Posted inଜାତୀୟ

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆଇଟି କ୍ଷେତ୍ର ସହ ଜଡିତ ଭାରତୀୟ ଯୁବବର୍ଗମାନଙ୍କୁ ସୋସିଆଲ ମିଡିଆ ବିଜ୍ଞାପନ ମାଧ୍ୟମରେ ଦୁବାଇ ଏବଂ ଭାରତରେ ଅବସ୍ଥିତ ଏଜେଣ୍ଟମାନଙ୍କ ଦ୍ୱାରା ଥାଇଲାଣ୍ଡରେ ଚାକିରିର ଆକର୍ଷଣୀୟ ଅଫର ଦେଇ ପ୍ରତାରଣା କରୁଛନ୍ତି।

ଥାଇଲାଣ୍ଡରେ ଡିଜିଟାଲ ସେଲ୍‌ ଏବଂ ମାର୍କେଟିଂ କାର୍ଯ୍ୟନିର୍ବାହୀ ପଦବୀ ପ୍ରଦାନ କରୁଥିବା ଏକ ନକଲି ଚାକିରି ର଼୍ୟାକେଟ କଲ୍‌ ସେଣ୍ଟର ସ୍କାମ ଏବଂ କ୍ରିପ୍ଟୋ-ମୁଦ୍ରା ଠକେଇରେ ଜଡିତ। ବ୍ୟାଙ୍କକ ଏବଂ ମ୍ୟାନମାରରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ମିଳିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର କହିବାନୁସାରେ, ଏହି ରାକେଟରେ ସମ୍ପୃକ୍ତ ପୀଡ଼ିତଙ୍କୁ ବେଆଇନ ଭାବେ ସୀମା ପାର କରି ମ୍ୟାନମାରକୁ ନିଆଯାଇଥିବା ଅଭିଯୋଗ ହୋଇଛି ଏବଂ ସେଠାରେ ସେମାନଙ୍କଚ ବନ୍ଦୀ ଅବସ୍ଥାରେ କଠିନ ଏବଂ ବିପଦପୂର୍ଣ୍ଣ ପରିବେଶରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଭାରତୀୟ ନାଗରିକମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦିଆଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ଦିଆଯାଉଥିବା ଏପରି ନକଲି ଚାକିରି ଅଫରର ଶିକାର ହୁଅ ନାହିଁ। କୌଣସି ଚାକିରି ଅଫର ଗ୍ରହଣ କରିବା ପୂର୍ବରୁ ବିଦେଶରେ ଥିବା ସମ୍ପୃକ୍ତ ଭାରତୀୟ ଦୂତାବାସ ମାଧ୍ୟମରେ ବିଦେଶୀ ନିଯୁକ୍ତିଦାତାଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି।

ବାସ୍ତବରେ, ଏହିପରି ଠକେଇର ଶିକାର ହୋଇଥିବା ୩୦ ଜଣ ଭାରତୀୟଙ୍କୁ ମ୍ୟାନମାରରୁ ଉଦ୍ଧାର କରାଯାଇଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ଭିଡିଓ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓକୁ ତାମିଲନାଡୁର ଯୁବକମାନେ ପଠାଇଛନ୍ତି। ଏଥିରେ ଜଣେ ଭାରତୀୟ ଯୁବକ ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଯେ ସେମାନଙ୍କୁ ଚାକିରି ନାମରେ ବନ୍ଦୀ କରାଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଥିଲେ। ଏହା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ପୃକ୍ତ ଯୁବବର୍ଗଙ୍କୁ ଉଦ୍ଧାର କରଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟରେ ୫୩.୫୪% ମତଦାନ

ପାଟନା,୨୯।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୩.୫୪ ପ୍ରତିଶତ ଭୋଟ ପଡ଼ିଥିବା ରାଜ୍ୟ ମୁଖ୍ୟ...

୨୦୨୨ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା, ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…

ନୂଆଦିଲ୍ଲୀ,୮।୯: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି...

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼...

ରାହୁଲଙ୍କ ବଡ଼ ପଦକ୍ଷେପ: ଭଙ୍ଗ କଲେ କର୍ନାଟକ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୧୯।୬: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନେଇଛନ୍ତି ବଡ଼ ପଦକ୍ଷେପ। ସେ କର୍ନାଟକର କଂଗ୍ରେସ କାର୍ଯ୍ୟକାରିଣୀକୁ ଭଙ୍ଗ...

ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ : ଭାଜପାକର୍ମୀଙ୍କୁ ଶୁଭେନ୍ଦୁଙ୍କ ପରାମର୍ଶ…

କୋଲକାତା,୩।୧୨ : ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ ଭାଜପାକର୍ମୀଙ୍କୁ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ନେଇଛନ୍ତି। ଆସନ୍ତା ୨୦୨୩ ବର୍ଷରେ ହେବାକୁ...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ...

ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ବିସ୍ଫୋରଣ, ୩ ମୃତ…

କୋଲକାତା,୧।୧୨: ବୁଧବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲାର ମୋହନପୁର ଗାଁର ଏକ ଆବାସିକ କୋଠାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ତିନି...

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

Advertisement
Archives

Model This Week