ଜାତୀୟ

‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏକ ଚିଠି ଲେଖାଯାଇଛି। ସ୍ବରାଷ୍ଟ୍ର, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ…

ମାଉଣ୍ଟ ଡୋମ୍‌ ଖାଙ୍ଗ ଉପରେ ବିଜୟ: ତ୍ରିରଙ୍ଗା ଉତ୍ତୋଳନ କଲେ ଆଇଟିବିପି ଯବାନ…

ନୂଆଦିଲ୍ଲୀ, ୨୪।୯ : ଭାରତ-ତିବ୍ଦତୀୟ ସୀମା ପୋଲିସର ପର୍ବତାରୋହୀମାନେ ଇତିହାସ ସୃଷ୍ଟି କରିଛନ୍ତି। ଆଇଟିବିପି ଯବାନମାନେ ସଫଳତାର ସହିତ ଉତ୍ତର ସିକିମରେ ଅବସ୍ଥିତ ମାଉଣ୍ଟ ଡୋମ ଖାଙ୍ଗ ଉପରେ ବିଜୟ ହାସଲ କରିଛନ୍ତି। ଯବାନମାନେ ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା…

ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…

ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ତାଙ୍କ ସରକାର ନିରନ୍ତର ଅନୁରୋଧ କରୁଛନ୍ତି। ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା…

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ…

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଭାରତର ଏଏଲ୍‌ଏସ୍‌-୫୦…

ପୋଖରନ, ୨୪।୯ : ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇବାରେ ଲାଗିଛି। ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଘଟୁଥିବା ନୂତନତ୍ୱ ମଧ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଏଏଲ୍‌ଏସ୍‌-୫୦ ଡ୍ରୋନକୁ…

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଖୁବ୍ ବର୍ଷିଛନ୍ତି…

ପାଇଲଟଙ୍କ କ୍ରାସ୍‌ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…

ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ ଶିବିରର ବିଧାୟକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଛନ୍ତି। କିନ୍ତୁ ଗେହଲୋଟଙ୍କ ସମର୍ଥକ ବିଧାୟକମାନେ…

କଂଗ୍ରେସରେ ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, ତିନି ବର୍ଷ ପୂର୍ବରୁ ସ୍ପଷ୍ଟ କରିଥିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୯: କଂଗ୍ରେସକୁ ଆଉ ଅଳ୍ପଦିନ ମଧ୍ୟରେ ନୂଆ ଅଧ୍ୟକ୍ଷ ମିଳିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାରରୁ ନୁହେଁ ବରଂ ବାହାରର କେହି ଜଣେ ନେତା କଂଗ୍ରେସର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ।…

୪୫ ହଜାର ତଳେ ସକ୍ରିୟ ମାମଲାରେ, ଦୈନିକ ସଂକ୍ରମଣ ୫ ହଜାରରୁ କମ…

ନୂଆଦିଲ୍ଲୀ, ୨୪ ।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୫ ହଜାର ତଳେ ରହିଛି।…

ଅଙ୍କିତା ହତ୍ୟା ମାମଲା: ଅଭିଯୁକ୍ତଙ୍କ ବାପା-ଭାଇଙ୍କୁ ଦଳରୁ ବହିଷ୍କୃତ କଲା ଭାଜପା

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ଭାଜପା ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଭାଜପା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ…

ପିଏଫ୍‌ଆଇ ଟାର୍ଗେଟରେ ଥିଲା ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: ସାମ୍ନାକୁ ଆସିଲା ଏନ୍‌ଆଇଏର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୪।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫ୍‌ଆଇ) ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। ଅଧିକାରୀମାନେ ଦାବି କରିଛନ୍ତି ଯେ, ଚଳିତ ବର୍ଷ ଜୁଲାଇରେ ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିବା ପାଇଁ…

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୨୪।୯: ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ମାମଲାରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ସିବିଆଇର ଏହି କାର୍ଯ୍ୟକୁ ‘ଅପରେସନ ମେଘଦୂତ’ ବୋଲି କୁହାଯାଉଛି। ସିବିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?