ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଲୋମହର୍ଷଣକାରୀ ଘଟଣା…

ଟିକେ ଚିନ୍ତା କରନ୍ତୁ ଆପଣ ସାମରିକ ବାହୀନର ଏକ ଅଂଶ। ଆଉ ଟ୍ରପିକାଲ ଦ୍ୱୀପରେ ଶତ୍ରୁ ଚାରି ଆଡ଼ୁ ଘେରି ରଖିଛନ୍ତି। ଏଠୁ ଖସିବାର ଏକମାତ୍ର ବାଟ ଜଳ ମାର୍ଗ, ଯାହାକି ଅତ୍ୟଧିକ ପଙ୍କୁଆ। ସେଥିରେ ଅଛନ୍ତି ବିଶ୍ୱର ସବୁଠୁ ବଡ଼ ଓ ଘାତକ ଲୁଣିପାଣି କୁମ୍ଭୀର। ଏଭଳି ପରିସ୍ଥିତିରେ ଦୁଇଟ ବାଟ ରହୁଛି। ପ୍ରଥମଟି ଶତ୍ରୁ ହାତରେ ଜୀବନ ସମର୍ପି ଦେବେ ନା ନିଜକୁ ବଞ୍ଚାଇବା ପାଇଁ କୁମ୍ଭୀରଙ୍କ ଘର ଦେଇ ଖସିବାକୁ ଚେଷ୍ଟା କରିବେ।

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ରାମରି ଦ୍ୱୀପ (ଏବେକାର ନାମ ସିଟ୍ଟଓ୍ବେ ଓ ମିଆଁମାରର ଅଂଶ)ରେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଜାପାନୀ ସେନା। ଏହି ଦ୍ୱୀପ ରଣନୀତି ଦୃଷ୍ଟିରୁ ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ୧୯୪୫ରେ ଏୟାରବେସ ନିର୍ମାଣ କରିବା ପାଇଁ ଏହି ଦ୍ୱୀପ ଉପରେ ଆକ୍ରମଣ କରିଥିଲା ବ୍ରିଟିଶ ସେନା। ପ୍ରାରମ୍ଭିକ ଯୁଦ୍ଧ ପରେ ପଛ ଘୁଞ୍ଚା ଦେଇଥିଲେ ୧ ହଜାର ଜାପାନୀ ସୈନ୍ୟ। ସେମାନେ ପ୍ରବଳ ପଙ୍କୁଆ ଜଳାଶୟରେ ପସିଯାଇଥିଲେ, ଯାହାକି ରାମରି ଦ୍ୱୀପର ୮-୧୦ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏହା ପରେ ଘଟିଥିଲା ଯୁଦ୍ଧ ଇତିହାସର ଅଦ୍ଭୁତପୂର୍ବ ଘଟଣା।

ପରାଜୟ ସ୍ବୀକାର କରିବାକୁ ବ୍ରିଟିଶ ସେନା ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ। ହେଲେ ସମର୍ପଣ କରିବା ବଦଳରେ ସେମାନେ ଉଦ୍ୟମ କଲେ ଖସିବାକୁ। ଜଳାଶୟ କୂଳରେ ରହି ଅପେକ୍ଷା କରିଥିଲେ ବ୍ରିଟିଶ ସେନା। କାରଣ ସେମାନଙ୍କୁ ଜଣା ଥିଲା ଆଗକୁ କ’ଣ ହେବାକୁ ଯାଉଛି। କୁମ୍ବୀର ଆକ୍ରମଣରେ ବହୁ ସଂଖ୍ୟାରେ ସୈନ୍ୟ ଜୀବନ ହରାଇ ଥିଲେ। କେତେ ସୈନ୍ୟ ଖସିବାରେ ସଫଳ ହୋଇଥିଲେ, ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ଓ୍ବିକିପିଡିଆରେ ୪୮୦ ଲିଖିତ ଥିବାବେଳେ ପ୍ରାଣଘାତୀ ଜଳାଶୟରୁ କେବଳ ୨୦ ଜଣ ଜୀବନ୍ତ ବାହାରିଥିଲେ। ସେମାନେ ଧରା ପଡ଼ିଥିବା ବ୍ରିଟିଶ ସେନା ପକ୍ଷରୁ ସୂଚନା ଦେଇଥିଲା।

ରାମରି ଦ୍ୱୀପରେ ଘଟିଥିବା କୁମ୍ବୀର ଆକ୍ରମଣ ଘଟଣା ଏବେ ମଧ୍ୟ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସରେ ଲିପିବଦ୍ଧ ହୋଇ ରହିଛି। କୁମ୍ବୀରଙ୍କ ବ୍ୟତୀତ ଜଳାଶୟରେ ବିଷାକ୍ତ ଶାପ, ବିଛା, ପୋକ, ମଶା ମଧ୍ୟ ଥିଲେ। ଏଥି ଯୋଗୁ ମଧ୍ୟ ବହୁ ସଂଖ୍ୟାରେ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ରାମରି ଦ୍ୱୀପର ସେହି ଦୃଶ୍ୟ କେତେ ଯେ ଭୟଙ୍କର ଥିଲା, ତାହା ସେହି ଯୁଦ୍ଧରେ ଭାଗ ନେଇଥିବା ବ୍ରୁସ ଷ୍ଟାନଲି ରାଇଟ୍‌ ତାଙ୍କ ଆତ୍ମଜୀବନିରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

କୁଲାଡ ରଥଯାତ୍ରା: ତିନି ଠାକୁରଙ୍କ ସୁନାବେଶ: ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ସ୍ଥିତ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ଇତିହାସ ପ୍ରସିଦ୍ଧ ଧାର୍ମିକ…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri