ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି । ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ’ଦ ମର୍ଣ୍ଣି କନସଲ୍ଟ’ର ସର୍ଭେ ଅନୁଯାୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍ରୁଭାଲ ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମେତ ବିଶ୍ୱର ୧୩ ରାଷ୍ଟ୍ରମୁଖ୍ୟଙ୍କୁ ପଛରେ ପକାଇ ଦେଇଛନ୍ତି । ସର୍ଭେରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୭୭% ରହିଛି । ୧୩-୧୯ ଜାନୁୟାରୀ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବହୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି । ମୋଦି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମ୍ୟାନୁଏଲ ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିୟା ଦ୍ରାଘି, ଜର୍ମାନ ଚାନସଲର ଓଲାଫ ଶୋଲ୍‌ଜ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ବଡ ବଡ ନେତାଙ୍କୁ ଲୋକପ୍ରିୟତା ଗ୍ରାଫରେ ପଛରେ ପକାଇ ଦେଇଛନ୍ତି । ଏଥର ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୬ ନମ୍ବରରେ ଥିବା ବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୧୩ ନମ୍ବରରେ ରହିଛନ୍ତି ।
ସୂଚନାଯୋଗ୍ୟ ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ଦ ମର୍ଣ୍ଣିଂ କନସଲ୍ଟ ପ୍ରତି ଦେଶର ବୟସ୍କ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ସର୍ଭେ କରିବା ପରେ ର‌୍ୟାକିଙ୍ଗ ପ୍ରସ୍ତୁତ କରିଥାଏ । ନଭେମ୍ବରରେ କରାଯାଇଥିବା ସର୍ଭେରେ ବି ସବୁଠାରୁ ଅଧିକ ଲୋକପ୍ରିୟ ନେତା ଭାବେ ଆଗରେ ଥିଲେ ମୋଦି ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଗାନ୍ଧୀଙ୍କ ମା’ଙ୍କ ପରଲୋକ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମେନୋଙ୍କ ପରଲୋକ ଘଟିଛି। ୨୭ ଅଗଷ୍ଟ ଶନିବାର ଇଟାଲୀରେ ଥିବା ତାଙ୍କ ବାସଭବନରେ ପାଓଲା ଦେହାନ୍ତ...

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ରାଞ୍ଚି,୨୭ ।୧୧: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଛି । ଏହି ସମୟରେ ଲାଲୁଙ୍କ ଓକିଲ ସିବିଆଇର...

ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…

କିଭ୍‌,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି।...

କେତେ ପାଠ ପଢ଼ିଛନ୍ତି ପ୍ରଧାନମନ୍ତ୍ରୀ, କାହିଁ ଡିଗ୍ରୀ ପ୍ରମାଣ ପତ୍ର: ଏଏପିର ପ୍ରଶ୍ନ…

ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠ ପଢ଼ା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ...

ଆମେରିକାରେ ୪୦ ବିଲିୟନ ଡଲାର ନିବେଶ କରିଛନ୍ତି ଭାରତୀୟ କମ୍ପାନୀ

ଓ୍ବାଶିଂଟନ, ୬ା୫: ଆମେରିକାରେ ୧୬୩ ଭାରତୀୟ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୪୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ଏହାଦ୍ୱାରା ସେଠାରେ ୪,୨୫,୦୦୦ ନିଯୁକ୍ତି ସୁଯୋଗ...

ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହ ଅଚଳ ହୋଇପଡିଛି। ଇସ୍ରାଏଲ ସଫ୍ଟୱେୟାର ପେଗାସସରେ ୩୦୦ ଜଣ ଭାରତୀୟଙ୍କ ଗୁପ୍ତଚର...

ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…

ଶ୍ରୀକାକୁଲମ୍‌, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର...

ମହିଳାଙ୍କ ପାଇଁ ଆଦର୍ଶ ଥିଲେ ସୁଷମା: ଇଭାଙ୍କା ଟମ୍ପ୍‌

ଓ୍ବାଶିଂଟନ୍‌, ୮।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। କେବଳ ଭାରତରେ ନୁହେଁ,...

Advertisement
Archives

Model This Week