ଅକ୍ସିଜେନ ଅଭାବରୁ ପାକିସ୍ତାନରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ: ୭ ମେଡିକାଲ ଷ୍ଟାଫ ନିଲମ୍ବିତ

ପେଶାଓ୍ବାର, ୭।୧୨- ସରକାରୀ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ୭ ଜଣ ଷ୍ଟାଫଙ୍କୁ ନିଲମ୍ବିତ କରାଯାଇଛି। କୋଭିଡ୍‌ ଆଇସୋଲେସନ ଓ୍ବାର୍ଡରେ ୫ ଜଣ ଆକ୍ରାନ୍ତ ଥିବାବଳେ ଜଣେ ଆଇସିୟୁରେ ଭର୍ତ୍ତି ଥିଲେ। ଯଥେଷ୍ଟ ଅକ୍ସିଜେନ ନ ଥିବାରୁ ଆଇସିୟୁରେ ଥିବା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଅକ୍ସିଜେନର ଅଭାବ ପ୍ରତି କେହି ଧ୍ୟାନ ଦେଇ ନ ଥିଲେ। ଏହାକୁ ଯାଞ୍ଚ ମଧ୍ୟ କରାଯାଇ ନ ଥିବା ରିପୋର୍ଟରେ କୁହାଯାଇଛି। ଆଉ ବ୍ୟାକଅପ୍‌ ଅକ୍ସିଜେନ ଯୋଗାଇବାର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ମେଡିକାଲ ନିର୍ଦ୍ଦେଶକ। ଆଗାମୀ ୫ ଦିନ ମଧ୍ୟରେ ଏହି ଘଟଣାର ଦ୍ୱିତୀୟ ତଦନ୍ତ ରିପୋର୍ଟ ଆସିବ। ଘଟଣା ଦିନ କିଛି ଷ୍ଟାଫ ଛୁଟିରେ ଥିବାବେଳେ ଆଉ କିଛି ଅନୁପସ୍ଥିତ ଥିଲେ। ସେଠାରେ ଅନ୍ୟ କୌଣସି ବ୍ୟବସ୍ଥା ମଧ୍ୟ ନ ଥିଲା। ଜରୁରୀକାଳିନ ଓ୍ବାର୍ଡରେ ମଧ୍ୟ ଅତିରିକ୍ତ ଅକ୍ସିଜେନ ନ ଥିଲା ବୋଲି ଆଞ୍ଚଳିକ ସ୍ବାସ୍ଥ୍ୟମନ୍ତ୍ରୀ ତୈମୁର ସଲିମ ଝାଗ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ...

ଏଲ୍‌ଏସିରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ଚାଇନା ଦାୟୀ: ଏସ୍‌ ଜୟଶଙ୍କର

ମେଲବର୍ନ,୧୨।୨: ଏଲ୍‌ଏସିରେ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଚାଇନାକୁ ଦାୟୀ କରିଛି। ସୀମାନ୍ତରେ ସାମୂହିକ ସୈନ୍ୟଙ୍କ ପାଇଁ ହୋଇଥିବା ଲିଖିତ ଚୁକ୍ତିନାମାକୁ ଚାଇନା ପକ୍ଷରୁ...

ବୋରିସ ଜନସନଙ୍କ ଇସ୍ତଫା ଯୋଗୁ ଅଡୁଆରେ ପ୍ରଧାନମନ୍ତ୍ରୀ ସୁନକଙ୍କ ପାର୍ଟି, ଘାରିଛି ଉପନିର୍ବାଚନରେ ପରାଜୟର ଭୟ

ଲଣ୍ଡନ,୧୧।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପାର୍ଟିଗେଟ ମାମଲାରେ ସଂସଦ ପଦରୁ ଇସ୍ତଫା ଦେଇଦେଇଛନ୍ତି। ତାଙ୍କର ଇସ୍ତଫା ସଂସଦୀୟ ସମିତିର ସେହି ବୟାନ ପରେ...

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ...

ଯୁଦ୍ଧବନ୍ଦୀଙ୍କୁ ଅତ୍ୟାଚାର କରୁଛନ୍ତି ରୁଷିଆ, ୟୁକ୍ରେନ୍‌ : ଜାତିସଂଘ

ଜେନେଭା, ୧୬ା୧୧: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୯ମାସରୁ ଅଧିକ ଦିନ ବିତିଯାଇଛି। ଦେଶର ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯୁଦ୍ଧକାଳୀନ ବନ୍ଦୀମାନଙ୍କ ଉପରେ...

ଖଲିସ୍ତାନୀ ନେତାଙ୍କୁ ହତ୍ୟା ମାମଲାରେ ଥାଇପାରେ ଭାରତର ହାତ: କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୯।୯: କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। କାନାଡା ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହି ବହିଷ୍କାର ଖଲିସ୍ତାନୀ ନେତା...

ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍‌ ନୋବେଲ

ଷ୍ଟକ୍‌ହୋମ୍‌, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍‌ଭିଚୁକ୍‌ଙ୍କୁ ଚଳିତ ବର୍ଷର ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍‌ ନୋବେଲ ପ୍ରାଇଜ୍‌ ନାମରେ ପରିଚିତ ଏହି...

ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି...

Advertisement
Archives

Model This Week