ସ୍ୟୁ ଚୀଙ୍କ ବିରୋଧରେ ଗୋପନୀୟତା ଉଲ୍ଲଂଘନ ମାମଲା

ନାପିତାଉ,୨।୪: ମ୍ୟାନ୍‌ମାରର କ୍ଷମତାଚ୍ୟୁତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ବିରୋଧରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ତାଙ୍କ ଓକିଲ ଗୁରୁବାର ସୂଚନା ଦେଇଛନ୍ତି। ୩ ସପ୍ତାହ ପୂର୍ବରୁ ୟାଙ୍ଗୁନ୍‌ର ଏକ ଅଦାଲତରେ ସ୍ୟୁ ଚୀ, ତାଙ୍କ କ୍ୟାବିନେଟର ୩ ଜଣ ମନ୍ତ୍ରୀ ଏବଂ ଅଷ୍ଟ୍ରେଲୀୟ ଅର୍ଥନୈତିକ ପରାମର୍ଶଦାତା ସିନ୍‌ ଟୁର୍‌ନେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆଇନଜୀବୀ ଖିନ୍‌ ମାଉଙ୍ଗ କହିଛନ୍ତି। ଏଥିସହିତ ସ୍ୟୁ ଚୀଙ୍କ ବିରୋଧରେ କରୋନା ପ୍ରୋଟୋକଲ ଉଲ୍ଲଂଘନ, ବେଆଇନ ଭାବେ ଟୁ-ଓ୍ବେ ରେଡିଓ ଅକ୍ତିଆର କରିବା ଆଦି ଅଭିଯୋଗ ମଧ୍ୟ ହୋଇଛି। ଗତ ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା ବିଦ୍ରୋହ ବଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପରେ ଦେଶରେ ସାମରିକ ଶାସନ ଲାଗୁ ହୋଇଛି। ସେବେଠାରୁ ସ୍ୟୁ ଚୀଙ୍କୁ ସାମରିକ ଶାସକ ଗିରଫ କରି ରଖିଛନ୍ତି। ସାମରିକ ଶାସନକୁ ବିରୋଧ କରି ପୁନର୍ବାର ସ୍ୟୁ ଚୀଙ୍କୁ କ୍ଷମତାକୁ ଫେରାଇ ଆଣିବା ଦାବିରେ ମ୍ୟାନ୍‌ମାରରେ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ସାମରିକ ଶାସକଙ୍କ ଦମନଲୀଳାରେ ୫୨୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ଜୀବନ ଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ

କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା...

ବାଇଡେନ୍‌ଙ୍କ କୁକୁର ହ୍ବାଇଟ୍‌ ହାଉସ୍‌ରୁ ବିଦା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍‌ ହାଉସ୍‌ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା...

ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ସ୍ଥାପିତ ହେବ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ଜାକର୍ତ୍ତା, ୪।୨: ଇଣ୍ଡୋନେସିଆରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏନେଇ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବାଲିର ଦେନପାସାରଠାରେ କାର୍ଯ୍ୟ କରିବ।...

ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ…

କ୍ୱିଭ୍‌, ୨୬।୩ : ୟୁକ୍ରେନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଖବର କାଗଜ ଦ...

କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୫: ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳିତ କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ଏପରି ଘଟଣା ସତ୍ତ୍ୱେ କିଛି ଲୋକ କରୋନା ଟିକା...

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ...

ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସ୍‌ଲାମାବାଦ, ୧୮।୧୧: ଏକାଧିକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ କାଷ୍ଟ୍ରାଶନ (ରାସାୟନିକ ପଦ୍ଧତି) ଜରିଆରେ ନପୁଂସକ କରାଯାଇପାରେ। ବାଳତ୍କାରୀଙ୍କୁ...

୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା...

Advertisement
Archives

Model This Week