ଜାତୀୟ

ଅଶ୍ଳୀଳ ଫଟୋ ପାଇଁ ସୋସିଆଲ ମିଡିଆରେ ମହିଳା ସାଜିଲେ ଯୁବକ

ବେଙ୍ଗାଲୁରୁ,୪।୨: ଅଭିଯୁକ୍ତ ପ୍ରସାଦ ସୋସିଆଲ ମିଡିଆରେ ନିଜକୁ ଜଣେ ମହିଳା ପରିଚୟ ଦେଇ ଅନ୍ୟ ମହିଳାମାନଙ୍କ ଅଶ୍ଳୀଳ ଫଟୋ ସଂଗ୍ରହ କରୁଥିଲେ। ସେ ମୋନିକା ନାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଚାକିରି ଦେବା ଆଳରେ ଫୁସୁଲାଇ ତାଙ୍କ…

ଶର୍ଟ ସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୪।୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ସମୂହ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟସ୍‌ ହେରଫେର ଅଭିଯୋଗ ଆଣିବା ପରଠୁ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ୧୨୦ ବିଲିୟନ୍‌ରୁ ଊର୍ଦ୍ଧ୍ୱ ଡଲାର କ୍ଷତି ସହିଲେଣି। ଆଦାନୀ ଗ୍ରୁପ୍‌…

ଜମ୍ମୁ-କଶ୍ମୀରରେ ଜୋଷୀମଠ ଭଳି ସଙ୍କଟ

ଶ୍ରୀନଗର,୪।୨: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଜୋଷୀମଠ ଭଳି ସଙ୍କଟ ସାମ୍ନାକୁ ଆସିଛି। ଜିଲାର ଏକ ଗାଁର ମାଟି ଦବିବାରେ ଲାଗିଛି। ପରିବାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ଏ ପର୍ଯ୍ୟନ୍ତ ୧୯ଟି ଘର, ୧ଟି ମସ୍‌ଜିଦ ଏବଂ…

ଫରାସୀ ଅଭିନେତ୍ରୀ ନିଜ ଘରେ ପଣବନ୍ଦୀ

ପଣଜୀ,୪।୨: ଫ୍ରାନ୍ସର ଅଭିନେତ୍ରୀ ମାରିଏନ୍‌ ବୋର୍ଗୋଙ୍କୁ ଉତ୍ତର ଗୋଆସ୍ଥିତ ତାଙ୍କ ବାସଭବନରେ ପଣବନ୍ଦୀ କରାଯାଇଥିଲା। ସମ୍ପତ୍ତି ବିବାଦକୁ ନେଇ ଅତିଷ୍ଠ ହେବା ପରେ ସେ ଉକ୍ତ ବଙ୍ଗଳାକୁ ଛାଡ଼ିଦେଇଥିବା କହିଛନ୍ତି। ୭୧ ବର୍ଷୀୟା ବୋର୍ଗୋଙ୍କ ମତରେ ୨୦୧୮ରେ ସେ ଜଣେ ଓକିଲଙ୍କଠାରୁ…

ପାଟନା ବଦଳରେ ରାଜସ୍ଥାନ ପହଞ୍ଚାଇଲା ବିମାନ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ,୪।୨: ଇଣ୍ଡିଗୋ ଏୟାରଲାଇନ୍ସ ଜଣେ ଯାତ୍ରୀଙ୍କୁ ବିହାର ବଦଳରେ ରାଜସ୍ଥାନରେ ପହଞ୍ଚାଇଦେଇଛି। ଏହି ପ୍ରସଙ୍ଗରେ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ କହିଛି ଯେ, ଏହି ଯାତ୍ରୀ ପାଟନାକୁ ଏକ ଇଣ୍ଡିଗୋ…

ପଞ୍ଜାବରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଅଧା ରାତିରୁ ହେବ ଲାଗୁ

ଚଣ୍ଡିଗଡ଼,୩।୨: ପଞ୍ଜାବରେ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଶୁକ୍ରବାର ମଧ୍ୟରାତିରୁ ନୂଆ ଦର ଲାଗୁ ହେବ। ପଞ୍ଜାବରେ ପେଟ୍ରୋଲର ନୂତନ ମୂଲ୍ୟ ଲିଟର ପିଛା ୯୮.୧୧ ଟଙ୍କା ଏବଂ ଡିଜେଲ ୮୮.୪୩ ଟଙ୍କା ହୋଇଯିବ। ଏହାପୂର୍ବରୁ ପଞ୍ଜାବ ସରକାର ଶୁକ୍ରବାର…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ-ଆଶା କରୁଛି ଉପଯୁକ୍ତ ପଦକ୍ଷେପ ନେବେ…

ନୂଆଦିଲ୍ଲୀ,୩।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଘାଟିରେ କାମ କରିବା ଲାଗି ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସେ ଦାବି…

ଓଡ଼ିଶାକୁ ମିଳିଲା ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ

ନୂଆଦିଲ୍ଲୀ,୩।୨: ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ମିଳିଛି। କେନ୍ଦ୍ରୀୟ ବଜେଟରେ ମିଳିଥିବା ଏହି ଅନୁଦାନ ସମ୍ପର୍କରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର…

ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ହେଲେ ମୋଦି, ବାଇଡେନ-ସୁନକଙ୍କ ସମେତ ୨୨ ଲିଡର୍‌ଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୨: ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି। ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଦୌଡ଼ରେ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମେତ ୨୨ ବିଶ୍ୱନେତାଙ୍କୁ ପଛରେ ପକାଇ…

ଆକ୍ସନ ମୁଡ୍‌ରେ ହିମନ୍ତ ସରକାର: ଆସାମରେ ବାଲ୍ୟ ବିବାହ ମାମଲାରେ ୧,୮୦୦ ଗିରଫ

ଗୁଆହାଟୀ,୩।୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଶୁକ୍ରବାର ଆସାମ ପୋଲିସ ବାଲ୍ୟ ବିବାହ ମାମଲାରେ ୧୮୦୦ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆସାମ…

ଏନ୍‌ଆଇଏକୁ ମିଳିଲା ଧମକପୂର୍ଣ୍ଣ ଇ-ମେଲ୍‌: ମୁମ୍ବାଇରେ ଆଲର୍ଟ ଜାରି

ମୁମ୍ବାଇ,୩।୨: ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ଇ-ମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ଜଡିତ ଥିବା କହୁଥିବା ବେଳେ ମୁମ୍ବାଇ ସହରରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ…

ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୨: ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାସହ କୋର୍ଟ ସରକାରଙ୍କୁ ଡକ୍ୟୁମେଣ୍ଟାରୀକୁ ନେଇ କରାଯାଇଥିବା ଟୁଇଟକୁ ହଟାଇବାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri