Posted inଜାତୀୟ

୧୫ ବର୍ଷ ମଧ୍ୟରେ ଭାଜପା ଦେଇଛି ୩ ଆବର୍ଜନା ପାହାଡ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ନେଇ ଭାଜପା ଏବଂ ଆମ ଆଦମୀ ପାର୍ଟି(ଏଏପି) ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ସକାଳେ ଗାଜିପୁର ଲ୍ୟାଣ୍ଡଫିଲ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୧୫ ବର୍ଷ ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ ପାଇଁ ଭାଜପା କ’ଣ କାମ କରିଛି? କେବଳ ତିନୋଟି ବଡ ଅଳିଆ ପାହାଡ ନିର୍ମାଣ କରଛି। ଦିଲ୍ଲୀ ଭିତରେ ଆମେ କେଉଁ କାମ କରିଛୁ ଭାଜପା ମୋତେ ପଚାରିବା ଉଚିତ୍‌। ମୋତେ ଏହା ପଚାରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ, କେବଳ ଦିଲ୍ଲୀର ଲୋକମାନେ କହିବେ ଯେ ଆମ ଆଦମୀ ପାର୍ଟି ଦିଲ୍ଲୀ ପାଇଁ କ’ଣ କରିଛି।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରି କେଜ୍‌ରିଓ୍ବାଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସିଥିଲେ। ସେ ମୋତେ ଗାଳି ଦେଇ ଦିଲ୍ଲୀ ଏମସିଡିକୁ ଫଣ୍ଡ୍‌ ଦେଇ ନ ଥିବାର ଅଭିଯୋଗ କରିଛନ୍ତି। ମୁଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ ଯେ ସେ ଏମ୍‌ସିଡିକୁ କେତେ ଫଣ୍ଡ ଦେଇଛନ୍ତି।
ସୂଚନାଯୋଗ୍ୟ, କେଜ୍‌ରିଓ୍ବାଲ ଆଜି ଦିଲ୍ଲୀ ଗାଜିପୁର ଆସିବାକୁ ଘୋଷଣା କରିଥିଲେ। ସେ ସେଠାକୁ ଯିବା ପୂର୍ବରୁ ଦିଲ୍ଲୀ ଭାଜପା କର୍ମୀମାନେ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଭାଜପା କର୍ମୀମାନେ ‘କେଜ୍‌ରିୱାଲ ଗୋବ୍ୟାକ୍‌’, ‘କେଜ୍‌ରିୱାଲ ହାଏ-ହାଏ’ ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍‌

ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।…

ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ…

ଦିଲ୍ଲୀ କ୍ୟାପିଟାଲ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ଇନିଂସର ତୃତୀୟ ଓଭରରେ ଫିଲ୍ଡିଂ କରୁଥିବା ବେଳେ…

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି।…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

ଭାଜପାରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ରାଘବଙ୍କୁ ବଡ଼ ଝଟ୍‌କା, ହଠାତ୍‌ ହରାଇଲେ…

ନୂଆଦିଲ୍ଲୀ,୨୫ା୪: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଛାଡ଼ି ଭାଜପାରେ ଯୋଗ ଦେଇଥିବା ଏମ୍‌ପି ରାଘବ ଚଢ଼ାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri