Posted inଜାତୀୟ

ଇପିଏସ୍‌ ବନାମ ଷ୍ଟାଲିନ

ଚେନ୍ନାଇ/ନୂଆଦିଲ୍ଲୀ,୨ା୪:ତାମିଲନାଡୁରେ କ୍ଷମତା ଦଖଲ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରସ୍ତୁତ। ଜଣେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ କ୍ରମଶଃ ରାଜନୀତିର ପାଠ ପଢ଼ିଛନ୍ତି। ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ଆଉ ଜଣେ ରାଜ୍ୟର ସବୁଠୁ ବଡ଼ ନେତାଙ୍କ ପୁଅ। ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ) ପ୍ରତିଷ୍ଠାତା ଏମ୍‌. କରୁଣାନିଧିଙ୍କ ପୁଅ ହିସାବରେ ଏମ୍‌.କେ. ଷ୍ଟାଲିନ ଦଳର ନେତୃତ୍ୱ ନେଉଥିଲେ ମଧ୍ୟ ଏଥିପାଇଁ ତାଙ୍କୁ ୬୪ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୧୭ ଜାନୁୟାରୀରେ ତାଙ୍କୁ ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ୨୦୧୮ ଅଗଷ୍ଟ ୭ରେ କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ ଦଳର ମଙ୍ଗ ଧରିଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ବାମୀ(ଇପିଏସ୍‌)ଙ୍କ ରାଜନୈତିକ ଯାତ୍ରା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ୨୦୧୬ ଡିସେମ୍ବରରେ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ) ସୁପ୍ରିମୋ ଜେ. ଜୟଲଲିଥାଙ୍କ ବିୟୋଗ ପରେ ଦଳ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣାଓଟରା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥିଲା।

