ସାତଭାୟା ହେବ ଜନଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ,୨।୪: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମୁଦ୍ରକୂଳବର୍ତ୍ତୀ ସାତଭାୟା ଅଞ୍ଚଳ ଦ୍ରୁତ ତଟକ୍ଷୟ ଯୋଗୁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବାକୁ ଯାଉଛି। ୫ ଦଶନ୍ଧି ଧରି ଏହି ଅଞ୍ଚଳବାସୀଙ୍କ ସ୍ଥାନାନ୍ତର ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ଅବଶିଷ୍ଟ ୧୧୮ ପରିବାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଏହି ପରିବାର ଏଠାରୁ ୧୨କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହେବେ। ଜନଶୂନ୍ୟ ସାତଭାୟା ଅଞ୍ଚଳକୁ ପ୍ରାଥମିକତା ଭିତ୍ତିରେ ହେନ୍ତାଳ ବଣ ସୃଷ୍ଟି ସହ ୨୦ରୁ ଅଧିକ ଟେଣ୍ଟ ଗୃହ ନିର୍ମାଣ କରାଯାଇ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ ପାଇଁ ଦାବି ଉଠିଛି।
ସାତଭାୟାର ଜଗବନ୍ଧୁ ଦାସ କହିଛନ୍ତି, ପ୍ରଶାସନର ଏହି ନିଷ୍ପତ୍ତି ବଞ୍ଚତ୍ବାର ଆଶା ଦେଖାଇଛି। ବଗପାଟିଆରେ ଜମି ଚିହ୍ନଟ ପରେ ତୁରନ୍ତ ସେଠାକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମୁଦ୍ରର ଉତ୍ତାଳ ଜୁଆର ଦ୍ରୁତ ବେଗରେ ତଟକ୍ଷୟ କରୁଛି। ଏଥିଯୋଗୁ ସାତଭାୟାର ଗୋବିନ୍ଦପୁର, ମୋହନପୁର, କାହ୍ନୁପୁର, ଚିନ୍ତାମଣିପୁର, ବଡ଼ଗହୀରମଥା ଓ ଖରିକୁଳ ଗ୍ରାମ ସମୁଦ୍ରରେ ନିଶ୍ଚିହ୍ନ ହୋଇଛି। ସାତଭାୟାର ବହୁ ଅଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ସମୁଦ୍ର ଏବେ ମା’ ପଞ୍ଚୁବରାହୀଙ୍କ ପୂର୍ବ ମନ୍ଦିରକୁ ଛୁଇଁଛି। ୨୦୧୭ରେ ସ୍ଥାନାନ୍ତର ପ୍ରସ୍ତୁତି ପରେ ସାତଭାୟା ଅଞ୍ଚଳର ଉନ୍ନତୀକରଣ କାର୍ଯ୍ୟ ପ୍ରଶାସନିକ ସ୍ତରରେ ବନ୍ଦ ରହିଛି। ଏଠାରେ ବିଦ୍ୟୁତ୍‌, ରାସ୍ତା, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା ନାହିଁ। ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ପ୍ରାଥମିକ ସ୍ତରରେ ୫୭୧ପରିବାରଙ୍କୁ ଗୁପ୍ତି ପଞ୍ଚାୟତର ବଗପାଟିଆରେ ଥଇଥାନ କରାଯାଇଥିଲା। ଏହି ସମୟରେ ୧୪୮ ପରିବାର ଏଥିରେ ସାମିଲ ହୋଇ ନ ଥିଲେ। ଏ ନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିମଧ୍ୟରୁ ୧୧୮ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଥିବାରୁ ସମୁଦ୍ର ମାଡ଼ିଆସିବାଜନିତ ଭୟରୁ ମୁକ୍ତି ମିଳିଥିବା ଦାସ ପ୍ରକାଶ କରିଛନ୍ତି। ଗ୍ରାମର ବିଜୟା ଲେଭ୍‌କା କହିଛନ୍ତି, ପ୍ରଶାସନିକ ଚିହ୍ନଟ ବ୍ୟବସ୍ଥାରେ ଏବେ ବି ତ୍ରୁଟି ରହିଛି। ଏଥିପାଇଁ ଆଉ ୩୦ ପରିବାର ରହି ଯାଇଛନ୍ତି। ସେ କାହ୍ନୁପୁର ମୌଜାର ବିଜୟଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ ଅଲଗା ରହୁଛୁ। ଇତିମଧ୍ୟରେ ବିଜୟଙ୍କ ପରିବାର ବଗପାଟିଆରେ ଜାଗା ପାଇ ରହି ସାରିଲେଣି। କାଗଜପତ୍ର ନ ଥିବାରୁ ବିଜୟାଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ। ସ୍ଥାନାନ୍ତର ହିତାଧିକାରୀ ଭାବେ ଚିହ୍ନଟ ହୋଇଥିଲେ ୧୦ ଡିସିମିଲ ଜାଗା ସହ ଘର କରିବାକୁ ଅର୍ଥ ସହାୟତା ମିଳିଥାନ୍ତା। ସମସ୍ତେ ଖୁସି ମନରେ ବଗପାଟିଆକୁ ସ୍ଥାନାନ୍ତର ହୋଇ ଯାଉଛନ୍ତି। ଏବେ ଏଠାରେ ରହିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି। ଗ୍ରାମର ସୁଦର୍ଶନ ଦାସ କହିଛନ୍ତି, ସାତଭାୟା ତଟାଞ୍ଚଳରେ ସମୁଦ୍ର ମାଡ଼ିଆସୁଛି। ଏଥିରେ ସ୍ଥାନୀୟ ଲୋକଙ୍କ ଚାଷ ଜମି ଅଛି। ତଟକ୍ଷୟ ଯୋଗୁ ଚାଷ ଜମି ନଷ୍ଟ ହେଲେ ପରିବାର ପ୍ରତିପୋଷଣ ଏକ ସମସ୍ୟା ହେବ। ଏହାପୂର୍ବରୁ ଯେଉଁ ପରିମାଣରେ ଚାଷଜମି ଅଛି, ସେହି ପରିମାଣରେ ବଗପାଟିଆରେ ଚାଷଜମି ଦିଆଯାଉ। ଏ ନେଇ ଏକ ଆନ୍ଦୋଳନ ମୁଣ୍ଡ ଟେକୁଛି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ତଟକ୍ଷୟରୁ ମୁକ୍ତି ପାଇଁ ଏଠାରେ ହେନ୍ତାଳ ବଣ ସୃଷ୍ଟିର ଆବଶ୍ୟକତା ଅଛି। ଏଥିସହ ବନ୍ୟ ଓ ସାମୁଦ୍ରିକ ଅଞ୍ଚଳ ସୀମାରେ ଥିବା ଏହାର ପ୍ରାକୃତିକ ବିଭବ ପର୍ଯ୍ୟଟନ ଶିଳ୍ପର ଉନ୍ନତି ଆଣିପାରିବ। ପର୍ଯ୍ୟଟକଙ୍କ ପାଇଁ ଅନୂ୍ୟନ ୨୦ ଟେଣ୍ଟ ବ୍ୟବସ୍ଥା କରିବାକୁ ସେ ରାଜନଗର ବନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ସାତଭାୟାର ତଟକ୍ଷୟ କେବଳ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ହୋଇନାହିଁ। ଏହାର ପ୍ରକୃତ କାରଣକୁ ନେଇ ଅନୁଧ୍ୟାନ ଆରମ୍ଭ ହୋଇଛି। ଚିହ୍ନଟ ୧୧୮ ପରିବାରଙ୍କୁ ସମସ୍ତ ସହଯୋଗ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?