ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା କରିଛି ଆରବିଆଇ। ବର୍ତ୍ତମାନ ପାଇଁ ଏହି ନୋଟ୍‌ ବଜାରରେ ପ୍ରଚଳିତ ହୋଇପାରିବ। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଫେରସ୍ତ କରିପାରିବେ। କିନ୍ତୁ ପୂର୍ବଭଳି ଏହି ନୋଟ୍‌ ଆଉ ଛପା ଯିବ ନାହିଁ। ନିକଟସ୍ଥ କୌଣସି ବି ବ୍ୟାଙ୍କ୍‌କୁ ଯାଇ ୨ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ ବୋଲି ଆରବିଆଇ ସୂଚନା ଦେଇଛି। ଥରକରେ ୨୦ ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ କିମ୍ବା ବଦଳାଇ ପାରିବେ। ଗ୍ରାହକଙ୍କୁ ୨ ହଜାର ଟଙ୍କା ନ ଦେବାକୁ ବ୍ୟାଙ୍କ୍‌ଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି।

ଆରବିଆଇ କହିଛି ଯେ, କ୍ଲିନ୍‌ ନୋଟ୍‌ ପଲିସି ଅନ୍ତର୍ଗତ ୨ହଜାର ଟଙ୍କିଆ ନୋଟ୍‌ ସର୍କୁଲେଶନ୍‌କୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୨ହଜାର ଟଙ୍କିଆ ନୋଟ୍‌ ଗୋଟିଏ ବି ଛପା ଯାଇ ନାହିଁ। ଅର୍ଥାତ୍‌ ସର୍କୁଲେଶନ୍‌ ପୂର୍ବରୁ ଛାପିବା କମ୍‌ କରିଦିଆ ଯାଇଥିଲା।

କେନ୍ଦ୍ର ସରକାର ୨୦୧୬ରେ ନୋଟବନ୍ଦୀ ନେଇ ବଡ ନିଷ୍ପତ୍ତି ନେଇଥିଲେ। ୮ ନଭେମ୍ବରରେ ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ କରି ଦେଇଥିଲେ। ସେହି ସମୟରେ ୨ହଜାର ପ୍ରଚଳନ କରାଯାଇଥିଲା। । ଏଠାରେ କୁହାଯାଇଥିଲାଯେ,ଏହି ଛୋଟ ନୋଟ୍‌ଗୁଡିକର ସ୍ଥାନ ୨ହଜାର ଟଙ୍କା ନେବ। କିନ୍ତୁ ଏହି କିଛି ବର୍ଷ ମଧ୍ୟରେ ବଜାରରେ ୨ହଜାର ଟଙ୍କାର ନୋଟ୍‌ର ପ୍ରଚଳନ ପୁରା କମି ଯାଇଥିଲା।

ତେବେ ୨ହଜାର ଟଙ୍କା ନୋଟ୍‌ର ପ୍ରଚଳନ ୨୦୧୭-୧୮ରେ ଅଧିକ ଥିଲା। ସେହି ସମୟରେ ୩୩,୬୩୦ଲକ୍ଷ ୨ହଜାର ଟଙ୍କିଆ ନୋଟ୍‌ର ସର୍କୁଲେଶନ ହୋଇଥିଲା। ଗତ ଦୁଇବର୍ଷ ମଧ୍ୟରେ ଗୋଟିଏ ବି ୨ହଜାର ଟଙ୍କିଆ ନୋଟ୍‌ ଛପା ହୋଇ ନାହିଁ ବୋଲି ୨୦୨୧ରେ ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri