Posted inଜାତୀୟ

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାକୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଲାଲୁ ପ୍ରସାଦ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଓ ନୀତୀଶ କୁମାର ଖୁବଶୀଘ୍ର ସୋନିଆ ଗାନ୍ଧୀଙ୍କୁ ଭେଟିବୁ । ସେ ଆହୁରି ମଧ୍ୟ କହିଛନ୍ତି ବିହାରରେ ଭାଜପା ମେଣ୍ଟ ସରକାର ଭାଙ୍ଗିଯିବା ପରେ ଶାହା ବିଳିବିଳାଉଛନ୍ତି ।

ଲାଲୁ ଆହୁରି ମଧ୍ୟ କହିଛନ୍ତି, ଶାହା ଏବେ ଚିନ୍ତାରେ କାରଣ ବିହାରରେ ତାଙ୍କ ସରକାର ସଫା ହୋଇଯାଇଛି । ୨୦୨୪ରେ ବି ଏମିତି ହେବ । ସେଥିପାଇଁ ସେ ଏଣେତେଣେ ଦୌଡୁଛନ୍ତି ଆଉ କହୁଛନ୍ତି ‘ଜଙ୍ଗଲ ରାଜ’ । ଗୁଜରାଟରେ ରହି ସେ କ’ଣ କଲେ ବୋଲି ଲାଲୁ ପ୍ରଶ୍ନ କରିଛନ୍ତି । ଲାଲୁ କହିଛନ୍ତି ଗୁଜରାଟରେ ଯେବେ ଭାଜପା ଥିଲା ସେତେବେଳେ ଜଙ୍ଗଲ ରାଜ ଥିଲା । ୨୦୨୪ ନିର୍ବାଚନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଲାଲୁ କହିଛନ୍ତି, ହଁ ୨୦୨୪ରେ ଆମେ ମୋଦି ସରକାରଙ୍କୁ ଓପାଡି ଫୋପାଡି ଦେବୁ । ତେବେ ମୋତେ ଏହି କଥା କେତେଥର କହିବାକୁ ପଡିବ ବୋଲି ପାଲଟା ପ୍ରଶ୍ନ କରିଥିଲେ ଲାଲୁ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ବିହାରରେ ହୋଇଥିବା ଏକ ରାଲିରେ ସମ୍ବୋଧନ ଦେବା ଅବସରରେ ଶାହା କହିଥିଲେ ସ୍ୱାର୍ଥ ପାଇଁ ନୀତୀଶ କୁମାର ଲାଲୁ ଯାଦବଙ୍କ କୋଳରେ ବସିଛନ୍ତି । ଆହୁରି ମଧ୍ୟ କହିଥିଲେ ମୋର ବିହାର ଗସ୍ତକୁ ଦେଖି ଲାଲୁ-ନୀତୀଶଙ୍କ ପେଟରେ ଯନ୍ତ୍ରଣା ହେଉଛି । ଏହି ସମୟରେ ସେ ବିହାରର ଆଇନ ବ୍ୟବସ୍ଥ।।କୁ ନେଇ ବି ପ୍ରଶ୍ନ ଉଠାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରଖପୁର ଆକ୍ରମଣରେ ଆହତ ପୋଲିସକର୍ମୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଗୋରଖପୁରରେ ପହଞ୍ଚିଛନ୍ତି। ଗୋରଖପୁରରେ ପହଞ୍ଚିବା ପରେ ବିଆର୍‌ଡି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଯାଇ ଆହତ ପୋଲିସ...

ଆନ୍ଦୋଳନରେ ଫାଟ

ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଫାଟ ସୃଷ୍ଟି ହୋଇଛି।...

ଇସ୍ତଫା ଫେରାଇ ନେଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ତାଙ୍କର ଇସ୍ତଫା ଫେରାଇ ନେଇ ପାରନ୍ତି ବୋଲି କୁହାଯାଉଛି ।...

ଇରାନରେ ‘ର’ ଅଧିକାରୀଙ୍କୁ ବିପଦରେ ପକାଇଥିଲେ ଅନସାରୀ

ନୂଆଦିଲ୍ଲୀ,୯ା୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ଜନୈକ ପୂର୍ବତନ ଅଧିକାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଇରାନରେ ଅନସାରୀ...

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି...

‘ଇଦ୍‌-ଉଲ୍‌-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍‌-ଉଲ୍‌-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା...

ସୋମବାରଠୁ ବାରାଣାସୀରେ ଜି-୨୦ କୃଷି ବୈଜ୍ଞାନିକ ବୈଠକ

ଲକ୍ଷ୍ନୌ,୧୬।୪: ଜି-୨୦ କୃଷି ବୈଜ୍ଞାନିକ ବୈଠକ ଏପ୍ରିଲ ୧୭ରୁ ୧୯ ତାରିଖ ଯାଏ ବାରାଣାସୀରେ ଅନୁଷ୍ଠିତ ହେବାକୁ ଯାଉଛନ୍ତି। ଏହି ବୈଠକରେ ବିଶ୍ୱର ୨୦ଟି ଦେଶର...

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା...

Advertisement
Archives

Model This Week