ଜାତୀୟ

ଗେହଲଟ-ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ କମଲନାଥ

ଜୟପୁର,୨୬।୯: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ସାମିଲ ହେବା ପରେ ରାଜସ୍ଥାନର ରାଜନୈତିକ ସରଗରମ ରହିଛି। କଂଗ୍ରେସ ଭିତରେ ଥିବା ଦଳ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ଗେହଲଟ ଗୋଷ୍ଠୀଙ୍କ ବିରୋଧ ପରେ ପୁଣି ଥରେ…

କଂଗ୍ରେସର ବିକଳ୍ପ ହେବ କି ଆମ୍‌ ଆଦମୀ ପାର୍ଟି, କେଜ୍‌ରିଓ୍ବାଲ ଦେଲେ ଜବାବ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ କ୍ୟାମ୍ପ୍‌ ମୁହାଁମୁହିଁ ହୋଇଛି। ଗେହଲଟ କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟଙ୍କ ନାମକୁ ବିରୋଧ କରୁଛନ୍ତି। ଦଳ ମଧ୍ୟରେ ଥିବା ମତଭେଦକୁ ନେଇ ଅନ୍ୟ…

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଝଟକା, କୋର୍ଟ କହିଲେ ୩ ମାସ ମଧ୍ୟରେ ନିଜେ ହଟାନ୍ତୁ ଅବୈଧ ନିର୍ମାଣ ନଚେତ…

ନୂଆଦିଲ୍ଲୀ,୨୬ ।୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଝଟକା ଲାଗିଛି । କୋର୍ଟ କେନ୍ଦ୍ରମନ୍ତ୍ରୀଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ‘ଆଦିଶ ବଙ୍ଗଳା’ରେ କଥିତ ଭାବେ ଅନଧିକୃତ ନିର୍ମାଣକୁ ଭାଙ୍ଗିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରୋକିବାକୁ ଆବେଦନ…

ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ରବିବାର ସ୍ପିକରଙ୍କୁ ସେମାନଙ୍କର ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନେ…

ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଅନିଲ ଅମ୍ବାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ…

କୁଲୁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

କୁଲୁ,୨୬।୯: ହିମାଚଳ ପ୍ରଦେଶର କୁଲୁରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଆଇଆଇଟି ଛାତ୍ରଙ୍କ ସମେତ ୭ଜଣ ପର୍ଯ୍ୟଟକଙ୍କ ମତ୍ୟୁ ଘଟିଛି। ଅନ୍ୟ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।…

ଗାନ୍ଧୀ ପରିବାର ସମର୍ଥନ ମୋ ସହ ଅଛି: ଶଶୀ ଥରୁର

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଚାଲିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲୋକ ସଭା ସଦସ୍ୟ ଶଶୀ ଥରୁରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗାନ୍ଧୀ ପରିବାରର ସମର୍ଥନ ରହିଛି ବୋଲି ଥରୁର ଦାବି କରିଛନ୍ତି।…

ନଭେମ୍ବରରେ ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ

ଗାନ୍ଧିନଗର,୨୬ ।୯: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସରେ ତାରିଖ ଘୋଷଣା ହୋଇପାରେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ଶେଷ ସପ୍ତାହରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଅନୁମାନ କରାଯାଉଛି । ନଭେମ୍ବର ତୃତୀୟ ,…

ଭୂସ୍ଖଳନରେ ୪ ଶିଶୁଙ୍କ ସମେତ ୫ ଜୀବନ ଗଲା

ଶିମଲା,୨୬।୯: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏରାସ୍ତ ପଞ୍ଚାୟତର ରାକ୍ସୋଡି ଗ୍ରାମରେ ଭୂସ୍ଖଳନ ଯୋଗୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ସମସ୍ତ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ,୨୬।୯: ଲକ୍ଷ୍ନୌର ଇଟାଉଞ୍ଜାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଏକ ଟ୍ରାକ୍ଟରକୁ ଟକ୍କର ଦେଇଛି। ଫଳରେ ଏକ ପୋଖରୀରେ ଟ୍ରାକ୍ଟର-ଟ୍ରଲି ଖସି ପଡିଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ…

ଅଚିନ୍ତାରେ ଫୁଟବଲ୍‌ ଖେଳିଲେ ରାହୁଲ

କୋଚି,୨୬।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପାଇଁ ଚାଲିଥିବା ଚର୍ଚ୍ଚାକୁ ନେଇ ରାହୁଲ ଗାନ୍ଧୀ ଅଚିନ୍ତା ଥିବା ପରି ମନେ ହେଉଛି। ରାହୁଲ ଗାନ୍ଧୀ ସୋମବାର କେରଳର ପାଲାକ୍କାଡରେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ପିଲାମାନଙ୍କ ସହ…

ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର,୨୬।୯: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ‘ଡେମୋକ୍ରାଟିକ ଆଜାଦ ପାର୍ଟି’। ଜମ୍ମୁରେ ଏକ ଖବରଦାତା ସମ୍ମିଳନୀ କରି ସେ ଏହି ନାମ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?