Posted inଜାତୀୟ

ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ

ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପମ୍ପା ମାଠିଆ ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଆସୁଛନ୍ତି। ଏବେ ରାହୁଲଙ୍କ କଥାକୁ ଦୋହରାଉଛି ଭାଜପାର ପ୍ରେରଣା କେନ୍ଦ୍ର କୁହାଯାଉଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। କେନ୍ଦ୍ରରେ ମୋଦିଙ୍କ ଶାସନକୁ ଇତିମଧ୍ୟରେ ପ୍ରାୟ ସାଢ଼େ ୮ ବର୍ଷ ବିତିଥିବାବେଳେ ଦାରିଦ୍ର୍ୟ, ବେକାରି ଏବଂ ଅସମାନତା ଭଳି ସମସ୍ୟା ଉତ୍କଟ ହୋଇଛି। ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଦେଶର ଦାରିଦ୍ର୍ୟ ଅବସ୍ଥାକୁ ଏକ ଦାନବ ଭାବେ ଚିତ୍ରଣ କରି ତାହାକୁ ବିନାଶ କରିବା ବର୍ତ୍ତମାନର ଆହ୍ବାନ ବୋଲି କହିଛନ୍ତି।

ଆର୍‌ଏସ୍‌ଏସ୍‌ର ସହଯୋଗୀ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ବାବଲମ୍ବୀ ଭାରତ ଅଭିଯାନର ଅଂଶ ଭାବେ ଆୟୋଜିତ ଏକ ଓ୍ବେବନାର୍‌ରେ ହୋସବାଲେ କେବଳ ଉପରୋକ୍ତ ପ୍ରସଙ୍ଗ ଉଠାଇନାହାନ୍ତି, ବରଂ ତଥ୍ୟ ସହ ଦେଶର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ଏବେ ବି ୨୦ କୋଟି ଲୋକ ଦାରଦ୍ର୍ୟ ସୀମାରେଖା ତଳେ ରହିଛନ୍ତି, ଯାହା ପରିତାପର ବିଷୟ। ସେହିପରି ୨୩ କୋଟି ଲୋକଙ୍କ ଦୈନିକ ଆୟ ୩୭୫ ଟଙ୍କାରୁ କମ୍‌ ରହିଛି।

ଲେବର ଫୋର୍ସ ସର୍ଭେ ଅନୁଯାୟୀ ଦେଶର ବେକାରି ହାର ୭.୬ ପ୍ରତିଶତ ରହିଛି। ଆର୍ଥିକ ଅସମାନତା ଉପରେ ହୋସ୍‌ବାଲେ କହିଛନ୍ତି ଯେ, ବିଶ୍ୱର ପ୍ରମୁଖ ୬ ଅର୍ଥନୀତି ମଧ୍ୟରେ ଭାରତ ଗଣାଯାଉଛି। ହେଲେ ବାସ୍ତବରେ ଦେଶରେ ଭଲ ସ୍ଥିତି ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶର ମୋଟ ଆୟର ୨୦ ପ୍ରତିଶତ ମୋଟ ଜନସଂଖ୍ୟାର ୧ ପ୍ରତିଶତ ବର୍ଗ ହାତଉଛନ୍ତି ଏବଂ ୫୦% ଜନସଂଖ୍ୟା ପାଉଛନ୍ତି ୧୩ ପ୍ରତିଶତ ଆୟ। ଭାରତର ଦାରିଦ୍ର୍ୟ ଏବଂ ବିକାଶ ଉପରେ ଜାତିସଂଘର ପର୍ଯ୍ୟବେକ୍ଷଣକୁ ଉଦ୍ଧୃତ କରି ହୋସ୍‌ବାଲେ କହିଛନ୍ତି ଯେ, ଦେଶର ବୃହତ୍‌ ଅଞ୍ଚଳର ଲୋକେ ଏବେ ବି ସ୍ବଚ୍ଛ ପାଣି ଏବଂ ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି। ଆଭ୍ୟନ୍ତରୀଣ ଅଶାନ୍ତ ପରିସ୍ଥିତି, ନିମ୍ନମାନର ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ସରକାରଙ୍କ ଅକ୍ଷମତା ଦାରିଦ୍ର୍ୟର ପ୍ରମୁଖ କାରଣ। କେବଳ ସହରାଞ୍ଚଳରେ ଚାକିରି ହେବ ବୋଲି ଧାରଣା ଗ୍ରାମଗୁଡ଼ିକୁ ଖାଲି କରିଦେଇଛି ଏବଂ ସହରୀ ଜୀବନକୁ ନର୍କରେ ପରିଣତ କରିଛି ବୋଲି ହୋସ୍‌ବାଲେ କହିଛନ୍ତି।

ଆର୍‌ଏସ୍‌ଏସ୍‌ର ଉଚ୍ଚ ପଦାଧିକାରୀଙ୍କ ଏହିି ଟିପ୍ପଣୀ ଏଭଳି ସମୟରେ ଆସିଛି, ଯାହାକି ଅନେକ ରାଜନୈତିକ ରଙ୍ଗ ରଖିଥିବା ଭଳି ମନେ ହୁଏ। ଏହି ସମୟରେ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ଯାତ୍ରାରେ ସାରା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି। ଲୋକଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଦାରିଦ୍ର୍ୟ, ବେକାରି ଏବଂ ଆର୍ଥିକ ଅସମାନତା ବିଷୟ ଉଠାଉଛନ୍ତି। ତେବେ ହଠାତ୍‌ ଆର୍‌ଏସ୍‌ଏସ୍‌ର କେନ୍ଦ୍ର ସରକାର ବିରୋଧୀ କଡ଼ା ଆଭିମୁଖ୍ୟକୁ ଅନେକେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କୁହାଯାଉଛି ଯେ, ଆର୍‌ଏସ୍‌ଏସ୍‌ ଏବଂ ଏହାର ବିଚାର ସହ ଦୃଢ଼ରହି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ମୋଦି ସରକାର ଦୂରେଇଯାଉଛି। ଏନେଇ କେତେଜଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦାହରଣ ଦେଉଛନ୍ତି। ତାଙ୍କୁ ମୋଦି ଗୁରୁତ୍ୱ ଦେଉ ନ ଥିବା କୁହାଯାଉଛି।

କାରଣ ଭାଜପାର ସର୍ବୋଚ୍ଚ ନୀତି ନିଦ୍ଧାରଣକାରୀ ପାର୍ଲାମେଣ୍ଟାରୀ ବୋର୍ଡରୁ ଗଡ଼କରୀଙ୍କୁ ନିକଟରେ ବିଦା କରିଦିଆଯାଇଛି। ଏହା ପୂର୍ବରୁ ଗଡ଼କରୀ ଏକ ସଭାରେ ଉଦ୍‌ବୋଧନ ଦେବାବେଳେ ରାଜନୀତିରୁ ସନ୍ନ୍ୟାସ ନେବା କଥା ଉଠାଇଥିଲେ। ଗଡ଼କରୀ ଜଣେ ବ୍ରାହ୍ମଣ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥାଇପାରେ ବୋଲି ଆଲୋଚନା ହେଉଛି। କାରଣ ମୋଦି ଜଣେ ଓବିସି ବର୍ଗର ହୋଇଥିବା ବେଳେ ଆଦିବାସୀ, ଦଳିତ ବର୍ଗରୁ ଭାଜପା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଉଥିବା ସମସ୍ତଙ୍କ ନଜରକୁ ଆସିଛି। ଅନ୍ୟପକ୍ଷରେ ଏକ ରୋଚକ ଉକ୍ତି ପ୍ରକାଶ ପାଇଛି ଯେ, ହନୁ ମଲା ବେଳେ ସତ କହେ। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିପର୍ଯ୍ୟୟକୁ ଆର୍‌ଏସ୍‌ଏସ୍‌ ଅନୁମାନ କରିସାରିଲାଣି ବୋଲି ହୋସବାଲେଙ୍କ ଟିପ୍ପଣୀରୁ ଏହି ଉକ୍ତି ଲୋକଙ୍କ ମନକୁ ଆସିଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?