ଅନ୍ତର୍ଜାତୀୟ

ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା: ୫ ମୃତ

ପ୍ୟାରିସ୍‌, ୧୧।୧୦: ଫ୍ରାନ୍ସରେ ମଝି ଆକାଶରେ ୨ ଛୋଟ ବିମାନ ମଧ୍ୟରେ ଧକ୍କା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ୟାରିସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଆକାଶରେ ଧକ୍କା…

ଅସ୍ତ୍ରବିରତି ଲାଗି ଆର୍ମେନିଆ, ଆଜରବୈଜାନ୍‌ ରାଜି

ମସ୍କୋ,୧୧।୧୦: କିଛିଦିନର ଯୁଦ୍ଧ ପରେ ଶନିବାର ଅସ୍ତ୍ରବିରତି ଲାଗି ରାଜି ହୋଇଛନ୍ତି ଆର୍ମେନିଆ ଓ ଆଜରବୈଜାନ୍‌। ଦୁଇଦେଶର କୂଟନୀତିଜ୍ଞ ଏନେଇ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ସହ ଦୁଇଦେଶ ବନ୍ଦୀଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଚୁକ୍ତି କରିଛନ୍ତି। ମସ୍କୋରେ ଦୁଇଦେଶର କୂଟନୀତିଜ୍ଞଙ୍କ ମଧ୍ୟରେ…

ବିସ୍କୁଟ ବିଜ୍ଞାପନକୁ ନେଇ ପାକିସ୍ତାନରେ ବିବାଦ, ଜାଣନ୍ତୁ କାହିଁକି

ଇସଲାମାବାଦ,୧୦ା୧୦: ଏକ ବିସ୍କୁଟର ବିଜ୍ଞାପନକୁ ନେଇ ପାକିସ୍ତାନରେ ଅନେକ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ଘୋର ବିରୋଧ କରାଯାଇଛି। ଏପରିକି ଗୋଟିଏ ଦଳ ଏହାକୁ ବିରୋଧ କରୁଥିବା ବେଳେ ଇମ୍ରାନ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କିଛି…

ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍‌ ୪୩ ଲକ୍ଷରୁ ଅଧିକ ଜ୍ୟାକ୍‌ପଟ ଲଟେରି ଲାଗିଛି। ୩୦ ବର୍ଷୀୟ ୪…

ମଣିଷଙ୍କଠାରୁ ମିଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି କରୋନା ଭାଇରସ

ଉଟାହ,୧୦ ।୧୦: କରୋନା ଭାଇରସ ଏବେ ଆମେରିକାରେ ତା’ର କାୟା ବିସ୍ତାର କରିଥିବା ବେଳେ ଏହା ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଚିନ୍ତାର କାରଣ ପାଲଟି ଯାଇଛି । ଆମେରିକାର ଉଟାହ ଓ ୱିସକନସିନରେ ପାଖାପାଖି ୧୦ ହଜାର ମିଙ୍କ(ନେଉଳ ପ୍ରଜାତିର ପ୍ରାଣୀ)ଙ୍କ…

ପାକିସ୍ତାନରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ

ଇସଲାମାବାଦ, ୧୦।୧୦: ଶେଷରେ ପାକିସ୍ତାନ ସରକାର ଟିକ୍‌ଟକ୍‌କୁ ବ୍ୟାନ୍‌ କରିଛନ୍ତି। ବାଇଟ୍‌ ଡ୍ୟାନ୍ସର ଶର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଟିକ୍‌ଟକ୍‌ ପକେିସ୍ତାନ ଦୂର ସଞ୍ଚାର ପ୍ରାଧିକରଣ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ…

ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ୧୬ ବର୍ଷ ବୟସ୍କା ବାଳିକା

ହେଲସିଙ୍କି, ୧୦।୧୦: ଫିନଲାଣ୍ଡ୍‌ରେ ଜଣେ ୧୬ ବର୍ଷ ବୟସ୍କା ବାଳିକାଙ୍କୁ ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ସନା ମରିନ୍‌ ପଦବୀ ଖାଲି କରିଥିଲେ। ତାଙ୍କ ସ୍ଥାନରେ ଦିନକ ଲାଗି ଆଭା ମୁତ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ…

୮୬ ପ୍ରତିଶତ ବିନା ଲକ୍ଷଣ ବ୍ୟକ୍ତି ସାଜୁଛନ୍ତି କରୋନାର ‘ସାଇଲେଣ୍ଟ୍‌ ସ୍ପ୍ରେଡର’

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାୟ ୮୬.୧ ପ୍ରତିଶତ ଲୋକଙ୍କଠାରେ କରୋନାର ସାଧାରଣ ଲକ୍ଷଣ…

ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ-ବିଡେନଙ୍କ ମଧ୍ୟରେ ହେବାକୁ ଥିବା ପ୍ରେସିଡେନ୍‌ସିଆଲ ଡିବେଟ ବାତିଲ

ୱାଶିଂଟନ,୧୦ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ପ୍ରେସିଡେନସିଆଲ ଡିବେଟକୁ ବାତିଲ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କମିଶନ ଅନ୍ ପ୍ରେସିଡେନସିଆଲ ଡିବେଟ୍ସ(ସିପିଡି) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟି…

ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପିଓ କହିଛନ୍ତି ଯେ, ଚାଇନା ଏଲ୍‌ଏସିରେ ଅଶାନ୍ତି ସୃଷ୍ଟି କରିବା ଲାଗି ୬୦…

ସିରିୟଲ୍‌ କିଲରଙ୍କୁ ଫାଶୀଦଣ୍ଡ

ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍‌ କିଲର ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍‌ରେ ବଳାତ୍କାର ପରେ ତଣ୍ଟିଚିପି ୯ ମହିଳାଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଏଭଳି ଅନେକ ଅପରାଧ ସେ ଘଟାଇଥିବାବେଳେ ପ୍ରମାଣ ମିଳୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri