Posted inଜାତୀୟ

୨ହଜାର ଟଙ୍କିଆ ନୋଟ୍‌ ବ୍ୟାନ୍‌: ବିମୁଦ୍ରୀକରଣର ଭୂତ ପୁଣିଥରେ ଆସିଛି, ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ୍‌ ପ୍ରଚଳନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୋଟ୍‌ଗୁଡିକର ବୈଧତା ସେପ୍ଟେମ୍ବର ୩୦ଯାଏଁ ରହିବ। ଆରବିଆଇର ଏହି ନିଷ୍ପତ୍ତରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଆମର ଆତ୍ମ ଘୋଷିତ ବିଶ୍ୱଗୁରୁ ପ୍ରଥମେ କରନ୍ତି, ତା’ପରେ ଭାବନ୍ତି। ୮ ନଭେମ୍ବର ୨୦୧୬ରେ ଧୁମ୍‌ଧାମ୍‌ରେ ଲଞ୍ଚ କରାଯାଇଥିବା ୨ହଜାର ଟଙ୍କିଆ ନୋଟ୍‌କୁ ବର୍ତ୍ତମାନ ଫେରାଇ ନିଆଯାଉଛି।

ସେହିପରି କଂଗ୍ରେସ ନେତା ପଓ୍ବନ ଖେଡା କହିଛନ୍ତି ଯେ, ୮ ନଭେମ୍ବର ୨୦୧୬ର ଭୂତ ପୁଣି ଥରେ ଦେଶକୁ ହଇରାଣ କରିବାକୁ ଆସିଛି। ବିମୁଦ୍ରୀକରଣର ଏହି ବହୁ ପ୍ରଚାରିତ ପଦକ୍ଷେପ ଦେଶ ପାଇଁ ଏକ ବଡ଼ ବିପଦ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦି ନୂଆ ୨ହଜାର ଟଙ୍କିଆ ନୋଟ୍‌ର ଲାଭ ବିଷୟରେ ଦେଶକୁ ଉପଦେଶ ଦେଇଥିଲେ, ଆଜି ଯେତେବେଳେ ଟଙ୍କା ଛାପିବା ବନ୍ଦ ହୋଇଗଲା, ତା’ହେଲେ ସେହି ସବୁ ପ୍ରତିଶ୍ରୁତିର କ’ଣ ହେଲା?

ଏଭଳି ପଦକ୍ଷେପ ପଛରେ ସରକାରଙ୍କର କଣ ଉଦ୍ଦେଶ୍ୟ ରହିଛି ତହା ଜଣାଇବା ଦରକାର। ସରକାର ତାଙ୍କ ଜନ ବିରୋଧୀ ତଥା ଗରିବ ବିରୋଧୀ ଏଜେଣ୍ଡା ଜାରି ରଖିଛନ୍ତି। ଆଶା କରାଯାଉଛି ଯେ, ଗଣମାଧ୍ୟମ ସରକାରଙ୍କୁ ଏଭଳି କଠୋର ପଦକ୍ଷେପ ଉପରେ ପ୍ରଶ୍ନ କରିବ ବୋଲି ସେ କହିଛନ୍ତି।

ଏଏପି ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ୨୦୧୬ରେ ବିମୁଦ୍ରୀକରଣ ପରେ ଲୋକମାନେ ରୋଜଗାର ହରାଇଲେ, ବହୁ ଜୀବନ ଗଲା ଏବଂ ଅର୍ଥନୀତି କ୍ଷତିଗ୍ରସ୍ତ ହେଲା। ୨୦୧୬ରେ ସରକାର ଦାବି କରିଥିଲେ ଯେ, କଳା ଟଙ୍କା ଏବଂ ଦୁର୍ନୀତି ଶେଷ ହେବ କିନ୍ତୁ ତାହା ହୋଇପାରିଲା ନାହିଁ। ମୁଁ ଆଶା କରୁଛି ଏଥର ବିଶେଷଜ୍ଞଙ୍କ ମତରେ ଏହି ନିଷ୍ପତ୍ତି ନିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri