ ୭ ଇଜିପ୍ଟିଆନ ଶାଗୁଣାଙ୍କୁ ଉଦ୍ଧାର କରାଯାଇଛି।

ସୁଲତାନପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସର ଏକ କମ୍ପାର୍ଟମେଣ୍ଟରେ ପକ୍ଷୀଙ୍କ ଶବ୍ଧ ଏବଂ ଗନ୍ଧ ହେଉଥିବା ଯାତ୍ରୀମାନେ ରେଲଓ୍ବେ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ରେଲଓ୍ବେ ପ୍ରୋଟେକଶନ ଫୋର୍ସ (ଆର୍‌ପିଏଫ୍‌) ଏବଂ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଟ୍ରେନରେ ଚଢ଼ାଉ କରାଯାଇ ଶାଗୁଣାଙ୍କୁ ଉଦ୍ଧାର କରାଯାଇଥିଲା।

ଅଭିଯୁକ୍ତଙ୍କୁ ଶାଗୁଣାଙ୍କ ସହ ଥାନାକୁ ନିଆଯାଇଥିଲା। ପଚରାଉଚରା ବେଳେ ଚୋରାଚାଲାଣକାରୀ ଫରିଦ ଶେଖ କହିଥିଲେ, ତାଙ୍କୁ କାନପୁର ଷ୍ଟେଶନରେ ସମୀର ଖାନ ନାମକ ଜଣେ ବ୍ୟକ୍ତି ପକ୍ଷୀ ଦେଇଥିଲେ। ପକ୍ଷୀଙ୍କୁ ମାଲେଗାଓଁ ନେଇ ହାସିମଙ୍କୁ ଦେବାକୁ କହିଥିଲେ। ଏ ବାବଦକୁ ସମୀର ୧୦ ହଜାର ଟଙ୍କା ଦେଇଥିଲେ।

ବନ୍ୟଜନ୍ତୁ ସୁରକ୍ଷା ଆଇନରେ ଏ ନେଇ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ କରାଯାଉଛି। ଜବତ ଶାଗୁଣାକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌...

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା...

ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ

ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ...

ଆତଙ୍କବାଦୀ ଆକ୍ରମଣ: ୨ ଶିଶୁ ମୃତ

ରାଜୌରୀ/ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅନ୍ତର୍ଗତ ଡାଙ୍ଗ୍ରୀ ଗ୍ରାମରେ ଆତଙ୍କବାଦୀମାନେ ୧୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ନାବାଳକ ଭାଇଭଉଣୀ ପ୍ରାଣ...

ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍‌

ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା...

ଇପିଏସ୍‌ ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ

ଚେନ୍ନାଇ, ୨୯ା୩(ପି.ଟି.): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ମଙ୍ଗଳବାର ଦଳ ପକ୍ଷରୁ ଘୋଷଣା କରାଯାଇଛି।...

ଯବାନଙ୍କ ପାଇଁ ଗୀତ ଗାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୨: କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ସେ ଭାରତୀୟ ଯବାନଙ୍କ ପାଇଁ ଗୀତ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ୧୫୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୮ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ଆଇପିସି ଧାରା ୨୮୩ ଅନୁଯାୟୀ ୧୫୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ...

Advertisement
Archives

Model This Week