ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ

କାଠମାଣ୍ଡୁ,୭ା୧୨: ଅଢ଼େଇ ବର୍ଷ ପୂର୍ବେ ଦୁଇଜଣ ନେପାଳୀ ଯୁବକ ହିମାଳୟ ରାଷ୍ଟ୍ରର ପୁରୁଣା ଜାତୀୟ ସଙ୍ଗୀତ ଗାଇ ଗିରଫ ହୋଇଥିଲେ। ପରେ ସେମାନଙ୍କ ସାଥୀମାନେ ଦେଶବ୍ୟାପୀ ପୁରୁଣା ଜାତୀୟ ସଙ୍ଗୀତ ଅଭିଯାନର ଘୋଷଣା କାଠମାଣ୍ଡୁରେ କରିଥିଲେ। ସେମାନଙ୍କ ଦାବି ଥିଲା ନେପାଳରେ ପୁନର୍ବାର ସାମ୍ବିଧାନିକ ରାଜତନ୍ତ୍ର ପ୍ରତିଷ୍ଠା ହେଉ। ରାଜା ଜ୍ଞାନେନ୍ଦ୍ର ଓ ରାଣୀ କୋମଲଙ୍କ ଫଟୋ ଥିବା ଟି-ଶାର୍ଟ ବାଣ୍ଟୁ ବାଣ୍ଟୁ ଏହି ଦକ୍ଷିଣପନ୍ଥୀ ଯୁବ ସଙ୍ଗଠନ ‘ବୀର ଗୋର୍ଖାଲୀ ଅଭିଯାନ’ ନାମରେ ପରିଚିତି ପାଇଲା। ଏଥିରେ ସାମିଲ ଥିଲେ ଅଧିକାଂଶ କମଲ ଥାପାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରିକ ପାର୍ଟିର ଅସନ୍ତୁଷ୍ଟ ସଦସ୍ୟ। ପୂର୍ବର ଜାତୀୟ ସଙ୍ଗୀତ ଗାନ ଓ ଟି-ଶାର୍ଟ ବଣ୍ଟନରୁ ଅଗ୍ରସର ହୋଇଥିବା ଏହି ବିକ୍ଷୋଭ ଏବେ ଆନ୍ଦୋଳନ ଭାବେ ଦାନା ବାନ୍ଧୁଛି।
ନଭେମ୍ବର ୩୦ରେ ରାଷ୍ଟ୍ର ଶକ୍ତି ନେପାଳ (ଆର୍‌ଏସ୍‌ଏନ୍‌) ଶାନ୍ତିପୂର୍ଣ୍ଣ ଉପାୟରେ ହିନ୍ଦୁରାଷ୍ଟ୍ର ମାନ୍ୟତା ଫେରାଇ ଆଣିବାକୁ ଚେତାବନୀ ଦେଇଥିଲା। ଆର୍‌ଏସ୍‌ଏନ୍‌ ନେତା କେଶର ବାହାଦୁର ବିଷ୍ଟ୍‌ କହିଥିଲେ, ଗଣତନ୍ତ୍ର ପତନ ପରଠାରୁ ନେପାଳ ଅନେକ ରାଜାଙ୍କ ଦେଶ ପାଲଟିଯାଇଛି। ପୃଥିବୀ ଇତିହାସରେ ରାଜା ଜ୍ଞାନେନ୍ଦ୍ରଙ୍କ କେହି ବିକଳ୍ପ ନାହାନ୍ତି। ସେ ଏପରି ଜଣେ ରାଜା, ଯିଏକି ନେତାଙ୍କୁ ସୁଯୋଗ ଦେବା ପାଇଁ ରାଜପଦ ତ୍ୟାଗ କରିଛନ୍ତି। କିନ୍ତୁ ସେମାନେ ବିଗତ ୧୪ ବର୍ଷ ଧରି ଭ୍ରଷ୍ଟାଚାରରେ ବୁଡ଼ିରହି ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଆନ୍ଦୋଳନକୁ ଚପାଇଦେବା ପାଇଁ ଆବଶ୍ୟକ ହେଲେ ବଳ ପ୍ରୟୋଗ କରିବାକୁ ୭୭ ଜିଲାକୁ ନିର୍ଦ୍ଦେଶ ଦେଇଛି। ସରକାର ବଳ ଖଟାଇଲେ ଆମେ ତା’ର ଜବାବ ଦେବୁ ବୋଲି ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଯୁବ ସଙ୍ଗଠକ ବାଗମତି ଚେତାବନୀ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ହାତରେ ଥିବା ଫ୍ଲାଗ୍‌ ଓ ପ୍ଲାକାର୍ଡରେ ଆଧୁନିକ ନେପାଳର ନିର୍ମାତା ପୃଥ୍ବୀନାରାୟଣ ଶାହାଙ୍କ ଛବି ରହିଛି।
