ସମୁଦ୍ର ଉପକୂଳ ସୀମା ସୁରକ୍ଷା ଢିଲା: ମ୍ୟାନ୍‌ମାର ଶରଣାର୍ଥୀଙ୍କ ପ୍ରବେଶ

ମହାକାଳପଡ଼ା,୨।୪(ଡି.ଏନ.ଏ.): ମ୍ୟାନମାର ଅଶାନ୍ତ ପରେ ଶରଣାର୍ଥୀମାନେ ଯେକୌଣସି ସମୟରେ ଡଙ୍ଗାରେ ବଙ୍ଗୋସାଗରର ଜଳ ସୀମା ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶକୁ ଏଡାଇ ଦେଇ ହେବନାହିଁ। ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ସୀମାରେ ହାଇ ଆଲର୍ଟ ଜାରି ହେବାର ଆବଶ୍ୟକତା ରହିଛି। ବିଶେଷକରି ଶରଣାର୍ଥୀମାନେ ବିଭିନ୍ନ ଡଙ୍ଗାରେ ମତ୍ସ୍ୟଜୀବୀ ବେଶରେ ନିଜ ଜୀବନ ବଞ୍ଚାଇବାକୁ ସମୁଦ୍ର କୂଳିଆ ଅଞ୍ଚଳ ଜଙ୍ଗଲରେ ଛୋଟ ଛୋଟ ପଲା ବାନ୍ଧି ଆଶ୍ରୟ ନେବାର ସମ୍ଭାବନା ରହିଛି। କାରଣ ଏହି ସମୁଦ୍ର କୂଳିଆ ଅଞ୍ଚଳରେ ଅନେକ ବେଆଇନ ମାଛ ଧରିବାକୁ ଆସି ଅନୁପ୍ରବେଶକାରୀମାନେ ଆଡ୍ଡା ଜମାଇଛନ୍ତି। ବନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ଚଢାଉ କରାଯାଉ ନ ଥିବାରୁ ଅନୁପ୍ରବେଶ ବୃଦ୍ଧି ପାଇଛି। ସେଥିପାଇଁ ମ୍ୟାନମାର ଶରଣାର୍ଥୀମାନେ ଓଡ଼ିଶା ଉପକୂଳ ଅଞ୍ଚଳକୁ ସୁରକ୍ଷିତ ମଣି ଆକସ୍ମିକ ଭାବେ ପଶିବା ଅସମ୍ଭବ ନୁହେଁ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାର ଜମ୍ବୁ ଓ ତନ୍ତିଆପାଳ ମେରାଇନ ଥାନାରେ କର୍ମଚାରୀ ଓ ଅସ୍ତ୍ର ଶସ୍ତ୍ର ଅଭାବ, ବନ ବିଭାଗ ପାଟ୍ରୋଲିଂ ଅତ୍ୟାଧୁନିକ ବୋଟ ଅଭାବ, ସମୁଦ୍ର ସୁରକ୍ଷା ସୀମା ଢିଲା। ତେଣୁ କିଭଳି ଶରଣାର୍ଥୀମାନଙ୍କ ବେଆଇନ ପ୍ରବେଶକୁ ପୋଲିସ ପ୍ରତିରୋଧ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଶତାଧିକ ସଂଖ୍ୟାରେ ମାଛ ଧରା ଟ୍ରଲ୍‌ର, ବୋଟ୍‌ଗୁଡ଼ିକ ଗହୀରମଥା ନିଷିଦ୍ଧାଞ୍ଚଳରେ ଚଳାଚଳ କରୁଥିବା ଦୀର୍ଘଦିନ ହେବ ଅଭିଯୋଗ ହେଉଛି। ବିଶେଷକରି ହୁକିଟୋଲା, ଲୁଞ୍ଚ୍‌ଗୋଲା, ଷୋଲ ମୁହାଣ, ମାଦଳି, ନାଶି ଆଦି ଜଙ୍ଗଲରେ ଶରଣାର୍ଥୀମାନେ ଗୁପ୍ତ ଭାବେ ପଶିବା ଅସମ୍ଭବ ନୁହେଁ। ବହୁ ପୂର୍ବରୁ ବାଲାଂଦେଶୀ ଶରଣାର୍ଥୀମାନେ ଏହି ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରି ସ୍ଥାୟୀ ବସବାସ କରୁଛନ୍ତି। ହେଲେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ବେଳ ଥାଉଁ ଥାଉଁ ପ୍ରଶାସନ ସଜାଗ ନ ହେଲେ ମିଆମାର ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କୁ ପଚାବରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଏ ନେଇ କୌଣସି ସୂଚନା ଆସିନି। ତେବେ ଏହି ସମ୍ବେଦନଶୀଳ ଘଟଣା ଉପରେ ବିଭାଗ ଦୃଢ଼ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?