ଡିଏମ୍‌କେ ପଟେ ଷ୍ଟାଲିନ ଏବଂ ଏଆଇଏଡିଏମ୍‌କେ ପକ୍ଷରେ ଇପିଏସ୍‌ ହେଉଛନ୍ତି ଏଥର କମାଣ୍ଡର। ଷ୍ଟାଲିନ ଜଣେ ଭିଭିଆଇପି ପରିବାର ସଦସ୍ୟ ରୂପେ ଚେନ୍ନାଇରେ ବଢ଼ିଥିବାବେଳେ ଇପିଏସ୍‌ ସାଲେମର ଏକ ଚାଷୀ ପରିବାର ଓ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ଜୟଲଲିଥାଙ୍କ ବାନ୍ଧବୀ ଭି.କେ. ଶଶୀକଳାଙ୍କ ବିଦ୍ରୋହ ଇପିଏସ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ସେତେବେଳେ ଦୁଇଟି କ୍ଷମତାକେନ୍ଦ୍ର ଗଢ଼ିଉଠିଥିଲା। ଗୋଟିଏ ପଟେ ଶଶୀକଳା ଥିବାବେଳେ ଅନ୍ୟପଟେ ଭାଜପା ସମର୍ଥତ୍ତ ଓ. ପନ୍ନିରସେଲଭମ୍‌ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ। କିନ୍ତୁ ଶଶୀକଳା ଗୋଷ୍ଠୀ ପେଞ୍ଚ କରି ଓପିଏସ୍‌ଙ୍କୁ ଶକ୍ତିପରୀକ୍ଷାରେ ପରାଜିତ କରିଥିଲେ ଏବଂ ୨୦୧୭ ଜାନୁୟାରୀରେ ଇପିଏସ୍‌ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶଶୀକଳା ଜେଲ ଯିବା ପରେ ଇପିଏସ୍‌-ଓପିଏସ୍‌ ଗୋଷ୍ଠୀ ଏକାଠି ହୋଇଥିଲେ ତାଙ୍କୁ ଦଳରୁ ବାହାରେ ରଖିବା ସର୍ତ୍ତରେ। ଏହା ପରେ ଅନେକ କିଛି ବଦଳିଯାଇଛି। ଇପିଏସ୍‌ ଆକସ୍ମିକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ନିଜ ଗୋଡ଼ରେ ଛିଡ଼ା ହୋଇ ଅନେକ କିଛି କରିବାକୁ ସକ୍ଷମ।
ସମୟର ସ୍ବଳ୍ପତା ଦୃଷ୍ଟିରୁ ଦୁଇ ଦଳ ସଭା ପରିବର୍ତ୍ତେ ମାରାଥନ୍‌ ରୋଡ୍‌ ଶୋ’ କରୁଛନ୍ତି। ଷ୍ଟାଲିନ କରୁଣାନିଧିଙ୍କ ଭଳି ଭଲ ବକ୍ତା ହୋଇ ନ ଥିଲେ ବି ଇପିଏସ୍‌ ସରକାରଙ୍କୁ ଦୁର୍ନୀତି ଅଭିଯୋଗରେ ଘେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଅନ୍ୟପକ୍ଷେ ଇପିଏସ୍‌ ନିଜ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଫଳତାକୁ ନେଇ ଭୋଟ ମାଗୁଛନ୍ତି। ଏଥିସହ ୨୦୦୬-୧୧ରେ ଷ୍ଟାଲିନ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ଡିଏମ୍‌କେ ଶାସନର ଦାଦାଗିରି କଥା ଲୋକଙ୍କୁ ମନେପକାଇ ଦେଉଛନ୍ତି। ଏସବୁ ସତ୍ତ୍ୱେ ଏହି ନିର୍ବାଚନ ଷ୍ଟାଲିନଙ୍କ ସପକ୍ଷରେ ଯାଇପାରେ ବୋଲି ଅନେକ ଦୃଷ୍ଟିରୁ ଆକଳନ କରୁଛନ୍ତି ରାଜନୈତିକ ପଣ୍ଡିିତ। କାରଣ ଏଆଇଏଡିଏମ୍‌କେ ବିରୋଧରେ ୧୦ ବର୍ଷର କ୍ଷମତା ବିରୋଧୀ ହାୱା ବହୁଛି।
୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଉଭୟ ଦଳ ୧୭୦ ସିଟ୍‌ରେ ନିଜ ନିଜ ଚିହ୍ନରେ ଲଢ଼ୁଥିବାରୁ ଏହା ଏକ ବଡ଼ ଫ୍ୟାକ୍ଟର ହୋଇପାରେ। ଡିଏମ୍‌କେ ସହଯୋଗୀ କଂଗ୍ରେସ ୨୫ ଆସନରେ ଲଢ଼ୁଥିବାବେଳେ ବିରୋଧୀ ମେଣ୍ଟରେ ଦଳିତ ପାର୍ଟି, ସିଭିକେ, ସିପିଆଇ, ସିପିଏମ୍‌, ଏମ୍‌ଡିଏମ୍‌କେ, ଏମ୍‌ଏମ୍‌କେ, ଆଇଆଇଏମ୍‌ଏଲ୍‌ ଏବଂ ଅନ୍ୟ ଏକ ମୁସଲିମ୍‌ ଦଳ ରହିଛି। ଅନ୍ୟପକ୍ଷେ ଇପିଏସ୍‌ଙ୍କ ଭୋଟ ବ୍ୟାଙ୍କରେ ଛିଦ୍ର କରିବା ପାଇଁ ବିଦ୍ରୋହୀ ଟିଟିଭି ଦିନାକରନ ଉଦ୍ୟମ ଚଳାଇଛନ୍ତି। ଭାଜପା ସହ ଏଆଇଏଡିଏମ୍‌କେ ମେଣ୍ଟ କରିଥିବାରୁ ସଂଖ୍ୟାଲଘୁ ମୁସଲମାନ ଓ ଖ୍ରୀଷ୍ଟିଦଆନଙ୍କ ୧୨% ଭୋଟ ଇପିଏସ୍‌ଙ୍କୁ ମହଙ୍ଗା ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?