ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ଅଛି ନା ଆମ୍ବୁଲାନ୍ସ ସେବା ମିଳୁଛି। ଏଥିସହ ଦୋକାନ ଓ ଷ୍ଟୋରରେ ମଧ୍ୟ ଖାଦ୍ୟର ଅଭାବ ଦେଖାଦେଲାଣି। ଅନ୍ୟପଟେ ସଂଘାଇରେ ବର୍ତ୍ତମାନ ସଂକ୍ରମିତ ନିଖୋଜ ହୋଇଯାଉଥିବା ଜଣାପଡ଼ିଛି। ଲୋକଙ୍କୁ ଅଇସୋଲେଟ କରିବାକୁ ସ୍ଥାନ ମିଳୁ ନ ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ସୋମବାର ଚାଇନାରେ ୧୬,୪୧୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ମହାମାରୀ ଆରମ୍ଭ ହେବା ଦିନରୁ ଏହା ପ୍ରଥମ ଥର ଚାଇନାରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଖରାପ ଅବସ୍ଥା ହେଉଛି ଚାଇନାର ଆର୍ଥିକ ରାଜଧାନୀ ସଂଘାଇରେ। ଏଠାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ କରାଯାଇଥିବା ବେଳେ କଡ଼ା କଟକଣା ଜାରି କରାଯାଇଛି। ବିନା କାରଣରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଘରୁ ବାହାରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଅପରପକ୍ଷେ ସୋମବାର ୨.୬କୋଟି ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ଲୋକଙ୍କ ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟ କରାଯାଉଛି। ଏହାଦ୍ୱାରା ଭୁଲ ରିପୋର୍ଟ ଆସିବା ସମ୍ଭାବନା ବହୁତ କମ୍‌। ଯଦି ସାମାନ୍ୟ କୋଭିଡ ଥାଏ ତେବେ ଏଥିରୁ ସହଜରେ ଜାଣିହେବ ବୋଲି ସଂଘାଇ ସ୍ବାସ୍ଥ୍ୟଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩୪ ପଜିଟିଭ୍‌

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୭ ଜଣ ପିଲା ଅଛନ୍ତି। ସେହିପରି...

ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି।...

୩୬ ବର୍ଷ ପରେ ନିୟମ ବଦଳାଇବାକୁ ଯାଉଛି ଚାଇନା

ବେଜିଂ,୨୦ ।୮: ଚାଇନାର ରାଷ୍ଟ୍ରୀୟ ବିଧାୟିକା ଶାସକ କମ୍ୟୁନିଷ୍ଟପାର୍ଟି ଦ୍ୱାରା ଆଗତ ୩ ସନ୍ତାନ ନିୟମକୁ ଶୁକ୍ରବାର ଔପଚାରିକ ଭାବେ ସମର୍ଥନ କରାଯାଇଛି । ଏହି...

ଜାନୁୟାରୀ ୧ ରୁ ପିଲାଙ୍କ ପାଇଁ କୋ-ଓ୍ବିନ୍‌ ପଞ୍ଜିକରଣ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ୟୁକ୍ରେନ ପାଇଁ ୫ଶହ ମିଲିୟନ୍‌ ଡଲାର ପ୍ରତିରକ୍ଷା ପ୍ୟାକେଜ୍‌ ଘୋଷଣା କଲେ ବାଇଡେନ୍‌

କିଭ୍‌,୨୦।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କିଭ୍‌ ଗସ୍ତ କରିିଛନ୍ତି। ୟୁକ୍ରେନ୍‌ର...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ...

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା...

ଗ୍ୟାସ ଲିକରେ ଗୁରୁତର ଆହତ ନେପାଳ ସାଂସଦ ଚନ୍ଦ୍ର ଭଣ୍ଡାରୀ ଚିକିତ୍ସା ପାଇଁ ଯିବେ ବିଦେଶ…

କାଠମାଣ୍ଡୁ,୧୬।୨ : ଏଲପିଜି ଗ୍ୟାସ ଲିକ ଯୋଗୁଁ ହୋଇଥିବା ବିସ୍ଫୋରଣରେ ନେପାଳର ସାଂସଦ ଚନ୍ଦ୍ର ଭଣ୍ଡାରୀ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଚନ୍ଦ୍ର ଭଣ୍ଡାରୀଙ୍କ...

Advertisement
Archives

Model This Week