କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି।

କିଟ୍‌କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ ପାଇଁ ସୁଇଜରଲାଣ୍ଡର ମଲ୍ଟିନ୍ୟାଶନାଲ କମ୍ପାନୀ ନେସଲେର ଭାରତୀୟ ଶାଖା ନେସଲେ ଇଣ୍ଡିଆକୁ ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିସହ କମ୍ପାନୀ ବିରୋଧରେ ଧାର୍ମିକ ଭାବନାକୁ ଅଘାତ ଦେଉଥିବା ଅଭିଯୋଗ ହୋଇଥିଲା।

“ଆମେ ଏହି ଘଟଣାର ଗୁରୁତ୍ୱକୁ ବୁଝୁଛୁ। ଭୁଲ ବଶତଃ ଯଦି ଆମେ କାହା ଧାର୍ମିକ ଭାବନାକୁ ଆଘାତ ଦେଇଛୁ, ସେଥିପାଇଁ ଆମେ ଦୁଃଖିତ। ଆମେ ଗତବର୍ଷ ଠାରୁ ମାର୍କେଟରୁ ସେହି ପ୍ୟାକ ହଟାଇ ଦେଇଛୁ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ” ବୋଲି ନେସଲେ ପ୍ରବକ୍ତା କହିଛନ୍ତି।

କିଟ୍‌କାଟ ଛଡ଼ା ମାଗି, ନେସକଫେ, ମିଲ୍‌କମେଡ, ମଞ୍ଚ ଓ ମିଲକବାର ଭଳି ଲୋକପ୍ରିୟ ପ୍ରଡକ୍ଟ ନିର୍ମାତା ପକ୍ଷରୁ କୁହାଯାଇଛି, ଓଡ଼ିଶାର ପରାମ୍ପରାକୁ ପାଳନ କରିବା ଏବଂ ଏହାର ପ୍ରଚାର ପାଇଁ ପ୍ୟାକ୍ସ ଉପରେ ‘ପଟ୍ଟଚିତ୍ର’ ଛପା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବୋଟ୍‌ରୁ ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୦ ଗିରଫ

ଅହମ୍ମଦାବାଦ,୨୬।୧୨: ଭାରତୀୟ ତଟରକ୍ଷୀ ବାହିନୀ ସୋମବାର ଗୁଜୁରାଟର ଆରବ ସାଗର ଉପକୂଳରୁ ଏକ ପାକିସ୍ତାନୀ ବୋଟ୍‌କୁ ଜବତ କରିଛି। ବୋଟ୍‌ରେ ଥିବା ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ...

ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା…

ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି।...

ଜମ୍ମୁ-କଶ୍ମୀର ହେବ ସର୍ବବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ୍‌କୁ ଅଲଗା କରାଯାଇ ଦୁଇଟି କେନ୍ଦ୍ର...

ତେଜସ୍ବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ, ୧୨।୪: ଚାକିରି ପାଇଁ ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ...

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌...

କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର...

ଅନୁଶାସନ ନାମରେ ୩୦ ପିଲାଙ୍କ କେଶ କାଟିଲେ ଶିକ୍ଷକ…

ଗୁଆହାଟୀ,୨୭।୫ : ଆସାମର ମାଜୁଲି ଜିଲାରେ ଅନୁଶାସନ ନାମରେ ଜଣେ ଶିକ୍ଷକ ୩୦ ଜଣ ପିଲାଙ୍କ କେଶ କାଟିବା ମାମଲା ସାମ୍ନାକୁ ଆସିଛି। ଜିଲାର ଡେପୁଟି...

Advertisement
Archives

Model This Week