Posted inଜାତୀୟ

‘ଯୌତୁକ ଯୋଗୁ ବାହା ହୋଇପାରୁଛନ୍ତି ଅସୁନ୍ଦରୀ’

ନୂଆଦିଲ୍ଳୀ,୫ା୪:ଭାରତରେ ଯୌତୁକକୁ ଅପରାଧ କୁହାଯାଉଥିବା ବେଳେ ପାଠ୍ୟପୁସ୍ତକରେ ଏହାର ଉପଯୋଗିତା ସମ୍ପର୍କରେ ପିଲାମାନଙ୍କୁ ପଢ଼ାଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ବହିରେ ଯୌତୁକର ଉପଯୋଗିତା ବିଷୟରେ ଉଲ୍ଳେଖ ରହିଥିବା ପୃଷ୍ଠାର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହା ଆଇଏନ୍‌ସି (ଭାରତୀୟ ନର୍ସିଂ କାଉନସିଲ୍‌) ପାଠ୍ୟକ୍ରମରେ ସାମିଲ ହୋଇଥିବା ଟି.କେ. ଇନ୍ଦ୍ରାଣୀଙ୍କ ଲିଖିତ ସୋସିଓଲଜି ବହି ବୋଲି କେତେଜଣ ଇଣ୍ଟରନେଟ ୟୁଜର କହିଛନ୍ତି। ନର୍ସିଂ ଛାତ୍ରୀଛାତ୍ର ପଢ଼ୁଥିବା ଉକ୍ତ ବହିରେ ଡାଉରିର ଭଲ ଗୁଣ ସମ୍ପର୍କରେ ଉଲ୍ଲେଖ ରହିଛି। ସେଥିରେ ଲେଖାଅଛି ଯୌତୁକ ବାବଦରେ ଘରକୁ ନୂଆ ଆସବାବପତ୍ର, ଫ୍ରିଜ୍‌, ଗାଡ଼ି ଆଦି ଆସୁଥିବାବେଳେ ଏହାଦ୍ୱାରା ପୈତୃକ ସମ୍ପତ୍ତିରୁ ଝିଅ ନିଜ ଭାଗ ଆଣିପାରୁଛନ୍ତି। ସେହିପରି ଯୌତୁକ ଯୋଗୁ ଅସୁନ୍ଦର ଝିଅମାନେ ବାହା ହୋଇପାରୁଥିବା ଉକ୍ତ ପୃଷ୍ଠାରେ ଉଲ୍ଲେଖ କରାଯାଇଛି।
ଉକ୍ତ ବିବାଦୀୟ ପୃଷ୍ଠାର ଏକ ଫଟୋ ଶିବସେନା ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଟୁଇଟରରେ ଶେୟାର କରିଛନ୍ତି। ଦେଶରେ ଯୌତୁକ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ବିଭିନ୍ନ ଆଇନ କାର୍ଯ୍ୟକାରୀ କରିଥିଲେ ହେଁ ଏହା ପୂର୍ବ ପ୍ରକାରେ ଜାରି ରହିଛି। ଆଜିର ଦିନରେ ଯୌତୁକ ଦାବି ବଢ଼ିବାରେ ଲାଗିଛି। ଯୌତୁକକୁ ନେଇ ପାରିବାରିକ ହିଂସା ଘଟୁଥିବାବେଳେ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ଉଭୟ ଶାରୀରିକ ଓ ମାନସିକ ଚାପଗ୍ରସ୍ତ ହୋଇ ମହିଳା ଆତ୍ମହତ୍ୟା କରୁଥିବା ପ୍ରିୟଙ୍କା କ୍ୟାପ୍ସନରେ ଲେଖିଛନ୍ତି। ତୁରନ୍ତ ଏଭଳି ବିବାଦୀୟ ପୁସ୍ତକର ଯୋଗାଣ ବନ୍ଦ କରାଯାଉ ବୋଲି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri