କିଭ୍‌ରୁ ହଟିଲେଣି ଦୁଇତୃତୀୟାଂଶ ରୁଷୀୟ ସୈନ୍ୟ

ଓ୍ବାଶିଂଟନ,୫।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୪୦ ଦିନରେ ପହଞ୍ଚତ୍ଛି। ଇତିମଧ୍ୟରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରୁ ମସ୍କୋ ତା’ର ଦୁଇତୃତୀୟାଂଶ ସୈନ୍ୟ ପ୍ରତ୍ୟାହାର କରିନେଲାଣି ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ଉକ୍ତ ସୈନ୍ୟଙ୍କୁ ବେଲାରୁଷରେ ରଖାଯାଇଛି। କିଭ୍‌ ଚତୁଃପାର୍ଶ୍ୱର ସମସ୍ତ ଅଞ୍ଚଳ ସମେତ ରାଜଧାନୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ୍‌ ସେନା କହିଛି। ଏବେବି ୟୁକ୍ରେନ୍‌ରେ ରୁଷିଆର ୧୨୫ ବାଟାଲିୟନରୁ ଅଧିକ ସୈନ୍ୟ ଅଛନ୍ତି। କିଭ୍‌ରୁ ଫେରାଇ ନେଇଥିବା ସୈନ୍ୟଙ୍କୁ ମସ୍କୋ ପୂର୍ବ ୟୁକ୍ରେନ୍‌କୁ ପଠାଇପାରେ ବୋଲି ଆମେରିକା ପ୍ରତିରକ୍ଷା ଅଧିକାରୀ କହିଛନ୍ତି।
କିଭ୍‌ ନିକଟବର୍ତ୍ତୀ ବୁଚା ସହରରୁ ରୁଷିଆ ସୈନ୍ୟ ହଟିଯିବା ପରେ ସେଠାର ରାସ୍ତାଘାଟରେ ମାଳମାଳ ମୃତଦେହ ପଡ଼ିଥିବା ଦେଖାଯାଇଛି। ଶହ ଶହ ନିରୀହ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରୁଷିଆ ସୈନ୍ୟ ହତ୍ୟା କରିଥିବା ୟୁକ୍ରେନ୍‌ ଅଭିଯୋଗ କରୁଥିବାବେଳେ ରୁଷିଆ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ମୃତ୍ୟୁ ଘଟଣାର ତଦନ୍ତ ଲାଗି ରୁଷିଆର ତଦନ୍ତକାରୀ କମିଟି ମୁଖ୍ୟ ଆଲେକଜାଣ୍ଡାର ବାଷ୍ଟ୍ରିକିନ୍‌ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଚା ଗସ୍ତ କରିଛନ୍ତି। ସେ ସେଠାର ସ୍ଥିତି ଅନୁଧ୍ୟାନ କରିବା ସହ ଏହି ଗଣହତ୍ୟା ପାଇଁ ବିଶ୍ୱ ରୁଷିଆକୁ ଦାୟୀ କରୁ ବୋଲି କହିଛନ୍ତି।
ରୁଷିଆର ନରସଂହାର ଶାନ୍ତି ଆଲୋଚନାକୁ ଜଟିଳ କରିଥିବା ସେ ପ୍ରକାଶ କରିଛନ୍ତି। ବୁଚା ଗଣହତ୍ୟା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ଦାୟୀ କରି ତାଙ୍କୁ ଯୁଦ୍ଧ ଅପରାଧୀ କହିଛନ୍ତି। ଏଥିସହ ପୁଟିନ୍‌ଙ୍କ ବିରୋଧରେ ଓ୍ବାର କ୍ରାଇମ୍‌ ଟ୍ରାଏଲ ଚାଲିବା ଉଚିତ ବୋଲି ବାଇଡେନ୍‌ ପ୍ରକାଶ କରିଛନ୍ତି। ଜାତିସଂଘ ମାନବାଧିକାର ପରିଷଦରୁ ରୁଷିଆକୁ ନିଲମ୍ବନ କରିବାକୁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌-ଗ୍ରୀନ୍‌ଫିଲ୍ଡ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା

ଇସଲାମାବାଦ୍‌,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘ଆଜାଦୀ ମାର୍ଚ୍ଚ’ ଯୋଗୁ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ ଏକ ବଡ ସମାବେଶ...

ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ

ତେଗୁସିଗଲ୍ପା,୪।୭: କାରିବିୟନ୍‌ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି...

କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ‘ବ୍ୟାଟ ଓମ୍ୟାନ’

ବେଜିଂ,୮ ।୮: କରୋନା ଭାଇରସକୁ ନେଇ ଏବେ ସାରା ଦେଶରେ ହାହାକାର ପଡିଥିବା ବେଳେ ‘ବ୍ୟାଟ ଓମ୍ୟାନ’ ଭାବେ ପରିଚିତ ଚାଇନାର ଏହି ମହିଳା ଚମକାଇବା...

ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି...

ସ୍ୟୁ ଚୀ ପୁଣି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡାଦେଶ ବୃଦ୍ଧି ପାଇ ହେଲା ୨୬ ବର୍ଷ…

ନାପିଦ୍ୱ,୧୨।୧୦ : ମ୍ୟାନମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ପୁଣି ଆଉ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ...

ବ୍ରିଟେନ ମହାରାଣୀଙ୍କୁ ଇସ୍ତଫା ପତ୍ର ଦେବେ ବୋରିସ ଜନସନ, ଲିଜ ଟ୍ରସ୍ ନେବେ ଶପଥ

ଲଣ୍ଡନ,୬ ।୯: ଶାସକ କଂଜରଭେଟିଭ ପାର୍ଟିର ନେତା ପଦର ଦୌଡରେ ମନ୍ତ୍ରୀ ଲିଜ ଟ୍ରସ୍ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭରୀତୀୟ...

Advertisement
Archives

Model This Week