Advertisement
Posted inଜାତୀୟ

ଭାଜପା ନେତାଙ୍କ ଅପିଲ୍‌: ହିନ୍ଦୁମାନେ ଅତିକମ୍‌ରେ ୫ ସନ୍ତାନ କରନ୍ତୁ ଜନ୍ମ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନକୁ ନେଇ ବିତର୍କ ତୀବ୍ର ଚାଲିଥିବାବେଳେ ମିରୁଟର ଜଣେ ଭାଜପା ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପା ନେତା ବିନିତ ଅଗ୍ରୱାଲ ଶାରଦା ହିନ୍ଦୁମାନଙ୍କୁ ଅତି କମରେ ପାଞ୍ଚଟି ସନ୍ତାନ ଜନ୍ମ କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ସମୟ ଆସିଛି ଯେ ହିନ୍ଦୁମାନେ ଆମେ ଦୁଇ, ଆମର ଦୁଇ ନୀତି ତ୍ୟାଗ କରି ଆମେ ଦୁଇ, ଆମର ପାଞ୍ଚ ନୀତି ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଦେଶରେ ଦ୍ୱିତୀୟ ପାକିସ୍ତାନ ଦାବି ଆରମ୍ଭ ହେବ ଏଥିରେ ସନ୍ଦେହ ନାହିଁ।
ଗୋବର୍ଦ୍ଧନ ପୂଜା ଅବସରରେ ବିନିତ ଖଟୁ ଶ୍ୟାମ ଜୀ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ସେ କହିଥିଲେ, ଯଦି ହିନ୍ଦୁତ୍ୱ ଅଛି ତେବେ ସମସ୍ତ ସମାଜ ଅଛି, ଯଦି ହିନ୍ଦୁତ୍ୱ ନାହିଁ ତେବେ ସମାଜ ନାହିଁ। ହିନ୍ଦୁମାନେ ବର୍ତ୍ତମାନ ଜାଗ୍ରତ ହୁଅନ୍ତୁ। ମୁଁ ହିନ୍ଦୁମାନଙ୍କୁ ଆହ୍ବାନ କରୁଛି ଅତି କମରେ ପାଞ୍ଚ ଜଣ ସନ୍ତାନ ଜନ୍ମ କରନ୍ତୁ। ସେମାନଙ୍କ ମଧ୍ୟରେ ଜଣେ ପିଲାକୁ ରାଜନୈତିକ ଜ୍ଞାନ ଦେବା, ଆଉ ଜଣକୁ ଭଉଣୀ ଏବଂ ଝିଅମାନଙ୍କ ସମ୍ମାନ ପାଇଁ ଲୁହା କିଣିବା ଶିଖାନ୍ତୁ, ଜଣେ ପିଲାକୁ ଆଇଏଏସ, ପିସିଏସ, ଡାକ୍ତର, ଇଞ୍ଜିନିୟର। ଆଉ ଜଣଙ୍କୁ ବ୍ୟବସାୟ କରିବାକୁ ଏବଂ ଆଉ ଜଣେ ପିଲାକୁ ସେନାକୁ ପଠାଇବାକୁ ଶିଖାନ୍ତୁ।
ସୂଚନାଯୋଗ୍ୟ, ଭାଜପା ନେତା ବିନିତ ହେଉଛନ୍ତି ଉତ୍ତରପ୍ରଦେଶ ଭାଜପା ବିଜନେସ ସେଲର ରାଜ୍ୟ ସଂଯୋଜକ। ସେ ତାଙ୍କ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଏହାପୂର୍ବରୁ ସେ ଗୋଟିଏ ସେକେଣ୍ଡରେ ୩୬ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଜପ କରିଥିଲେ ଏବଂ ଗୋଟିଏ ନିଶ୍ୱାସରେ ୫୦ ଥର କମଲ କମଲ କହି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଦୁଇ ଏସ୍‌ଏସ୍‌ସି ଅଫିସର ଗିରଫ

କୋଲକାତା,୧୦।୮: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ବୁଧବାର ଦୁଇ ସ୍କୁଲ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଫିସରଙ୍କୁ...

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ...

ଘୋଡ଼ା ଚଢ଼ି ବିବାହ ମଣ୍ଡପରେ ପହଞ୍ଚିଲେ କନିଆ

ଭୋପାଳ,୧୬।୫: ଦେଶରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି। ତେବେ ମହିଳାମାନଙ୍କୁ ସଶକ୍ତ ହେବାର ବାର୍ତ୍ତା ଦେଇଛନ୍ତି ଜଣେ କନିଆ। ସେ ଘୋଡ଼ା ଚଢ଼ି ବିବାହ ମଣ୍ଡପରେ...

୫୦ ବର୍ଷରେ ମହିଳା ଭୋଟରଙ୍କ ସଂଖ୍ୟା ୨୩୫ ପ୍ରତିଶତରୁ ଅଧିକ…

ନୂଆଦିଲ୍ଲୀ,୨୮।୧୧: ଦେଶରେ ୧୯୭୧ ନିର୍ବାଚନ ପରଠାରୁ ମହିଳା ଭୋଟରଙ୍କ ସଂଖ୍ୟାରେ ୨୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମହିଳାଙ୍କ ଭୋଟର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ...

ମୃତ୍ୟୁ ମୁହଁରେ ଥାଇ ଭିଡିଓରେ ଏମିତି କହିଲେ ପଦ୍ମଶ୍ରୀ ପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ପ୍ରାପ୍ତ ଡ. କେ କେ ଅଗ୍ରଓ୍ବାଲଙ୍କ ସୋମବାର ବିଳମ୍ବିତ ରାତିରେ...

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା...

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି...

ଲଖିମପୁର ଖେରି: ବିଧାୟକଙ୍କ ଗାଡି ମାଡିଯିବାରୁ ବାଇକ ଚାଳକ ଦୁଇ ଭାଇ ମୃତ

ଲଖିମପୁର ଖେରି,୧୮ ।୪: ଉତ୍ତର ପ୍ରଦେଶର ଲଖିମପୁର ଖେରି ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ବିଧାୟକ ଷ୍ଟିକର ଲାଗିଥିବା ଏକ ଗାଡି ଦୁର୍ଘଟଣାରେ ଦୁଇ...

Advertisement
Archives

Model This Week