Posted inଜାତୀୟ

ପାଇଲଟଙ୍କ କ୍ରାସ୍‌ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…

ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ ଶିବିରର ବିଧାୟକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଛନ୍ତି। କିନ୍ତୁ ଗେହଲୋଟଙ୍କ ସମର୍ଥକ ବିଧାୟକମାନେ ପାଇଲଟଙ୍କ ସହ ଖୋଲାଖୋଲି ଭାବେ ସମ୍ପର୍କରେ ଆସୁନାହାଁନ୍ତି। ଶୁକ୍ରବାର ପାଇଲଟ ବିଧାନସଭାରେ ପହଞ୍ଚିବା ପରେ ଗେହଲୋଟ ଶିବିରର ବିଧାୟକମାନେ ହାତରେ ଅଭିବାଦନ ଜଣାଇଥିଲେ କିନ୍ତୁ ଆଗକୁ ବଢ଼ି ନଥିଲେ।

ଏଥିରୁ ସ୍ପଷ୍ଟ ଯେ ଗେହଲୋଟ ସମର୍ଥକ ବିଧାୟକମାନେ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ଜୟପୁରକୁ ଫେରିବେ। ତାଙ୍କ ସମର୍ଥକ ବିଧାୟକଙ୍କ ସହ ରଣନୀତି ବିଷୟରେ ଆଲୋଚନା କରିବେ।

୨୮ ସେପ୍ଟେମ୍ବରରେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ଗେହଲୋଟ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ସୂଚନାନୁସାରେ, ଗେହଲୋଟକୁ ସମର୍ଥନ କରୁଥିବା ମନ୍ତ୍ରୀ ଏବଂ ବିଧାୟକମାନେ ସେପ୍ଟେମ୍ବର ୨୭ରେ ଦିଲ୍ଲୀ ଯିବାର ଯୋଜନା ରହିଛି। ଯଦି ଏପରି ଘଟେ, ତେବେ ଏହା ଦ୍ୱାରା ଗେହଲୋଟ ନିଜର ଶକ୍ତି ପ୍ରଦର୍ଶନ କରିବେ। ଯାହା ମାଧ୍ୟମରେ ସେ ସୂଚାଇ ଦେବେ ଯେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେଥିରେ ଗେହଲୋଟଙ୍କ ମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ। ଯେତେବେଳେ ଗେହଲୋଟ ନିଜେ କଂଗ୍ରେସ ହାଇକମାଣ୍ଡ ହେବାକୁ ଯାଉଛନ୍ତି, ସେତେବେଳେ ଗାନ୍ଧୀ ପରିବାର ଏହି ନିଷ୍ପତ୍ତିରେ ତାଙ୍କ ମତକୁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ମନେ କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଗେହଲଟଙ୍କ ମନ୍ତ୍ରୀ ସୁଭାଷ ଗଗ ର୍‌ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସୟଂମ ଲୋଢ଼ାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଏହା ଠିକ ଲେଖାଯାଇଛି। ମୁଁ ଜାଣେ ଯେ ନୀଲମ ସଞ୍ଜୀବ ରେଡ୍ଡୀ ୧୯୬୦ ରୁ ୧୯୬୩ ପର୍ଯ୍ୟନ୍ତ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଥିଲେ। ସେ ୨୦ ମାର୍ଚ୍ଚ ୧୯୬୨ରୁ ୨୦ ଫେବୃଆରୀ ୧୯୬୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ବାସ୍ତବରେ, ଲୋଢ଼ା ଟୁଇଟ କରି ଲେଖିଥିଲେ ଯେ, ନିୟମ ଆଧାରରେ ରାଜନୈତିକ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସମୟର ଆବଶ୍ୟକତା, ମତ, ଅବହେଳା, ଆଶା , ସମସ୍ତଙ୍କର ମିଶ୍ରିତ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରାଯାଇପାରେ।

ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଗେହଲୋଟ ଏତେ ସହଜରେ ହାର ମାନିବେ ନାହିଁ। ପାଇଲଟଙ୍କ କ୍ରାସ୍‌ ଉଡାଣ ପାଇଁ ସେ ପ୍ରସ୍ତୁତି କରିବାର ଆଶଙ୍କା ରହିଛି। ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ବର୍ତ୍ତମାନ ଏହାଯୋଗୁ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଗେହଲୋଟଙ୍କ ବିଧାୟକ ମହେନ୍ଦ୍ର ଚୌଧୁରୀଙ୍କ କରିଛନ୍ତି ଯେ କେବଳ ମୁଖ୍ୟମନ୍ତ୍ରୀ ହିଁ ରାଜ୍ୟର ବଜେଟ ଉପସ୍ଥାପନ କରିବେ। ତେବେ ସ୍ଥିତି କ’ଣ ହେବ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଫଳାଫଳ ପରେ ହିଁ ଏହା ଜଣା ପଡ଼ିବ । କିନ୍ତୁ ଏହା ନିଶ୍ଚିତ ଯେ ଗେହଲୋଟ ସହଜରେ ପାଇଲଟଙ୍କୁ ବାଟ ଛାଡ଼ିବେ ନାହିଁ।

ମୁଖ୍ୟମନ୍ତ୍ରୀ ଭାବେ ଏହା ଅଶୋକ ଗେହଲୋଟଙ୍କର ଏହା ତୃତୀୟ କାର୍ଯ୍ୟକାଳ। ୧୯୯୮ରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗେହଲୋଟଙ୍କ ରାଜନୈତିକ କୌଶଳ କାମ ଦେଇଥିଲା। ସେ କୂଟନୀତିରେ ରାଜ୍ୟ ରାଜନୀତିରେ ପାରଦର୍ଶିତା ପ୍ରଦର୍ଶନ କରିବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?