ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ ଶିକ୍ଷାନୁଷ୍ଠାନରେ ୫ମାସ ହେଲା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ। କେତେଜଣ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ସାଇକେଲ ବାବଦ ଅର୍ଥ ଆସି ନ ଥିବା ଅଭିଯୋଗ ହୋଇଛି। ୧୦୦ବର୍ଷ ପୁରୁଣା ଏହି ବିଦ୍ୟାଳୟ ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହିଯିବା ଯେତିକି ଦୁଃଖଦାୟକ, ସେତିକି ପରିତାପର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ସ୍ବାଧୀନତାର ଦୀର୍ଘବର୍ଷ ପୂର୍ବରୁ ୧୮୯୬ରେ ସ୍ଥାପିତ ହୋଇଥିଲା ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ। ଏବେ ସ୍କୁଲରେ ୬ଷ୍ଠରୁ ୧୦ମ ଯାଏ ପ୍ରାୟ ୬୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବିଭିନ୍ନ ସମୟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ବିଦ୍ୟାଳୟକୁ ମିଳିଛି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ମାନ୍ୟତା। ତେବେ ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବରୁ ଏବେ ବିଦ୍ୟାଳୟ ବହୁବିଧ ସମସ୍ୟା ଘେରରେ ରହିଛି। ୨୦୨୦ ନଭେମ୍ବର ୧୮ରେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବାରିକଙ୍କ ବଦଳି ପରେ ପଦବୀ ଖାଲି ପଡ଼ିଥିଲା। ଫଳରେ ଦୁଇମାସ ଧରି ଶିକ୍ଷକ, କର୍ମଚାରୀ ଦରମା ପାଇବାରେ ସମସ୍ୟା ଭୋଗିଥିଲେ। ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ହାଇସ୍କୁଲରେ ଅନ୍ୟ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିପାରିବେ। ଏଠାକାର ପ୍ରଧାନ ଶିକ୍ଷକ ପଦବୀ ଓଡ଼ିଶା ଶିକ୍ଷା ସେବା-୨ କ୍ୟାଡରଭୁକ୍ତ। ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ୨ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ କାହାରିକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇପାରି ନ ଥିଲା। ତେବେ ଉପରୋକ୍ତ ଯୋଗ୍ୟତା ପୂରଣ କରୁଥିବାରୁ ଗତ ଜାନୁୟାରୀ ୧୨ରେ ଭୁବନ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ହେଲେ ଭୁବନରୁ ଢେଙ୍କାନାଳର ଦୂରତ୍ୱ ୫୦ କିଲୋମିଟର ହୋଇଥିବାରୁ ଉଭୟ ଶିକ୍ଷାନୁଷ୍ଠାନର ଦାୟିତ୍ୱ ସମ୍ଭାଳିବା କେତେଦୂର ଯୁକ୍ତିସଙ୍ଗତ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଇ ପାରିନାହିଁ। ଏ ସଂକ୍ରାନ୍ତରେ ହେଲପ୍‌ ଲାଇନ ନମ୍ବରରେ ଅଭିଯୋଗ କରାଯାଇଥିଲା। ଏହାପରେ ତୁରନ୍ତ ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରିବା ଏବଂ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ସମସ୍ୟାର ସମାଧାନ ହୋଇପାରିନାହିଁ।
ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ କୁହନ୍ତି, ୨-୩ ମଧ୍ୟରେ ସ୍କୁଲ ୟୁନିଫର୍ମ ବଣ୍ଟାଯିବା। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିବେଦିତା ପାଣି କୁହନ୍ତି, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦବୀ ଓଡ଼ିଶା ଶିକ୍ଷାସେବା-୨ର ଅନ୍ତର୍ଭୁକ୍ତ। ତଦନୁଯାୟୀ ସେହି କ୍ୟାଡରର ଜଣେ ଅଧିକାରୀ ଏହା ଦାୟିତ୍ୱରେ ରହିବା କଥା। ଜିଲା ଶିକ୍ଷା କାର୍ଯ୍ୟାଳୟର ୨ ଅତିରିକ୍ତ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବାରୁ ସମସ୍ୟା ଉପୁଜିଥିଲା। ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ କ୍ୟାଡରଭୁକ୍ତ ହୋଇଥିବାରୁ ତାଙ୍କୁ ବ୍ରଜନାଥ ବଡଜେନା ହାଇସ୍କୁଲର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ୟୁନିଫର୍ମ ବଣ୍ଟା ନ ହେବା ଓ ସାଇକେଲ ଟଙ୍କା ଆକାଉଣ୍ଟକୁ ନ ଆସିବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ବୁଝିବା ପରେ ସବିଶେଷ ସୂଚନା ଦେଇହେବ ବୋଲି ଡିଇଓ କହିଛନ୍ତି। ଜିଲା ସଦରର ଶତାୟୁ ଶିକ୍ଷାନୁଷ୍ଠାନର ସମସ୍ୟା ସମ୍ପର୍କରେ ଡିଇଓ ଅବଗତ ନ ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri