ଜାତୀୟ

କେଦାରନାଥ ମନ୍ଦିର ନିକଟରୁ ଧସିଲା ବରଫଖଣ୍ଡ

ଡେରାଡୁନ୍‌,୧।୧୦: କେଦାରନାଥ ମନ୍ଦିର ନିକଟରୁ ଏକ ବିଶାଳକାୟ ବରଫଖଣ୍ଡ ଶନିବାର ଧସିପଡିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ହିମସ୍ଖଳନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। #WATCH | Uttarakhand:…

ୟୁଏନଏସସିରେ ରୁଷିଆ ବିରୋଧରେ ଆମେରିକା ଆଣିଲା ପ୍ରସ୍ତାବ, ଦୂରେଇ ରହିଲେ ଭାରତ-ଚାଇନା ସମେତ ୪ ଦେଶ

ନୂଆଦିଲ୍ଲୀ,୧ ।୧୦: ବିଶ୍ୱକୁ ପଛରେ ପକାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମ ପୁଟିନ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ଘୋଷଣା କରଛନ୍ତି । ପୁଟିନଙ୍କର ଏହି ପଦକ୍ଷେପ ପରେ ସମସ୍ତ ଅନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରାଯାଇଥିବା କୁହାଯାଉଛି । ରୁଷିଆର…

ପୁଣିଏକ ବଡ ଟେକ୍ନୋଲୋଜି କ୍ରାନ୍ତିର ସାକ୍ଷି ହେବ ଭାରତ, ମୋଦି ଲଞ୍ଚ କରିବେ ୫ଜି ସର୍ଭିସ

ନୂଆଦିଲ୍ଲୀ,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ଓ ଭାରତ ଟେକ୍ନୋଲୋଜିର ଏକ ନୂଆ ଯୁଗରେ…

ମୁମ୍ବାଇର କାଂଦିବଲିରେ ଫୁଟିଲା ୪ ରାଉଣ୍ଡ ଗୁଳି: ଜଣେ ମୃତ, ୩ ଆହତ

ମୁମ୍ବାଇ,୧ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଫୁଟିଛି ଗୁଳି । ହଠାତ୍ ଏମିତି ଘଟିଥିବା ଘଟଣାକୁ ନେଇ ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଛନ୍ତି । ମିଳିଥିବା…

ନାବାଳିକାଙ୍କ ପରିଚୟ ଗୋପନ ରଖିବେ ଡାକ୍ତର

ନୂଆଦିଲ୍ଲୀ,୧।୧୦(ପି.ଟି.): ସହମତିରେ ଯୌନ ସମ୍ପର୍କ ରଖିଥିବା ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଥିଲେ ଡାକ୍ତରମାନେ ସେମାନଙ୍କ ପରିଚୟ ସ୍ଥାନୀୟ ପୋଲିସକୁ ନ ଦେବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟରେ କହିଥିଲେ, ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାନ୍ସି…

ସୁପ୍ରିମକୋର୍ଟରେ ଇଭିଏମ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୦(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ଗୁଡ଼ିକ ନିର୍ବାଚନ କମିଶନଙ୍କ ବଦଳରେ କେତେକ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ନେଇ ଏକ ରାଜନୈତିକ ଦଳର ଅଭିଯୋଗକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ନିଜର ପ୍ରଚାର ପାଇଁ ଯେକେହି ଚାଲିଆସିବା ସ୍ଥାନ ଅଦାଲତ ନୁହେଁ…

ପ୍ରାକୃତିକ ବାଷ୍ପ ୪୦% ମହଙ୍ଗା

ନୂଆଦିଲ୍ଲୀ,୧।୧୦: ବିଦ୍ୟୁତ୍‌ ଉତ୍ପାଦନ, ସାର ପ୍ରସ୍ତୁତି ପାଇଁ ବ୍ୟବହୃତ ତଥା ଅଟୋମୋବାଇଲ୍ସକୁ ଗତି ଦେବା ପାଇଁ ସିଏନ୍‌ଜିରେ ପରିବର୍ତ୍ତିତ ହେଉଥିବା ପ୍ରାକୃତିକ ବାଷ୍ପ (ନାଚୁରାଲ ଗ୍ୟାସ୍‌) ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ହେତୁ…

ଜିହାଦରେ ସାମିଲ ଲାଗି ସିରିଆ ଯାଉଥିଲେ ପିଏଫ୍‌ଆଇ ସଦସ୍ୟ

ନୂଆଦିଲ୍ଲୀ,୧।୧୦: ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ସାମିଲ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସଦସ୍ୟମାନେ ଜିହାଦରେ ସାମିଲ ହେବା ଲାଗି ସିରିଆ ଏବଂ ସେମାନଙ୍କ ଆଡ୍ଡାସ୍ଥଳ ଥିବା ଅନ୍ୟ ଦେଶକୁ ଯାଉଥିଲେ। ସୁରକ୍ଷା ବଳ ନଜରରୁ ବର୍ତ୍ତିବା ଲାଗି…

ବିଳମ୍ବରେ ପହଞ୍ଚିବାରୁ ଆଣ୍ଠୁମାଡି ପ୍ରଣାମ କରିବା ସହ କ୍ଷମା ମାଗିଲେ ମୋଦି, ବିନା ଲାଉଡ ସ୍ପିକରରେ ଜନସଭାକୁ କଲେ ସମ୍ବୋଧିତ

ଜୟପୁର,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ଆବୁ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ମୋଦିଙ୍କୁ ଦେଖିବାକୁ ଓ ଶୁଣିବାକୁ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ । ସେଠାରେ ମୋଦି…

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ ରେଟ୍‌ ବଢ଼ାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୩ ଦିନ ଧରି…

ବୋମା ଗୁଜବରୁ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବିମାନରେ ବୋମା ଥିବା ଖବର ପ୍ରଚାରିତ ହୋଇଥିଲା। ଫଳରେ ମାଲେସିଆ ଯିବାକୁ ଥିବା ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ମାଲେସିଆ ଯିବାକୁ ଥିବା ଏମ୍‌ଏଚ୍‌୧୭୩…

ଇସ୍ତାହାରରେ ଭାରତର ଭୁଲ ମାନଚିତ୍ର ପାଇଁ କ୍ଷମା ମାଗିଲେ ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ବରିଷ୍ଠ ନେତା ଶଶୀ ଥରୁର ଆଣିଥିବା ଇସ୍ତାହାରରେ ଭାରତର ଭୁଲ୍‌ ମାନଚିତ୍ର ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଦେଖାଇଥିବା ଇସ୍ତାହାର ପୁସ୍ତିକାର ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖ ନ ଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri