ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି । ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ’ଦ ମର୍ଣ୍ଣି କନସଲ୍ଟ’ର ସର୍ଭେ ଅନୁଯାୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍ରୁଭାଲ ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମେତ ବିଶ୍ୱର ୧୩ ରାଷ୍ଟ୍ରମୁଖ୍ୟଙ୍କୁ ପଛରେ ପକାଇ ଦେଇଛନ୍ତି । ସର୍ଭେରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୭୭% ରହିଛି । ୧୩-୧୯ ଜାନୁୟାରୀ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବହୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି । ମୋଦି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମ୍ୟାନୁଏଲ ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିୟା ଦ୍ରାଘି, ଜର୍ମାନ ଚାନସଲର ଓଲାଫ ଶୋଲ୍‌ଜ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ବଡ ବଡ ନେତାଙ୍କୁ ଲୋକପ୍ରିୟତା ଗ୍ରାଫରେ ପଛରେ ପକାଇ ଦେଇଛନ୍ତି । ଏଥର ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୬ ନମ୍ବରରେ ଥିବା ବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୧୩ ନମ୍ବରରେ ରହିଛନ୍ତି ।
ସୂଚନାଯୋଗ୍ୟ ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ଦ ମର୍ଣ୍ଣିଂ କନସଲ୍ଟ ପ୍ରତି ଦେଶର ବୟସ୍କ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ସର୍ଭେ କରିବା ପରେ ର‌୍ୟାକିଙ୍ଗ ପ୍ରସ୍ତୁତ କରିଥାଏ । ନଭେମ୍ବରରେ କରାଯାଇଥିବା ସର୍ଭେରେ ବି ସବୁଠାରୁ ଅଧିକ ଲୋକପ୍ରିୟ ନେତା ଭାବେ ଆଗରେ ଥିଲେ ମୋଦି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri