Posted inଜାତୀୟ

ମଙ୍ଗଳୟାନର ମିଶନ ଶେଷ

ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିଲା। ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା ପାଇଁ ଡିଜାଇନ ହୋଇଥିବା ଏହି କୃତ୍ରିମ ଉପଗ୍ରହ ୮ ବର୍ଷ ଧରି ମଙ୍ଗଳ ଅର୍ବିଟରେ କାର୍ଯ୍ୟ କରୁଥିଲା। ମାର୍ସ ଅର୍ବିଟର ମିଶନ (ଏମ୍‌ଓଏମ୍‌)ରେ ଏବେ ଇନ୍ଧନ ଶେଷ ହେବା ସହ ଏହାର ବ୍ୟାଟେରି ମଧ୍ୟ ଶେଷ ହୋଇଛି। ଫଳରେ ତାହାକୁ ମଙ୍ଗଳ କକ୍ଷରେ ପୁଣି କାର୍ଯ୍ୟକ୍ଷମ କରାଇବା କଷ୍ଟକର ହୋଇଛି।
୪୫୦ କୋଟି ଟଙ୍କା ବ୍ୟୟରେ ଏମ୍‌ଓଏମ୍‌କୁ ୨୦୧୩ ନଭେମ୍ବର ୫ରେ ପିଏସ୍‌ଏଲ୍‌-ସି୨୫ ଜରିଆରେ ଲଞ୍ଚ୍‌ କରାଯାଇଥିଲା। ୨୦୧୪ ସେପ୍ଟେମ୍ବର ୨୪ରେ ୧୩୫୦ କେଜିର ମଙ୍ଗଳୟାନ ମଙ୍ଗଳ କକ୍ଷରେ ପହଞ୍ଚିଥିଲା। ଭାରତ ପ୍ରଥମ ଥରରେ ହିଁ ମଙ୍ଗଳୟାନକୁ ମଙ୍ଗଳ ଗ୍ରହରେ ସଫଳତାର ସହ ସ୍ଥାପନ କରିଥିଲା। ଏବେ ଉକ୍ତ କୃତ୍ରିମ ଉପଗ୍ରହର ବ୍ୟାଟେରି ଓ ଇନ୍ଧନ ସରିଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି। ଏଥିସହ ମଙ୍ଗଳୟାନ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। କ୍ରମାଗତ ଭାବେ ଚନ୍ଦ୍ର୍ରଗ୍ରହଣ ଏହାର ବ୍ୟାଟେରି ଉପରେ ପ୍ରଭାବ ପକାଇଛି।

ଗୋଟିଏ ଚନ୍ଦ୍ରଗ୍ରହଣ ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଲାଗିରହିଥିଲା। ଏହାର ବ୍ୟାଟେରି ୧ ଘଣ୍ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣରେ ବ୍ୟାକ୍‌ଅପ୍‌ ରଖିବାର କ୍ଷମତାରେ ଡିଜାଇନ୍‌ କରାଯାଇଥିଲା। ଦୀର୍ଘସମୟ ଚନ୍ଦ୍ରଗ୍ରହଣ ଯୋଗୁ ବ୍ୟାଟେରି ଶୀଘ୍ର ଖରାପ ହୋଇଯାଇଥିବା ଜଣାପଡ଼ିଛି। ଆଗକୁ ଭାରତ ଆଉ ଏକ ମଙ୍ଗଳ ମିଶନ ଆରମ୍ଭ କରିବାକୁ ଯୋଜନା କରିଛି। ଚନ୍ଦ୍ରୟାନ-୩ର ଲଞ୍ଚ୍‌ ପରେ ମଙ୍ଗଳୟାନ-୨ ଉତ୍‌କ୍ଷେପଣ କାମ ଆରମ୍ଭ ହେବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନ୍‌ ପୂର୍ବରୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌...

ରେଳଲାଇନ୍‌ରେ ବିଡ଼ା ବିଡ଼ା ଟଙ୍କା…

ଚେନ୍ନାଇ,୨୬।୮: ରେଳଲାଇନ୍‌ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍‌ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ...

ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ କରୋନା ସ୍ଥିତି ଏବଂ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।...

୨୫ କିଲୋମିଟର ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରି ବିବାଦରେ ଚନ୍ନି

ଚଣ୍ଡିଗଡ଼,୭ ।୧୦: ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସମସ୍ତଙ୍କ ନଜରରେ ଥିବା ବେଳେ ହଠାତ୍ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫଳ...

ଆଶିଷ ନେପାଳ ପଳାଇଥିବା ଆଶଙ୍କା

ଲକ୍ଷ୍ନୌ,୮।୧୦: ଲଖିମ୍‌ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ...

ଚାଇନା ଡ୍ରାଗନକୁ ପରାସ୍ତ କରିବା ଲାଗି ଧନୁ ଉଠାଇଲେ ଭଗବାନ ରାମ: ଭାଇରାଲ ହେଉଛି ତାଇଓ୍ବାନ୍‌ ନ୍ୟୁଜ୍‌ର ଫଟୋ

ନୂଆଦିଲ୍ଲୀ,୧୮।୬: ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ଭାରତୀର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ...

ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ

ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ...

୧୫ କୋଟି ଠକିଥିବା ୨ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨୬।୯(ପି.ଟି.): ବିଭିନ୍ନ ରାଜ୍ୟକୁ କୋଭିଡ୍‌ ଟିକା ପରିବହନ କାମ ଠିକା ଦେବା ନାଁରେ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨...

Advertisement
Archives

Model This Week