ପାଣି ପାଇଁ ଡହଳବିକଳ

ରାଜକନିକା,୨।୪(ଡି.ଏନ.ଏ): ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି। ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗାଁରେ ଥିବା ସଚଳ ନଳକୂପଟି ଭାଙ୍ଗି ଯିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ବହୁ ନଳକୂପ ଅଚଳ ହୋଇପଡିଛି। ଗୋଟିଏ ନଳକୂପରେ ପାଣି ନେବାକୁ ଅସମ୍ଭବ ଭିଡ ହେଉଛି। ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁ ପାନୀୟ ଜଳର ଅଭାବ ଲୋକଙ୍କ ପାଇଁ କାଳ ହୋଇଛି। ୫ ବର୍ଷ ତଳେ ଗାଁ ପଡିଆରେ ୨୫ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା ପାନୀୟଜଳ ଓ ପରିମଳ ଡିଭିଜନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀଙ୍କୁ ଯୋଗାଇ ଦେବାକୁ ସରକାର ସ୍ଥିର କରିଥିଲେ। ହେଲେ ଇତିମଧ୍ୟରେ ୫ ବର୍ଷ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ପାଇପ ବିଛାଇବା ଦୂରର କଥା ମୋଟର ଲାଗିନି କି ପମ୍ପ ହାଉସ ନିର୍ମାଣ ହୋଇନାହିଁ। ଗ୍ରାମବାସୀ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ାର ପ୍ରାକ୍ତନ ଜିଲାପାଳ ସମର୍ଥ ବର୍ମାଙ୍କ ନିକଟରେ ପାନୀୟ ଜଳ ପାଇଁ ଦାବି କରିଥିଲେ। ହେଲେ କିଛି ସୁଫଳ ମିଳୁନାହିଁ। ବିଧାୟକ ଦେବ ମାସେ ତଳେ ଗାଁକୁ ମହାତ୍ମା ଗାନ୍ଧୀ ଓ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଆସିଥିଲେ। ଗାଁର ମହିଳା ଏକଜୁଟ ହୋଇ ତାଙ୍କ ନିକଟରେ ପାଣି ପାଇଁ ଦାବି କରିଥିଲେ। ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ମେ ସୁଦ୍ଧା ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ। ତେବେ ତାଙ୍କ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେବ ସମୟ ହିଁ କହିବ। ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ବି କିଛି ସୁଫଳ ମିଳିନାହିଁ। ଯଦି ମେ ସୁଦ୍ଧା ରାଜ୍ୟ ସରକାର ପ୍ରକଳ୍ପକୁ କାର୍ଯ୍ୟକାରୀ ନ କରନ୍ତି ତାହା ହେଲେ ମହିଳାମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଗାଁର ସ୍ନେହଲତା ଦାସ, ମଞ୍ଜୁଲତା ରାଉତ, କନକଲତା ବାରିକ, ରଞ୍ଜୁଲତା ଦାସ, ଅନୁସୂୟା ଦାସ ପ୍ରମୁଖ ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଭାସିଲା ଗ୍ୟାସ୍‌ ସିଲିଣ୍ଡର

କୃଷ୍ଣପ୍ରସାଦ,୨୦ା୧୨(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟ ଚିଲିକାରେ ପୁଣି ଅଘଟଣ ଘଟିଛି। ସୋମବାର ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ତଳକୁ ଖସି ଡଙ୍ଗାରେ...

ବାଲିଆପାଳରେ ଆଦର୍ଶ ବିଦ୍ୟାଳୟ: ହୋଇନି ଜମି ହସ୍ତାନ୍ତର; ୩ ବର୍ଷ ହେଲା ଆରମ୍ଭ ହୋଇପାରୁନି କାମ

ବାଲିଆପାଳ, ୧୩।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ରାଜ୍ୟ ସରକାର ଆଦର୍ଶ ଇଂରାଜୀ ବିଦ୍ୟାଳୟ ସ୍ଥାପନ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଅର୍ଥ ମଞ୍ଜୁର ହୋଇ ଆର୍‌ଡି...

ହିଞ୍ଜିଳିକାଟୁ କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୯ା୮(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ କଲେଜରେ ବୁଧବାର ଜୁନିୟର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ବେଳେ କାୈଣସି କଥାକୁ ନେଇ ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।...

ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ...

ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା

ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନେଇ ପ୍ରତିବାଦ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): କରୋନା ସମୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ସମେତ ସରବରାହ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଛତ୍ରପୁର...

ଅଧାରେ ଅଟକିଛି ଗାନ୍ଧୀଙ୍କ ଥ୍ରୀ-ଡି ଭାସ୍କର୍ଯ୍ୟ

କଟକ ଅଫିସ,୧୯ା୮: କାଠଯୋଡ଼ି କୂଳରେ ବ୍ରୋଞ୍ଜ ତିଆରି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ସ୍ଥାପନ କରାଯିବ। ୨୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ...

ପୁଅ ନେଲା ବାପର ଜୀବନ

ଜୟପୁର, ୩୧ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନୂଆସାହିର ଅମିର ନାଗ...

Advertisement
Archives

Model This Week