କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍‌ କରୁଥିବାବେଳେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଜୀବନ ଯାଉଛି। ଏ ପରିସ୍ଥିତିରେ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତମନ୍ତବ୍ୟ ବାରମ୍ବାର ବଦଳୁଥିବାରୁ ଏହା ଲୋକଙ୍କୁ ଆଶ୍ୱସ୍ତି ବଦଳରେ ବିଭ୍ରାନ୍ତ କରୁଛି। ସଂକ୍ରମଣ କେବେ କମିବ ତାହାକୁ ନେଇ କେହି କିଛି ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। କେବଳ ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତେ କଥା କହି ବାହାବା ନେବାରେ ଲାଗିଛନ୍ତି।
ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ, ମେ’ ୧୫ ବେଳକୁ ଓଡ଼ିଶାରେ କରୋନା ପିକ୍‌ ବା ଶୀର୍ଷରେ ପହଞ୍ଚତ୍ବ। କିନ୍ତୁ ଏବେସୁଦ୍ଧା ପିକ୍‌ରେ ପହଞ୍ଚତ୍ଲାଣି କି ନାହିଁ ତାହା କେହି ସ୍ପଷ୍ଟ କରିପାରୁନାହାନ୍ତି। ଦୈନିକ ଟେଷ୍ଟିଂର ପ୍ରାୟ ୨୦ପ୍ରତିଶତ ପଜିଟିଭ୍‌ ହାର ରହୁଛି। ଗତ କିଛି ଦିନର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି ଯେ, ଯେତେ ଅଧିକ ଟେଷ୍ଟିଂ ହେଉଛି, ପଜିଟିଭ୍‌ ସଂଖ୍ୟା ସେତେ ବଢ଼ୁଛି। ବର୍ତ୍ତମାନ ଦୈନିକ ପ୍ରାୟ ୫୫ରୁ ୫୭ହଜାର ଟେଷ୍ଟିଂ ହେଉଥିବାବେଳେ ୧୦ରୁ ୧୨ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ପୁଣି କୁହାଗଲାଣି ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ସଂକ୍ରମଣ କମିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍‌ରେ ସଂକ୍ରମଣ ରହିଛି। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ମେ’ ଶେଷ ଅବା ଜୁନ୍‌ ପ୍ରଥମରୁ ସଂକ୍ରମଣ ଧୀରେ ଧୀରେ କମିବ। ମେ’ ୩୧ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ତଳକୁ ଯିବ। ଜୁନ୍‌ ମଧ୍ୟଭାଗ ବେଳକୁ ଦୈନିକ ସଂକ୍ରମଣ ଅପେକ୍ଷାକୃତ କମିଯାଇଥିବ। ତେଣୁ ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ହେବା ଉଚିତ ବୋଲି ସେ କହିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏଭଳି ମତକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କରୋନା ସ୍ଥିତି ସୁଧୁରିବ ଓ ଜୀବନଜୀବିକା ପୁଣି ସ୍ବାଭାବିକ ହେବ ବୋଲି ରାଜ୍ୟବାସୀ ଯେଉଁ ଆଶା ରଖିଥିଲେ ତାହା ଏବେ ଚିନ୍ତା ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri