କାଙ୍ଗାଳ ହେଲା ସୁନାର ଲଙ୍କା, ସରକାରଙ୍କ ବିରୋଧରେ ବଢୁଛି ବିରୋଧ ପ୍ରଦର୍ଶନ

କଲମ୍ବୋ,୫ ।୪: ସୁନାର ଲଙ୍କା ଏବେ କାଙ୍ଗାଳ ହୋଇଯାଇଛି । ଶ୍ରୀଲଙ୍କା ଉପରେ ଏବେ ଅରବ ଡଲାର ଋଣ ବୋଝ ଥିବାରୁ ସାଧାରଣ ଲୋକେ ମହଙ୍ଗା ମାଡରେ ଅତିଷ୍ଠ ହୋଇପଡିଲେଣି । ଋଣ ପରିଶୋଧ କରିବାକୁ ଶ୍ରୀଲଙ୍କା ନିକଟରେ ଅର୍ଥର ଅଭାବ ଏପଟେ ସାଧାରଣ ସାମଗ୍ରୀର ଆକାଶଛୁଆଁ ଦର ଶ୍ରୀଲଙ୍କାବସୀଙ୍କ ମୁଣ୍ଡ ବିଗାଡି ସାରିଲାଣି । ଏହି ଆର୍ଥିକ ସଙ୍କଟ ମଧ୍ୟରେ ୨୬ ଜଣ ମନ୍ତ୍ରୀ ଏକାଠି ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ରାଜପକ୍ଷ କିନ୍ତୁ ଇସ୍ତଫା ଦେବାକୁ ସ୍ପଷ୍ଟ ମନାକରି ଦେଇଛନ୍ତି । ଏପଟେ ବେଳକୁ ବେଳ ସରକାରୀ ବିରୋଧି ପ୍ରଦର୍ଶନ ବଢିବାରେ ଲାଗିଛି ।
ହସ୍ପିଟାଲରେ ବିଜୁଳୀ ଠପ ହୋଇଯାଇଛି । ଜରୁରୀ ସର୍ଜରୀ ବି କରାଯାଇ ପାରୁନାହିଁ । କାଗଜର ଅଭାବ ଯୋଗୁ ପରୀକ୍ଷା ବନ୍ଦ, ପ୍ରେସ୍ ବନ୍ଦ, ତୈଳ ଅଭାବରୁ ବସ-ଟ୍ରେନ୍ ଠପ । ଇନ୍ଧନ କମ ଯୋଗୁ ଘରେ ଚୁଲି ଜଳିବା ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ଶ୍ରୀଲଙ୍କାରେ ଚୋରି ବଢିବାରେ ଲାଗିଛି । ଏବେ ସେଠାରେ ଚାଉଲ କିଲୋ ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ଗହମ ୨୦୦ ଟଙ୍କା, ଚିନି ୨୫୦ ଟଙ୍କା, ନଡିଆ ତେଲ ୯୦୦ ଟଙ୍କା ମିଲ୍କ ପାଉଡର ୨୦୦୦ ଟଙ୍କାରେ ପହଞ୍ଚିଲାଣି । ଦେଶର ଏଭଳି ସ୍ଥିତି ପାଇଁ ଲୋକେ ସରକାରଙ୍କୁ ଦାୟୀ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଉଛି ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ

ଲଣ୍ଡନ,୧୪ ।୧୨: କରୋନା ଭାଇରସର ନୂଆ ଓମିକ୍ରନ୍ ଭାରିଏଣ୍ଟ ଏବେ ପାଖାପାଖି ୬୩ ଦେଶକୁ ବ୍ୟାପି ସାରିଲାଣି । ଏହାର ଦ୍ରୁତ ସଂକ୍ରମଣ ଲୋଙ୍କୁ ଡରାଇ...

ସୀମା ଡେଇଁଲା ଚାଇନା ଯୁଦ୍ଧବିମାନ

ତାଇପେଇ,୧୫ା୮ ଚାଇନାର ୧୧ଟି ମିଲିଟାରି ଏୟାରକ୍ରାଫ୍ଟ ରବିବାର ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା (ମେଡିଆନ୍‌ ଲାଇନ୍‌) ଅତିକ୍ରମ କରିଛି। ଏହି ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ୍‌ର ଏୟାର ଡିଫେନ୍ସ ଜୋନ୍‌...

ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ ମୋଦି

ଢାକା,୧୪।୩(ପି.ଟି.): ବାଂଲାଦେଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନେପାଳ, ଶ୍ରୀଲଙ୍କା, ଭୁଟାନ ଓ ମାଳଦ୍ୱୀପର ରାଷ୍ଟ୍ର ତଥା ଶାସନ ମୁଖ୍ୟମାନେ...

ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ...

ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି।...

ପୁଟିନ୍‌ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥାର ଦାବି !…

ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି...

ମୋଦିଙ୍କ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଆମେରିକାରେ ନିର୍ବାଚନୀ ପ୍ରଚାର କରିଥିବା ବିରୋଧୀ କହିିଲେ

ଓ୍ବାଶିଂଟନ,୨୩।୯: ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌...

ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର...

Advertisement
Archives

Model This Week