Posted inଜାତୀୟ

ଆବର୍ଜନାକୁ ନେଇ ରାଜନୀତି, ଏଏପି-ଭାଜପା କର୍ମୀ ମୁହାଁମୁହିଁ, କେଜ୍ରିଓ୍ବାଲଙ୍କ ପରିଦର୍ଶନକୁ ବିରୋଧ…

ନୂଆଦିଲ୍ଲୀ,୨୭।୧୦ : ଦିଲ୍ଲୀରେ ଆବର୍ଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ଏଏପି-ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ ପରିଦର୍ଶନ କରିବାକୁ ଯାଉଥିବାବେଳେ ଏ ସମ୍ପର୍କରେ ସୂଚନା ପାଇ ଭାଜପା କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହିତ ସ୍ଲୋଗାନ ଦେଇ ବିରୋଧ ଆରମ୍ଭ କରିଛନ୍ତି।

ଏଏପି କର୍ମୀମାନେ ମଧ୍ୟ ଗାଜିପୁର ଲ୍ୟାଣ୍ଡଫିଲରେ ପହଞ୍ଚି ଭାଜପା ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏକ ଦଶନ୍ଧି ଧରି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନକୁ ଭାଜପା ଦଖଲ କରି ରଖିଛି ବୋଲି ଏଏପି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହା ପରେ ମଧ୍ୟ ଲ୍ୟାଣ୍ଡଫିଲ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚଳିତ ବର୍ଷ ଶେଷ କିମ୍ବା ୨୦୨୩ ପ୍ରାରମ୍ଭରେ ଏମସିଡି ନିର୍ବାଚନ ହେବାର ସମ୍ଭାବନା ଅଛି । ଏହି ନିର୍ବାଚନ ପାଇଁ ସ୍ବଚ୍ଛତା ମୁଖ୍ୟ ପ୍ରସଙ୍ଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ଗାଜିପୁର ଲ୍ୟାଣ୍ଡଫିଲ ପରିଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଥିଲା। ଅପରପକ୍ଷରେ ଭାଜପା କର୍ମୀମାନେ ଯୁକ୍ତି କରୁଛନ୍ତି ଯେ ଆମ ଆଦମୀ ପାର୍ଟି ମିଛ କହୁଛି।

ସୂଚନାଯୋଗ୍ୟ, ତାଜମହଲଠାରୁ ଉଚ୍ଚ ଏବଂ କୁତୁବ ମିନାରଠାରୁ ଆଠ ମିଟର ଛୋଟ ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ଅବସ୍ଥିତ ଆବର୍ଜନା ପାହାଡରେ ପ୍ରତିଦିନ ଶହ ଶହ ଟ୍ରକ ଆବର୍ଜନା ପକାଯାଉଛି। ଏଥିରେ ୩୫ ବର୍ଷ ମଧ୍ୟରେ ୭୦ ଏକର ଜମିରେ ୨୭୦ ଫୁଟ ଉଚ୍ଚ ଅଳିଆ ପାହାଡ଼ ଜମା ହୋଇଛି। ଅଳିଆ ଆବର୍ଜନା ଯୋଗୁ ଏହାର ଆଖପାଖର ଲୋକମାନେ ମଇଳା ଏବଂ ଦୁର୍ଗନ୍ଧ ପାଇଁ ଅସୁବିଧାରେ ପଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?