ଇମ୍ରାନଙ୍କ ଉପରେ ପାକିସ୍ତାନ ସେନାର ନାହିଁ ଭରସା

ଇସଲାମାବାଦ୍‌,୫।୪: ଆଜିକାଲି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଅସ୍ଥିରତା ପଛରେ ଆମେରିକାକୁ ଦାୟୀ କରୁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜେନେରାଲ କମର ବାଜୱା ଆମେରିକାର ପ୍ରଶଂସା କରିଛନ୍ତି। ବାଜୱା କହିଛନ୍ତି, ଆମର ଆମେରିକା ସହ ଭଲ ସମ୍ପର୍କ ଅଛି। ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ଆମକୁ ବହୁତ ସାହାଯ୍ୟ କରିଛି। ତେଣୁ ତାକୁ ଦୋଷ ଦେବା ଉଚିତ୍‌ ନୁହେଁ। ଇମ୍ରାନ ଦାବି କରୁଥିବା ଚିଠି ଉପରେ କୌଣସି ଠୋସ୍‌ ପ୍ରମାଣ ନ ଥିବା ସେ କହିଛନ୍ତି।
ଇମ୍ରାନ ଖାନ ଦାବି କରିଛନ୍ତି, ଆମେରିକାରୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ସେହି ଚିଠି ମୋ ବିରୋଧରେ ଥିଲା। ଚିଠିରେ ଆତ୍ମବିଶ୍ୱାସର ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଛି। ଚିଠିରେ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ଆପଣଙ୍କ ଦେଶ ସହ ଆମର ସମ୍ପର୍କ ନଷ୍ଟ ହୋଇଯିବ। ଯଦି ଇମ୍ରାନ ଖାନ ଚାଲିଯାଆନ୍ତି ତେବେ ଆମେରିକା ପାକିସ୍ତାନକୁ କ୍ଷମା କରିବେ। ମୋ ବିରୋଧରେ ବିଦେଶରେ ଏକ ଷଡଯନ୍ତ୍ର ହୋଇଛି।
ସୂଚନାଯୋଗ୍ୟ,ପ୍ରଧନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପକ୍ଷରେ ରବିବାର ବିରୋଧୀ ଦଳଗୁଡିକ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ୍‌ ଆସେମ୍ବଲି ଉପବାଚସ୍ପତି କାସିମ ସୁରି ଅସାମ୍ବିଧାନିକ ଦର୍ଶାଇ ଖାରଜ କରିଦେଇଛନ୍ତି। ଇମ୍ରାନ ଏହି ନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଦର୍ଶାଇ ପାର୍ଲାମେଣ୍ଟ ଭଙ୍ଗ ପାଇଁ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କୁ ସୁପାରିସ କରିଛନ୍ତି। ରାଷ୍ଟ୍ରପତି ନ୍ୟାଶନାଲ୍‌ ଆସେମ୍ବ୍ଲିକୁ ଭଙ୍ଗ କରି ୩ ମାସ ମଧ୍ୟରେ ସାଧାରଣ ନିର୍ବାଚନ କରାଇବାକୁ ପରାମର୍ଶ ଦେଇଛନ୍ତି। ଇମ୍ରାନଙ୍କ ଏହି ବିବାଦୀୟ ପଦକ୍ଷେପକୁ ବିରୋଦୀ ଦଳଗୁଡିକ ମିଳିତ ଭାବେ ପାକିସ୍ତାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି ଆଜି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri