Posted inଜାତୀୟ

ପାଇଲଟଙ୍କ କ୍ରାସ୍‌ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…

ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ ଶିବିରର ବିଧାୟକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଛନ୍ତି। କିନ୍ତୁ ଗେହଲୋଟଙ୍କ ସମର୍ଥକ ବିଧାୟକମାନେ ପାଇଲଟଙ୍କ ସହ ଖୋଲାଖୋଲି ଭାବେ ସମ୍ପର୍କରେ ଆସୁନାହାଁନ୍ତି। ଶୁକ୍ରବାର ପାଇଲଟ ବିଧାନସଭାରେ ପହଞ୍ଚିବା ପରେ ଗେହଲୋଟ ଶିବିରର ବିଧାୟକମାନେ ହାତରେ ଅଭିବାଦନ ଜଣାଇଥିଲେ କିନ୍ତୁ ଆଗକୁ ବଢ଼ି ନଥିଲେ।

ଏଥିରୁ ସ୍ପଷ୍ଟ ଯେ ଗେହଲୋଟ ସମର୍ଥକ ବିଧାୟକମାନେ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ଜୟପୁରକୁ ଫେରିବେ। ତାଙ୍କ ସମର୍ଥକ ବିଧାୟକଙ୍କ ସହ ରଣନୀତି ବିଷୟରେ ଆଲୋଚନା କରିବେ।

୨୮ ସେପ୍ଟେମ୍ବରରେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ଗେହଲୋଟ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ସୂଚନାନୁସାରେ, ଗେହଲୋଟକୁ ସମର୍ଥନ କରୁଥିବା ମନ୍ତ୍ରୀ ଏବଂ ବିଧାୟକମାନେ ସେପ୍ଟେମ୍ବର ୨୭ରେ ଦିଲ୍ଲୀ ଯିବାର ଯୋଜନା ରହିଛି। ଯଦି ଏପରି ଘଟେ, ତେବେ ଏହା ଦ୍ୱାରା ଗେହଲୋଟ ନିଜର ଶକ୍ତି ପ୍ରଦର୍ଶନ କରିବେ। ଯାହା ମାଧ୍ୟମରେ ସେ ସୂଚାଇ ଦେବେ ଯେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେଥିରେ ଗେହଲୋଟଙ୍କ ମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ। ଯେତେବେଳେ ଗେହଲୋଟ ନିଜେ କଂଗ୍ରେସ ହାଇକମାଣ୍ଡ ହେବାକୁ ଯାଉଛନ୍ତି, ସେତେବେଳେ ଗାନ୍ଧୀ ପରିବାର ଏହି ନିଷ୍ପତ୍ତିରେ ତାଙ୍କ ମତକୁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ମନେ କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଗେହଲଟଙ୍କ ମନ୍ତ୍ରୀ ସୁଭାଷ ଗଗ ର୍‌ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସୟଂମ ଲୋଢ଼ାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଏହା ଠିକ ଲେଖାଯାଇଛି। ମୁଁ ଜାଣେ ଯେ ନୀଲମ ସଞ୍ଜୀବ ରେଡ୍ଡୀ ୧୯୬୦ ରୁ ୧୯୬୩ ପର୍ଯ୍ୟନ୍ତ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଥିଲେ। ସେ ୨୦ ମାର୍ଚ୍ଚ ୧୯୬୨ରୁ ୨୦ ଫେବୃଆରୀ ୧୯୬୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ବାସ୍ତବରେ, ଲୋଢ଼ା ଟୁଇଟ କରି ଲେଖିଥିଲେ ଯେ, ନିୟମ ଆଧାରରେ ରାଜନୈତିକ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସମୟର ଆବଶ୍ୟକତା, ମତ, ଅବହେଳା, ଆଶା , ସମସ୍ତଙ୍କର ମିଶ୍ରିତ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରାଯାଇପାରେ।

ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଗେହଲୋଟ ଏତେ ସହଜରେ ହାର ମାନିବେ ନାହିଁ। ପାଇଲଟଙ୍କ କ୍ରାସ୍‌ ଉଡାଣ ପାଇଁ ସେ ପ୍ରସ୍ତୁତି କରିବାର ଆଶଙ୍କା ରହିଛି। ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ବର୍ତ୍ତମାନ ଏହାଯୋଗୁ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଗେହଲୋଟଙ୍କ ବିଧାୟକ ମହେନ୍ଦ୍ର ଚୌଧୁରୀଙ୍କ କରିଛନ୍ତି ଯେ କେବଳ ମୁଖ୍ୟମନ୍ତ୍ରୀ ହିଁ ରାଜ୍ୟର ବଜେଟ ଉପସ୍ଥାପନ କରିବେ। ତେବେ ସ୍ଥିତି କ’ଣ ହେବ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଫଳାଫଳ ପରେ ହିଁ ଏହା ଜଣା ପଡ଼ିବ । କିନ୍ତୁ ଏହା ନିଶ୍ଚିତ ଯେ ଗେହଲୋଟ ସହଜରେ ପାଇଲଟଙ୍କୁ ବାଟ ଛାଡ଼ିବେ ନାହିଁ।

ମୁଖ୍ୟମନ୍ତ୍ରୀ ଭାବେ ଏହା ଅଶୋକ ଗେହଲୋଟଙ୍କର ଏହା ତୃତୀୟ କାର୍ଯ୍ୟକାଳ। ୧୯୯୮ରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗେହଲୋଟଙ୍କ ରାଜନୈତିକ କୌଶଳ କାମ ଦେଇଥିଲା। ସେ କୂଟନୀତିରେ ରାଜ୍ୟ ରାଜନୀତିରେ ପାରଦର୍ଶିତା ପ୍ରଦର୍ଶନ କରିବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri