ଦିଲ୍ଲୀ ନଗର ନିଗମର ଆସନ ସଂଖ୍ୟା ୨୫୦ ନିର୍ଦ୍ଧାରିତ କଲେ କେନ୍ଦ୍ର ସରକାର, ୨୨ ଆସନ କଟିଲା
ନୂଆଦିଲ୍ଲୀ,୧୧ ।୯: କେନ୍ଦ୍ର ସରକାର ଦିଲ୍ଲୀର ନଗର ନିଗମ ଆସନ ସଂଖ୍ୟା ସର୍ବାଧିକ ୨୫୦ ନିର୍ଦ୍ଧାରିତ କରିଛନ୍ତି । ଏଥିମଧ୍ୟରୁ ୪୨ଟି ୱାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ପୂର୍ବରୁ ଦିଲ୍ଲୀର ସମସ୍ତ ୩ ନଗର ନିଗମ ସମେତ…
ବିଲକିସ୍ ବାନୋ ମାମଲା: ଆଇପିଏସ୍-ଆଇଏଫଏସ୍ ଅଫିସର ରାୟ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ…
ନୂଆଦିଲ୍ଲୀ, ୧୦।୯ : ବିଲକିସ୍ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍-ଆଇଏଫଏସ୍ ଅଫିସର ରାୟ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଡ.ମେରାନ ଚଢ଼ା ବୋରଓ୍ବାଙ୍କର, ଅବସରପ୍ରାପ୍ତ ଅଇଏଫଏସ ଅଫିସର ମଧୁ…
ନାବାଳକ ଅଙ୍ଗଦାନ କରିପାରିବେ କି ? ପିତାଙ୍କ ଲାଗି ପୁତ୍ରଙ୍କୁ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି…
ନୂଆଦିଲ୍ଲୀ, ୧୦।୯ : ନାବାଳକ ଅଙ୍ଗଦାନ କରି ପାରିବେ କି ନାହିଁ ସେନେଇ ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ପିତାଙ୍କ ଲାଗି ଲିଭର ଦାନ କରିବାକୁ ଶୀର୍ଷକୋର୍ଟ ନାବାଳକ ପୁତ୍ରଙ୍କୁ ଅନୁମତି ଦେବା ଲାଗି ଏକ…
ଶରଦ ପାଓ୍ବାର ପୁଣି ଏନସିପି ମୁଖ୍ୟ, ଆସନ୍ତା ୪ ବର୍ଷ ପାଇଁ ଦାୟିତ୍ୱରେ…
ନୂଆଦିଲ୍ଲୀ, ୧୦।୯ : ଶରଦ ପାଓ୍ବାର ପୁଣି ଥରେ ଏନସିପି ମୁଖ୍ୟ ହୋଇଛନ୍ତି। ଏହାଦ୍ୱାରା ଏଣିକି ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବୀର ଦାୟିତ୍ୱରେ ରହିବେ। ୮୧ ବର୍ଷ ବୟସ୍କ ପାଓ୍ବାର ନିର୍ବିରୋଧରେ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।…
ସରକାରଙ୍କ ଉପରେ ନିର୍ଭର ନକରିବାକୁ ଚାଷୀଙ୍କୁ ଗଡ଼କରୀଙ୍କ ପରାମର୍ଶ…
ନୂଆଦିଲ୍ଲୀ, ୧୦।୯ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶନିବାର ଚାଷୀମାନଙ୍କୁ କୃଷିଜାତ ଦ୍ରବ୍ୟର ମାର୍କେଟିଂ ଏବଂ ରପ୍ତାନି ପାଇଁ ନିଜସ୍ବ କମ୍ପାନୀ ଗଠନ କରିବାକୁ କହିଛନ୍ତି। ଏନେଇ ସରକାରଙ୍କ ଉପରେ ନିର୍ଭରଶୀଳ ନହେବା ଲାଗି ପରାମର୍ଶ ପ୍ରଦାନ କରିଛନ୍ତି। ଗଡକରୀ…
ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍ପିଙ୍କୁ ମଧୁସୂଦନଙ୍କ ଚିଠି…
ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ ଏମ୍ପିଙ୍କ…
ସେରମ ଇନଷ୍ଟିଚ୍ୟୁଟରେ କୋଟିଏ ଟଙ୍କାରେ ଠକେଇ, ପୁନାଓ୍ବାଲାଙ୍କ ନାମରେ ଆସିଥିଲା ମେସେଜ…
ନୂଆଦିଲ୍ଲୀ, ୧୦।୯ : ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଏକ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ପୁଣେ ପୋଲିସ ଶନିବାର କହିଛି ଯେ ଠକମାନେ ସିଇଓ ଆଦର ପୁନାୱାଲାଙ୍କ ନାମରେ ମେସେଜ ପଠାଇ ଟଙ୍କା ସ୍ଥାନାନ୍ତର…
ରାହୁଲଙ୍କ ସହିତ ପଦଯାତ୍ରାରେ ଲାଲ ଶାଢ଼ିରେ ଏସିଆର ପ୍ରଥମ ମହିଳା ଡ୍ରାଇଭର…
ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି। କନ୍ୟାକୁମାରୀରେ ଭାରତ ଯୋଡ ଯାତ୍ରା ପାଇଁ କଂଗ୍ରେସ ନେତାମାନେ ପଦଯାତ୍ରା କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ଲାଲ ରଙ୍ଗର ଶାଢ଼ିରେ…
ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…
ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ ନେଇ ଭାଜପା ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…
ଭୋପାଳରେ ହେବ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ, ୨୦୦ ଅତିଥି ହେବେ ସାମିଲ, ନିମନ୍ତ୍ରଣ ପତ୍ର ଭାଇରାଲ…
ଭୋପାଳ, ୧୦।୯ : ଭୋପାଳରେ ଏକ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦେଶର ପ୍ରଥମ ଛାଡପତ୍ର ଉତ୍ସବ ବୋଲି ଦାବି କରାଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଛାଡପତ୍ର ଆଦେଶ…
ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…
ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର…
ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା
ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି। ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ଅବସରରେ…
Archives


