Posted inଜାତୀୟ

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି ସମୟରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହା ସବୁଆଡକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ବାଳକ ଅଙ୍କୁଶ ସୋନି(୧୨)ଙ୍କ ସମତ ୪ ଜଣଙ୍କ ମୃତ୍ୟୁ ହେବା ସହ ୬୪ରୁ ଅଧିକ ନିଆଁରେ ପୋଡି ହୋଇ ଆହତ ହୋଇଛନ୍ତି । ବାରାଣାସୀରେ ଚିକିତ୍ସା ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ହେଲେ ପ୍ରଶାସନ ପକ୍ଷରୁ ୧୨ ବର୍ଷର ବାଳକ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଏମାନଙ୍କୁ ସିଏଚସି ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୩୭ ଜଣଙ୍କୁ ବାରାଣସୀ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜିଲାପାଳ, ଏସପି, ଅନ୍ୟ ଅଧିକାରୀମାନେ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ୍ରାରେ ହାଜତ ମୃତ୍ୟୁ

ଆଗ୍ରା,୨୧।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ...

୪ ମାସରେ ଇସ୍ତଫା ପତ୍ର ଧରାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଶୁକ୍ରବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏପରି କି ରାଓ୍ବତ ଖବୁ...

ଅନୀଲଙ୍କୁ ପୁଣି ଇଡ଼ିର ସମନ ଜାରି…

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ବୁଧବାର ହାଜର ହେବା ପାଇଁ ଇଡି ପକ୍ଷରୁ ମଙ୍ଗଳବାର ନୂଆ ସମନ ଜାରି କରାଯାଇଛି। ସୁପ୍ରିମକୋର୍ଟ ୭୧...

ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା

ହାଇଦ୍ରାବାଦ୍‌,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର...

ଶେଷରେ ତୁଟିଲା କଳି: ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ସଚିନଙ୍କ ୫ ସହଯୋଗୀ

ଜୟପୁର,୨୧।୧୧: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟର ନୂତନ କ୍ୟାବିନେଟର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ୧୧ ଜଣ...

ତିରୁମାଳା ମନ୍ଦିରରେ ଦଳାଚକଟା,୩ ଆହତ

ଅମରାବତୀ,୧୨।୪: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି। ତେବେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି।...

ପୁଣି ଚିନ୍ତା ବଢ଼ାଇଲା କରୋନା: ମୁମ୍ବାଇ ହସ୍ପିଟାଲରେ ଖୋଲିଲା କୋଭିଡ୍‌ ଓ୍ବାର୍ଡ

ମୁମ୍ବାଇ, ୨୭ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲିଛି। କେତେକ ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ...

ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍‌ବିଏ)ର ସହଯୋଗୀ ଦଳ...

Advertisement
Archives

Model This Week