Posted inଜାତୀୟ

ହିମାଚଳ ପ୍ରଦେଶରେ ସାମିଲ ହେଲା ଭାଗବତ ଗୀତା

ଶିମଲା,୪।୪: ଗୁଜରାଟ ଓ କର୍ନାଟକ ପରେ ଏବେ ହିମାଚଳ ପ୍ରଦେଶରେ ପିଲାଙ୍କ ପାଠପଢ଼ାରେ ସାମିଲ ହୋଇଛି ଭାଗବତ ଗୀତା। ୨୦୨୨-୨୩ ପାଠ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଠପଢ଼ାରେ ଭାଗବତ ଗୀତା ସାମିଲ କରିବାକୁ ହିମାଚଳ ପ୍ରଦେଶର ଶିକ୍ଷାବିଭାଗ ଯୋଜନା କରିଛି। ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁର ରବିବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଛାତ୍ରମାନଙ୍କୁ ସଂସ୍କୃତି ସହିତ ପରିଚିତ କରାଇବା ଓ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଏକ ଜନମଞ୍ଚକୁ ସମ୍ବୋଧିତ କରି ଗୋବିନ୍ଦ ସିଂହ କହିଛନ୍ତି। ତେବେ ସ୍କୁଲରେ ସଂସ୍କୃତ ଓ ହିନ୍ଦୀ ଭାଷାରେ ଭଗବତ ଗୀତାର ଶିକ୍ଷାଦାନ କରାଯିବ ବୋଲି ସୂଚନା ରହିଛି। ଏତଦ୍‌ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ତୃତୀୟ ଶ୍ରେଣୀରୁ ସଂସ୍କୃତ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ ଅଧିକ ତାତି: ଆଇଏମଡି…

ନୂଆଦିଲ୍ଲୀ,୧।୪ : ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଅତ୍ୟଧିକ ତାତି ଅନୁଭୁତ ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଚଳିତ ବର୍ଷ ଏପ୍ରିଲରୁ...

ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ୍‌, ୧୧ ନିଲମ୍ବିତ…

ଶ୍ରୀନଗର,୧୧।୭: ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ ସାଜି ଗୁପ୍ତ ତଥ୍ୟ ଯୋଗାଇବା ଘଟଣାରେ ଜମ୍ମୁ-କଶ୍ମୀରରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ୧୧ ଜଣ ଅଧିକାରୀଙ୍କୁ...

୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ରାଞ୍ଚି,୩ା୩: ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ମାମଲାରେ ରାଞ୍ଚିର ଏକ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜିଲା ଜଜ୍‌...

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର...

ମସଜିଦ୍‌-ଇଦ୍‌ଗାହରେ ନମାଜ ପଢ଼ିବେ ମୁସଲମାନ୍‌ ମହିଳା, ଏମ୍‌ଆର୍‌ଏମ୍‌ ପକ୍ଷରୁ ଅଭିଯାନ ଯୋଜନା…

ନୂଆଦିଲ୍ଲୀ, ୬।୩ : ଏଣିକି ମସଜିଦ୍‌ ଏବଂ ଇଦ୍‌ଗାହରେ ମୁସଲମାନ୍‌ ମହିଳାମାନେ ନମାଜ ପଢ଼ି ପାରିବେ। ଏନେଇ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁସଲିମ ରାଷ୍ଟ୍ରୀୟ ମଞ୍ଚ...

ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରିଲେ ପ୍ରେମୀଯୁଗଳ

ଜୟପୁର,୧୩।୬: ରାଜସ୍ଥାନର ବାରମେର ଜିଲାରେ ଏଭ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀଯୁଗଳ ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।...

ମୋଦିଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ...

Advertisement
Archives

Model This Week