କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ କଠୋର ନିଷ୍ପତ୍ତି: କରୋନା ନିୟମ ଭାଙ୍ଗିବାରୁ ଗୁଳି କରି ହତ୍ୟା

ପ୍ୟୋଙ୍ଗୟାଙ୍ଗ୍‌,୬ା୧୨: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍‌-ଜୋଙ୍ଗ-ଉନ୍‌ଙ୍କ ନିଷ୍ଠୁରତା ବିଷୟରେ କାହାକୁ ବା ଅଜଣା । ପୁଣି ଥରେ ସେ ତାଙ୍କର ନିଷ୍ଠୁରତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କରୋନା ଭାଇରସ ସଂକ୍ରମଣକୁ ନେଇ ଉତ୍ତରକୋରିଆରେ ଖାଲି କଡ଼ା ନିୟମ ଲାଗୁ କରାଯାଇନି, କରୋନା ନିୟମ ଭାଙ୍ଗୁଥିବା ଲୋକଙ୍କୁ କଠୋର ଦଣ୍ଡ ମଧ୍ୟ ଦିଆଯାଉଛି। ଏପରିକି ମୃତ୍ୟୁ ଦଣ୍ଡ ମଧ୍ୟ ଦେବାକୁ କିମ୍‌ ଘୋଷଣା କରିଛନ୍ତି। ଯାହା ଫଳରେ କରୋନା ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିକୁ ଉତ୍ତରକୋରିଆରେ ଗୁଳି କରି ହତ୍ୟା କରାଯାଇଥିବା ଜଣାଯାଇଛି ।

କିମ୍‌ ନିଜର ନାଗରିକଙ୍କୁ ଡରାଇବା ପାଇଁ ଚାଇନା ସୀମାକୁ ଲାଗି ଥିବା ଅଞ୍ଚଳରେ ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକଧାରୀଙ୍କୁ ମୁତୟନ କରିଛନ୍ତି । ଯଦି କେହି କରୋନା ନିୟମ ଉଲ୍ଲଂଘନ କରନ୍ତି, ତାଙ୍କୁ ଗୁଳି କରି ହତ୍ୟା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଗତ ୨୮ ତାରିଖରେ ତାଙ୍କ ସେନା କରୋନା ପ୍ରତିବନ୍ଧକ ମାନି ନ ଥିବାରୁ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଛି ।

ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଉତ୍ତରକୋରିଆରେ ଚାଇନା ଜିନିଷ ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ଫଳରେ କିମ୍‌ଙ୍କ ଆଦେଶ ଅନୁସାରେ ସ୍ଥାନୀୟ ସୁରକ୍ଷା ବଳ ତାଙ୍କ ଉପରେ ଗୁଳି ବର୍ଷଣ କରି ସର୍ବସାଧାରଣରେ ହତ୍ୟା କରିଥିଲେ। କିମ୍‌ଙ୍କର ଏହି ନିୟମ ଏବେ ଦେଶରେ ଆତଙ୍କ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ...

ଆମେରିକାକୁ ତାଲିବାନର ଚେତାବନୀ

କାବୁଲ,୨୯ ।୯: ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ଆମେରିକା ଦ୍ୱାରା ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ୍ ଉଡାଇବାକୁ ନେଇ...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ଇସଲାମାବାଦ୍‌,୨୨।୩: ପାକିସ୍ତାନ ସୁକୁର ରୋହିରରେ ଜଣେ ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଏଡ୍‌ ଓ ଘର ସିନ୍ଧରେ।...

ଜାପାନ ଜାହାଜରେ କରୋନା ଭାଇରସ୍‌ ସଂକ୍ରମିତ ୨ ବ୍ୟକ୍ତିଙ୍କ ମୃତ୍ୟୁ

ଟୋକିଓ,୨୦।୨: କରୋନା ଭାଇରସ୍‌ ଯୋଗୁ ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍‌କୁ ଅଲଗା ରଖାଯାଇଥିବା ବେଳେ ଏଥିରେ ସଂକ୍ରମିତ ହୋଇଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

୮ ଡଲାର ସବସ୍କ୍ରିପଶନ ନିଷ୍ପତ୍ତିକୁ ଫେରାଇ ନେଲା ଟୁଇଟର

ୱାଶିଂଟନ,୧୨ ।୧୧: ଟୁଇଟରର ଚଢେଇ ସାରା ବିଶ୍ୱର ମୁଣ୍ଡକୁ ବିଗାଡିବାରେ ଲାଗିଛି । ଟୁଇଟରର ନୂଆ ମାଲିକ ଏଲନ ମସ୍କ ଶୁକ୍ରବାର ଏକ ବଡ ନିଷ୍ପତ୍ତି...

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ...

ବନ୍ଦ ହେଲା ଏଫିଲ ଟାଓ୍ବାର

ପ୍ୟାରିସ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ...

ପାକିସ୍ତାନରେ ଭୂକମ୍ପ ଝଟକା 

ଇସଲାମାବାଦ,୨୪।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏହି...

Advertisement
Archives

Model This Week