ଜାତୀୟ

ସଲମାନଙ୍କ ସୁରକ୍ଷାକୁ ନେଇ ଆଲର୍ଟରେ ମୁମ୍ବାଇ ପୋଲିସ: ଅଭିନେତାଙ୍କ ଘର ବାହାରେ ପ୍ରଂଶସକଙ୍କୁ ବାରଣ

ମୁମ୍ବାଇ,୨୧।୩: ନିକଟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଏକ ଇମେଲ୍‌ ମିଳିଥିଲା। ଏହାପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ଘର ବାହାରେ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ଏଥିସହ ସତର୍କତା ଅବଲମ୍ବନ କରି ପୋଲିସ ସଲମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ବାରଣ କରିଛି। ଅଭିନେତାଙ୍କୁ…

ଗତ ୨୪ ଘଣ୍ଟାରେ ୬୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୫ ନୂଆ କରୋନା ମାମଲା ଚିହ୍ନଟ…

ରାହୁଲଙ୍କୁ କ୍ଷମା ମାଗିବାକୁ ପଡ଼ିବ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୩: ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଭାରତରେ ବିବାଦ ଦେଖାଦେଇଛି। ନିଜ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରୁଛି। ଭାଜପାର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀ କରି ରାହୁଲଙ୍କ କ୍ଷମା…

ଦିଲ୍ଲୀ ବଜେଟ ବନ୍ଦ କରନ୍ତୁ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନାହିଁ ବଜେଟ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ଅଛି ଯେ, ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…

ଖଲିସ୍ତାନ ସମର୍ଥକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧।୩: ଭାରତରେ ଖଲିସ୍ତାନୀ ସମର୍ଥକଙ୍କ ଟୁଇଟର ଆକାଉଣ୍ଟଗୁଡିକୁ ବ୍ଲକ୍‌ କରାଯାଇଛି। ଏହି ବ୍ଲକ୍‌ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ ପାର୍ଟିର ନେତା ଜଗମିତ ସିଂଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି। ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ…

ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ବର୍ତ୍ତମାନ ଏକ୍ସାଇଜ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ହେପାଜତରେ…

କରୋନା ଆକ୍ରାନ୍ତ ହେଲେ କିରଣ ଖେର୍‌

ନୂଆଦିଲ୍ଲୀ,୨୧।୩: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରନ ଖେର୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ହୋଇଛି, ତେଣୁ…

ମୋ ‘ରିମୋଟ କଣ୍ଟ୍ରୋଲ’ ଆଉ କାହା ପାଖରେ, ହେଲେ ନଡ୍ଡାଙ୍କର କ’ଣ? ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୧ ।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କହିଥିବା ‘ରିମୋଟ କଣ୍ଟ୍ରୋଲ’ ଟିପ୍ପଣିକୁ ନେଇ ଖାର୍ଗେ ଏହାର ଜବାବ ରଖିଛନ୍ତି । ଖାର୍ଗେ ପ୍ରଶ୍ନ କରିଛନ୍ତି ଯେ ଭାରତୀୟ…

ଲିଭ୍‌-ଇନ୍‌ ଯୋଡ଼ି ପଞ୍ଜୀକରଣ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୧ା୩ : ଲିଭ୍‌-ଇନ୍‌ ରିଲେଶନରେ ରହୁଥିବା ଯୋଡ଼ିମାନଙ୍କର ପଞ୍ଜୀକରଣ ଲାଗି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହା ଚଞ୍ଚଳମନା ଚିନ୍ତାଧାରା ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ଲିଭ୍‌-ଇନ୍‌ ଯୋଡ଼ିମାନଙ୍କ ପାଇଁ ଗାଇଡ୍‌ଲାଇନ ଜାରି ସହ ସେମାନଙ୍କ…

ଅନ୍‌ଲାଇନ ଆର୍‌ଟିଆଇ ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧ା୩:ପର୍ଯ୍ୟାପ୍ତ ତଥ୍ୟ ଯୋଗାଇବାରେ ସୁବିଧା ପାଇଁ ଅନ୍‌ଲାଇନ ସୂଚନା ଅଧିକାର (ଆର୍‌ଟିଆଇ) ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟ ସୋମବାର ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୫ରେ ଆର୍‌ଟିଆଇ ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହାର ୧୭ ବର୍ଷ ପରେ ମଧ୍ୟ…

ଇଣ୍ଟରପୋଲ୍‌ ରେଡ୍‌ କର୍ନର ତାଲିକାରୁ ମେହୁଲ ଚୋକ୍‌ସି ବାଦ୍‌

ନୂଆଦିଲ୍ଲୀ, ୨୧ା୩:ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ସଂଗଠନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ତାଲିକାରୁ ବାଦ୍‌ ଦେଇଛି। ୨୦୧୮ ଡିସେମ୍ବରରେ ଇଣ୍ଟରପୋଲ୍‌ ଚୋକ୍‌ସିଙ୍କ ନାମରେ ରେଡ୍‌ କର୍ନର ନୋଟିସ ଜାରି କରିଥିଲା। ମାନବାଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ…

ଇଟାଭାଟିରେ ବିସ୍ଫୋରଣ: ଚାଲିଗଲା ୪ ମହିଳାଙ୍କ ଜୀବନ

ପାଟନା, ୨୧ା୩: ବିହାରର ମାନେର ଥାନା ଅଧୀନ ବ୍ୟାପୁର ଗ୍ରାମରେ ଥିବା ଏକ ଇଟାଭାଟିରେ ବିସ୍ଫୋରଣ ଘଟି ୪ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମହିଳାମାନେ ଭାଟି ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri