ଅନ୍ତର୍ଜାତୀୟ

ଇସ୍ତଫା ଦେବେ ଚାଇନା ପ୍ରଧାନମନ୍ତ୍ରୀ

ବେଜିଂ,୧୧।୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଚଳିତ ବର୍ଷ ଇସ୍ତଫା ଦେବେ ବୋଲି କହିଛନ୍ତି। ସେ ଦଶବର୍ଷ ହେଲା ଦେଶର ଅର୍ଥନୀତି ପରିଚାଳନା କରିଆସୁଥିଲେ। ତେବେ ୧୦ ବର୍ଷରେ ଥରେ ଚାଇନାରେ ନେତୃତ୍ୱ ପରିବର୍ତ୍ତନ ଲାଗି କମ୍ୟୁନିଷ୍ଟ ସରକାର ପ୍ରସ୍ତାବ ଆଣିବାକୁ…

ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍‌ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଥିରେ ଦୁଃଖପ୍ରକାଶ କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି…

କ୍ୱିଭ୍‌ କବ୍‌ଜା କରିବାକୁ ରୁଷିଆର ଶେଷ ପ୍ରସ୍ତୁତି

କ୍ୱିଭ୍‌,୧୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୬ତମ ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଖି ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ରହିଛି। ଏହାକୁ କବ୍‌ଜା…

ଭାରତକୁ ଚେତାବନୀ ଦେଲା ପାକିସ୍ତାନ

ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍‌ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଭାରତ ଦ୍ୱାରା କରାଯାଇଥିବା ଏୟାର ସ୍ପେସ୍‌ ଉଲ୍ଲଂଘନକୁ…

ଘରେ ପଶି ଆସିଥିବା ସଶସ୍ତ୍ର ରୁଷିଆ ସେନାକୁ ତଡ଼ିଦେଲେ

କ୍ୱିଭ,୧୧।୩: ୟୁକ୍ରେନର ଏକ ଦମ୍ପତି ସଶସ୍ତ୍ର ରୁଷିଆ ଯବାନଙ୍କ ଏକ ଗ୍ରୁପ୍‌ ଆଗରେ ସାହାସିକତାର ପରିଚୟ ଦେଇଛନ୍ତି। ବେସରକାରୀ ସମ୍ପତି ମଧ୍ୟକୁ ପଶି ଆସିଥିବା ସୈନ୍ୟଙ୍କୁ ବୃଦ୍ଧ ଦମ୍ପତି ବିନା କୌଣସି ଅସ୍ତ୍ରରେ ଘରୁ ତଡ଼ି ଦେଇଥିଲେ। ଦମ୍ପତିଙ୍କ ଘରେ ଲାଗିଥିବା…

୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ ଡିସେମ୍ବର ୨୦୨୧ରେ ସେମାନଙ୍କର ଦ୍ୱିତୀୟ ଶିଶୁକୁ ଗୁପ୍ତ ଭାବରେ ସ୍ବାଗତ କରିଛନ୍ତି। ଶିଶୁର ସମ୍ପୂର୍ଣ୍ଣ…

ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା

କ୍ୱିଭ୍‌,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର କର୍ମଚାରୀମାନେ ପ୍ରାଣୀମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି। ମାତ୍ର ଯୁଦ୍ଧ ଯୋଗୁ ଜୀବଜନ୍ତୁ ଖାଇବାକୁ…

୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷିଆ ଅମଙ୍ଗ

ଇସ୍ତାନବୁଲ, ୧୧ା୩:ଯୁଦ୍ଧବିରତି ପାଇଁ ଗୁରୁବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ପୂରିଥିବାବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ…

ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା

କ୍ୱିଭ୍‌,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ ବୋମା ବର୍ଷଣ କରିବାରୁ ଅଧିକାଂଶ ଗର୍ଭବତୀ ଆହତ ହୋଇଛନ୍ତି । ଏହାସହ ଅଧିକାଂଶ ଶିଶୁ…

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ

କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ ଅଧିକାଂଶ…

ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ

ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ହୋଇଥିବା ବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍‌ ବହିର୍ବ୍ୟାପାର…

ତୁର୍କୀରେ ରୁଷିଆ-ୟୁକ୍ରେନ ପତାକା

ଆଙ୍କ୍‌ରା,୧୦ା୩: ଚାଇନା ପରେ ତୁର୍କୀ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆପୋଷ ବୁଝାମଣା ପାଇଁ ନିଜର ନାଁ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ତୁର୍କୀ ନାଟୋରେ ସାମିଲ ହୋଇ ବି ରୁଷିଆ ଉପରେ ଅନ୍ୟ ଦେଶମାନଙ୍କ ପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri