‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’
ଥିରୁଭାନନ୍ତପୁରମ୍, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ ଚାଷୀ, ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। କଂଗ୍ରେସ ବିଧାୟକ ଆଇ. ସି.…
ଭାରତ ଜଳସୀମାରେ ରୋହିଙ୍ଗ୍ୟା
ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି। ଜାତିସଂଘ ଏଜେନ୍ସି ଏବଂ ମାନବାଧିକାର ଗୋଷ୍ଠୀ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ କରାଯିବା…
ଓ୍ବାରାଓ୍ବାରା ରାଓଙ୍କୁ ଜାମିନ
ମୁମ୍ବାଇ, ୨୩ା୨: ଭୀମା କୋରେଗାଁଓ ମାମଲାରେ ଅଭିଯୁକ୍ତ ଓ୍ବାରାଓ୍ବାରା ରାଓଙ୍କୁ ବମ୍ବେ ହାଇକୋର୍ଟ ସୋମବାର ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରାଯାଇଛି। ଓ୍ବାରାଓ୍ବାରା…
ସିବିଆଇ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜୁ
ଭୁବନେଶ୍ୱର, ୨୩।୨ (ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ପରେ ନିଜ ଅନ୍ତରର କଷ୍ଟକୁ ବଖାଣିଛନ୍ତି ନିଜେ ପୀଡିତା। ଖବରଦାତା ସମ୍ମିଳନୀରେ ଅଞ୍ଜନା କହିଛନ୍ତି, ଦୀର୍ଘ ୨୨ବର୍ଷ ହେବ ମୁଁ ମରି ମରି…
ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍
ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ ଜୀବନଜୀବିକା…
ମାହେଶ୍ୱରୀ ଏକଦିବସୀୟ ଫୁଟବଲ : ସିଙ୍ଘପାଲି ଚାମ୍ପିୟନ
ଅମରପାଲି, ୨୩।୨ (ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ମାହେଶ୍ୱରୀ ଭେଟେରାନ କ୍ଲବ ଆନୁକୂଲ୍ୟରେ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଟେରାନ ବୁର୍ଲାକୁ ହରାଇ ସିଙ୍ଘପାଲି (ସମ୍ବଲପୁର) ଚାମ୍ପିୟନ…
ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ
ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ରେଲଓ୍ବେଠାରୁ ହାରି ଯାଇଛି। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୨୩୧ ରନର ବିଜୟ…
ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ
ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ଡେଭନ କନଓ୍ବେ…
ସୁବିଧା ଥାଇ ରୋଗୀଙ୍କୁ ଶୋଷଣ
ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ରୋଗୀଙ୍କୁ…
ଘରେ ବିମାନ ରଖିଛନ୍ତି ଏହିସବୁ କ୍ରିକେଟର୍
ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି। ତେଣୁ ଭାରତୀୟ କ୍ରିକେଟରମାନେ ଧନୀ ହେବା ସ୍ବାଭାବିକ। ଭାରତରେ ଏମିତି ୪ କ୍ରିକେଟର ଅଛି…
ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ
ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି।…
ପୁଣି ବାବା ରାମଦେବଙ୍କୁ ଲାଗିଲା ଝଟ୍କା: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ଆଇଏମଏ
ନୂଆଦିଲ୍ଲୀ,୨୨।୨: କରୋନା ଭାଇରସ ସହିତ ଲଢିବା ପାଇଁ ପତଞ୍ଜଳିଙ୍କ କରୋନିଲକୁ ସମର୍ଥନ କରିଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ନିନ୍ଦା କରିଛି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)। ସୋମବାର ଆଇଏମଏ କହିଛି ଯେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ)ର ନିୟମ ଅନୁଯାୟୀ…
Archives