ଆନ୍ଦୋଳନର ନେତୃତ୍ୱ: ୨୦୦୬ରେ ଶାନ୍ତି ପ୍ରକ୍ରିୟା ପରଠୁ ନେପାଳ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ଅନେକଙ୍କ ମତରେ ଗଣତନ୍ତ୍ର ପ୍ରୟୋଗର ଅଦ୍ୟାବଧି ପରିଣାମ ରାଜନୈତିକ ବିଫଳତାର ସ୍ବାଦ ଚଖାଇଛି। ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନରେ ଅନେକ ଅଣସ୍ବୀକୃତିପ୍ରାପ୍ତ ଦଳ ଉତ୍ସାହର ସହ ଭାଗନେଉଛନ୍ତି। ଏପରି ଦଳ ଓ ସଙ୍ଗଠନଗୁଡ଼ିକ ମଧ୍ୟରେ ନ୍ୟାଶନାଲିଷ୍ଟ ସିଭିଲ୍‌ ସୋସାଇଟି, ନେପାଳ ସ୍କୋଲାର୍ସ କାଉନ୍‌ସିଲ, ଇଣ୍ଡିପେଣ୍ଡେଣ୍ଟ ପାଟ୍ରିଓଟିକ୍‌ ନେପାଳୀ ସିଟିଜେନ୍‌, ୱେଷ୍ଟର୍ନ ନେପାଳୀ ପିପୁଲ୍ସ, ନେପାଳ ନ୍ୟାଶନାଲିଷ୍ଟ ଗ୍ରୁପ୍‌ ଓ ରାଷ୍ଟ୍ର ଶକ୍ତି ନେପାଳ ପ୍ରମୁଖ ଅଛନ୍ତି। ରାଷ୍ଟ୍ରୀୟ ନାଗରିକ ଆନ୍ଦୋଳନ ପକ୍ଷରୁ ଶନିବାର କାଠମାଣ୍ଡୁରେ ବିକ୍ଷୋଭ କରାଯାଇଥିଲା। ଅନ୍ୟ କିଛି ଗୋଷ୍ଠୀ ଦେଶର ବିଭିନ୍ନ ଭାଗରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀଙ୍କ କହିବା ହେଲା, ସେମାନଙ୍କ ଆନ୍ଦୋଳନର କେହି ଜଣେ ହେଲେ ନେତା ନାହାନ୍ତି କି କୌଣସି ଗୋଟିଏ ଶକ୍ତି ଏହାର ନେତୃତ୍ୱ ନେଉନାହିଁ।
କ’ଣ ଚାହୁଁଛନ୍ତି: ୨୦୦୮ ମେ’ରେ ରାଜା ଜ୍ଞାନେନ୍ଦ୍ରଙ୍କୁ ରାଜପ୍ରାସାଦ ଖାଲି କରିବାକୁ କୁହାଯାଇ ତାକୁ ସଂଗ୍ରହାଳୟରେ ସଜ୍ଜାଗଲା। ଏବେ ହିନ୍ଦୁବାଦୀ ସଙ୍ଗଠନ ରାଜମହଲରେ ରାଜାଙ୍କୁ ପୁଣି ଦେଖିବାକୁ ଚାହାନ୍ତି। ରାଜତନ୍ତ୍ର ପୁନଃ ଅବସ୍ଥାପିତ ହେବା ଦେଶବାସୀଙ୍କ ଏକତା, ମଙ୍ଗଳ ଓ ଐତିହ୍ୟର ପ୍ରତୀକ ବୋଲି ବିଭିନ୍ନ ବର୍ଗ କହୁଛନ୍ତି। ରାଜତନ୍ତ୍ର ସପକ୍ଷରେ ଓକିଲାତି କରୁଥିବା ଲୋକଙ୍କ ସ୍ବର ତେଜିବାରେ ଲାଗିଛି। ବିଶେଷକରି ବଡ଼ ସହରଗୁଡ଼ିକରେ ବାଇକ୍‌ ରାଲି କରି ଯୁବକମାନେ ‘ରାଜା ହିଁ ନେପାଳକୁ ବଞ୍ଚାଇ ପାରିବେ’ ଏବଂ ‘ଦଳ ଊର୍ଦ୍ଧ୍ୱରେ ଦେଶ’ ନାରା ଦେଉଛନ୍ତି। ସୋସିଆଲ ମିଡିଆରେ ସେହି ଦୃଶ୍ୟର ବହୁଳ ପ୍ରସାର ସାମ୍ପ୍ରତିକ ସରକାର ପ୍ରତି ପୁଞ୍ଜିଭୂତ ଜନଅସନ୍ତୋଷର ବିସ୍ଫୋରକ ରୂପକୁ ବୟାନ କରୁଛି। କିନ୍ତୁ ଦୀର୍ଘ ସମୟ ଧରି ରାଜକୀୟ ଶାସନ ବିରୋଧରେ ଲଢ଼େଇ କରିଥିବା ବାମପନ୍ଥୀଙ୍କ ମତରେ ଦେଶକୁ ରାଜତନ୍ତ୍ର ଫେରିବା ଅସମ୍ଭବ।
କାରଣ: ଜାତୀୟ ସ୍ବାର୍ଥ ଆଳରେ ନେପାଳ ବିଦେଶୀ ଓ ନେତାଙ୍କ କ୍ରୀଡ଼ନକ ସାଜିବାରେ ଲାଗିଥିବାରୁ ଯୁବଗୋଷ୍ଠୀ ଅସନ୍ତୁଷ୍ଟ। ଐତିହାସିକ ମହେଶ ରାଜ ପନ୍ଥଙ୍କ ମତରେ ଦେଶରେ ପ୍ରଥମ ଥର ମନ୍ଦିରଗୁଡ଼ିକୁ ବନ୍ଦ କରି ଦିଆଗଲା। କରୋନା ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ ପଶୁପତିନାଥ ମନ୍ଦିର ବନ୍ଦ କରାଯିବା ନିଷ୍ପତ୍ତି ହିନ୍ଦୁମାନଙ୍କୁ କ୍ଷୁବ୍ଧ କରିଛି। ନଭେମ୍ବର ୨୬ରେ ଜନକପୁରରେ ନେପାଳ ନ୍ୟାଶନାଲିଷ୍ଟ ଗ୍ରୁପ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ପରିଚାଳନା ମନ୍ଦିର ପୂଜାରୀମାନେ କରିଥିଲେ। ଦେଶର ସଂସ୍କୃତିକୁ ବଦଳାଇବା ପାଇଁ ଉଦ୍ୟମ ହେଉଥିବା ଦର୍ଶାଇ ଅନେକ ଧାର୍ମିକ ଗୋଷ୍ଠୀ ଆନ୍ଦୋଳନରେ ସାମିଲ ହେଉଛନ୍ତି।
ସରକାର କହୁଛନ୍ତି: ମହାମାରୀ କରୋନା ଯୋଗୁ ସବୁକିଛି ବନ୍ଦ ଥିବାବେଳେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନିଆଯାଇ ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ପ୍ରଦର୍ଶନ ବନ୍ଦ ନ ହେଲେ ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ଚକ୍ର ବାହାଦୁର ବୁଦ୍ଧ ଚେତାବନୀ ଦେଇଛନ୍ତି। କ୍ଷମତାସୀନ ନେତାଙ୍କ ମତରେ ଗଣତନ୍ତ୍ର, ସଂଘବାଦ ଓ ଧର୍ମନିରପେକ୍ଷତା ବିରୋଧରେ ଚାଲିଥିବା ଆନ୍ଦୋଳନ ଫସର ଫାଟିବ। ପ୍ରତିକ୍ରିୟା ବାଦୀମାନେ ଦିବାସ୍ବପ୍ନ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?