Home

ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ

ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏହି କାନ୍ଦୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।…

ଡୋଜ୍‌ ଅଭାବ ନେଇ ଲେଟର ଓ୍ବାର: କେନ୍ଦ୍ର ପକ୍ଷରୁ ପାଲଟା ଜବାବ

ନୂଆଦିଲ୍ଳୀ,୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। କରୋନାରୁ ଦୂରେଇ ରହିବା ପାଇଁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଟିକାକରଣ ଲାଗି ଡୋଜ୍‌ର…

ସଙ୍କଟରେ କାର୍ଗୋ ଶିପ୍‌

ହ୍ୟାଗ୍‌,୮ା୪: ନେଦରଲାଣ୍ଡସ୍‌ର କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ଟ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍‌ ସି’ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁବା ପରେ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ନରଓ୍ବେର ତଟରକ୍ଷୀ ପ୍ରଶାସନ ମଙ୍ଗଳବାର…

ବଳାତ୍କାର ବୃଦ୍ଧି ପାଇଁ ପାଶ୍ଚାତ୍ୟ ସଂସ୍କୃତି ଦାୟୀ: ଇମ୍ରାନ

ଇସଲାମାବାଦ, ୮ା୪: ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତା, ପାଶ୍ଚାତ୍ୟ ସଂସ୍କୃତି ଦାୟୀ ବୋଲି କହି ବିବାଦରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଫୋନ୍‌ ଇନ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥାବାର୍ତ୍ତାବେଳେ ବଳାତ୍କାର ବଢ଼ିବା ପଛର କାରଣ…

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଓ ୩୬୧ ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଏନେଇ ସୂଚନା…

୫ ରାଜ୍ୟରେ ୭୯,୬୮୮ ଶିଶୁ ସଂକ୍ରମିତ

ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ ବୟସ୍କ ତଥା ବିଭିନ୍ନ ରୋଗ ଥିବା ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେଉଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ଆଜିଠୁ ଅନ୍‌ଲାଇନ ପେନ୍‌ସନ ଅଦାଲତ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍‌ସନ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଦାଲତ ଅନ୍‌ଲାଇନ ଜରିଆରେ କରାଯିବ। ବୁଧବାର ସାଧାରଣ ପ୍ରଶାସନ…

ମୁମ୍ବାଇ ପୋଲିସରେ କୋକୁଆ ଭୟ

ମୁମ୍ବାଇ,୮ା୪ :ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ରଖିବା ଓ ପୁଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କୁ ହତ୍ୟା କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାଜତରେ ଅଛନ୍ତି ମୁମ୍ବାଇ ପୋଲିସର ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର (ଏପିଆଇ) ସଚିନ ଓ୍ବାଜେ।…

୪ ପ୍ରସିଦ୍ଧ କ୍ରିକେଟରଙ୍କ ଭବିଷ୍ୟବାଣୀ: ପ୍ଲେ-ଅଫ୍‌ରେ ପହଞ୍ଚି ପାରିବ ନାହିଁ ଚେନ୍ନାଇ

ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ…

୨୪ ଘଣ୍ଟାରେ ୨୫ଲକ୍ଷ ଜରିମାନା, ୨୭ ଗିରଫ

ଭୁବନେଶ୍ୱର,୮ା୪(ବ୍ୟୁରୋ): କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସ୍ଥିତି ବିଗିଡ଼ିବା ପରେ ଏବେ ରାଜ୍ୟ ପୋଲିସ କଟକଣାକୁ କଡାକଡି କରିବାକୁ ଅଣ୍ଟା ଭିଡିଛି। ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଚଢ଼ାଉ, ଜରିମାନା ଓ ପଦକ୍ଷେପକୁ ଜୋର୍‌ଦାର…

କୋଟିଆରେ ସବୁ ଦଳର ନେତା

ପଟ୍ଟାଙ୍ଗୀ,୮ା୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ସରକାର ଜିଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନ ଚଳାଇଥିଲେ। ଉକ୍ତ ନିର୍ବାଚନ ଉପରେ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ସୁଯୋଗର ସଦ୍‌ବ୍ୟବହାର କରିବା…

ଏଫ୍‌ସିଏଟିକୁ ଉଚ୍ଛେଦ କଲା କେନ୍ଦ୍ର

ନୂଆଦିଲ୍ଲୀ/ମୁମ୍ବାଇ,୮ା୪ : ଫିଲ୍ମ ସାର୍ଟିଫିକେଶନ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏଫ୍‌ସିଏଟି)କୁ କେନ୍ଦ୍ର ସରକାର ତତ୍କାଳ ଉଚ୍ଛେଦ କରିଛନ୍ତି। ଫଳରେ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)ର ରାୟକୁ ଚ୍ୟାଲେଞ୍ଜ କରିବା ଅଧିକାର ପ୍ରଯୋଜକମାନେ ହରାଇଛନ୍ତି। ସେନ୍ସର ବୋର୍ଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri