Posted inଜାତୀୟ

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ମନା କରିଥିଲେ ଏହି ଓକିଲ…

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ ସେ ହେଉଛନ୍ତି ଦଶମ। ତେବେ ଜଷ୍ଟିସ କୁଲଦୀପ ସିଂଙ୍କ ନାମ ପୂର୍ବରୁ ଯେଉଁ ନଅ ଜଣ ଓକିଲଙ୍କ ନାଁ ସାମିଲ ଅଛି ସେଥିରେ ଜଷ୍ଟିସ କୁଲଦୀପ ସିଂ ନାମ ମଧ୍ୟ ରହିଛି। ସେ ୧୪ ଡିସେମ୍ବର ୧୯୮୮ରେ ସୁପ୍ରିମକୋର୍ଟରେ ନିଯୁକ୍ତି ହୋଇଥିଲେ। ସେହି ଦିନ ଜଷ୍ଟିସ ଏ.ଏମ୍‌ ଅହମ୍ମଦି ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ।

ଜଷ୍ଟିସ କୁଲଦୀପ ସିଂଙ୍କୁ ବାର୍‌ରୁ ନିଯୁକ୍ତ କରାଯାଇଥିଲା। ଯଦିଓ ତାଙ୍କୁ ପୂର୍ବରୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଫର ମିଳିଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ଅହମ୍ମଦି ଗୁଜୁରାଟ ହାଇକୋର୍ଟର ବିଚାରପତି ଥିଲେ। ସେହି ସମୟର ପରମ୍ପରା ଅନୁଯାୟୀ, ହାଇକୋର୍ଟ ବିଚାରପତିଙ୍କ ତୁଳନାରେ ବାର୍‌ରୁ ନିଯୁକ୍ତ ହୋଇଥିବା ବିଚାରପତିଙ୍କୁ ବରିଷ୍ଠ ବୋଲି ବିବେଚନା କରାଯାଉଥିଲା। ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଜଷ୍ଟିସ କୁଲଦୀପ ଆନୁଷ୍ଠାନିକ ଭାବେ ଜଷ୍ଟିସ ଅହମ୍ମଦିଙ୍କଠାରୁ ୨ମାସ ବଡ଼ ଥିଲେ।

ସୁପ୍ରିମକୋର୍ଟା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ପୁଅ ଆଇନଜୀବୀ ଅଭିନଭ ଚନ୍ଦ୍ରଚୂଡ ପେଙ୍ଗୁଇନ ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ତାଙ୍କ ପୁସ୍ତକ ‘ସୁପ୍ରିମ ୱିସପର୍ସ’ରେ ଲେଖିଛନ୍ତି ଯେ, ଜଷ୍ଟିସ ଅହମ୍ମଦି ଏବଂ ଜଷ୍ଟିସ କୁଲଦୀପ ସିଂ ଜଷ୍ଟିସ ଭେଙ୍କଟଚଲିୟାଙ୍କ ଠାରୁ ସାନ ଥିଲେ ଯିଏ କି ଅକ୍ଟୋବର ୧୯୯୪ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଥିଲେ। ଅଭିନବ ତାଙ୍କ ବହିରେ କହିଛନ୍ତି ଯେ, ଯଦି ଜଷ୍ଟିସ କୁଲଦୀପଙ୍କୁ ଜଷ୍ଟିସ ଅହମ୍ମଦିଙ୍କ ଠାରୁ ବରିଷ୍ଠ ବୋଲି ଗଣା ଯାଉଥିଲା, ତେବେ ସେ ଅକ୍ଟୋବର ୧୯୯୪ରୁ ଡିସେମ୍ବର ୧୯୯୬ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ହୋଇଥାନ୍ତେ। ତାଙ୍କ ଅବସର ପରେ ଜଷ୍ଟିସ ଅହମଦିଙ୍କୁ କିଛି ମାସ ପାଇଁ ପ୍ରଧାନ ବିଚାରପତି ପଦ ମିଳିଥାନ୍ତା

ସେ ଲେଖିଛନ୍ତି ଯେ, ସୁପ୍ରିମକୋର୍ଟରେ ନିଯୁକ୍ତ ହେବାର କିଛି ମାସ ପୂର୍ବରୁ ଅଗଷ୍ଟ ୧୯୮୮ରେ ଜଷ୍ଟିସ କୁଲଦୀପ ସିଂଙ୍କୁ ତତ୍କାଳୀନ ପ୍ରଧାନ ବିଚାରପତି ପାଠକଙ୍କଠାରୁ ଏକ କଲ୍‌ ଆସିଥିଲା। ଜଷ୍ଟିସ ପାଠକ ତାଙ୍କୁ କହିଥିଲେ ଯେ, ଆମେ ଆପଣଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରିବାକୁ ଚାହୁଁଛୁ। ଜଷ୍ଟିସ କୁଲଦୀପଙ୍କୁ ସେ ଆଶ୍ୱସନା ଦେଲେ ଯେ, ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରଥମେ ଶପଥ ଗ୍ରହଣ କରାଯିବ ଏବଂ ସେ ବରିଷ୍ଠ ରହିବେ। କିନ୍ତୁ ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ କରିବାର କ୍ରମ ପରିବର୍ତ୍ତନ ହୋଇଥିଲା। ଜଷ୍ଟିସ କୁଲଦୀପଙ୍କ ପୂର୍ବରୁ ଜଷ୍ଟିସ ଅହମ୍ମଦ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ କ୍ରମ ପରିବର୍ତ୍ତନ କରିବାରେ ଗୁଜୁରାଟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ୍‌ପି ଠାକୁରଙ୍କ ହାତ ଥିଲା ବୋଲି ଜଷ୍ଟିସ ପାଠକ ଏବଂ ଜଷ୍ଟିସ କୁଲଦୀପ ଦୁହେଁ ସନ୍ଦେହ କରିଥିଲେ। ଜଷ୍ଟିସ ଅହମ୍ମଦିଙ୍କ ସୁପ୍ରିମକୋର୍ଟରେ ବରିଷ୍ଠ ବିବେଚନା କରିବା ପାଇଁ ସେ ଏପରି ଯୋଜନା କରିଥିଲେ। ଏହି ଘଟଣାରେ ଜଷ୍ଟିସ କୁଲଦୀପ ଏତେ ରାଗି ଯାଇଥିଲେ ଯେ ସେ ବିଚାରପତି ପଦ ପାଇଁ ଶପଥ ଗ୍ରହଣ କରିବାକୁ ମନା କରି ଦେଇଥିଲେ। କିନ୍ତୁ ପ୍ରଧାନ ବିଚାରପତି ପାଠକ ତାଙ୍କୁ କୌଣସି ପ୍ରକାରେ ବୁଝାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri