ଅସୁରକ୍ଷିତ ଖଣି, ପାଣି

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର ପରିବର୍ତ୍ତେ ମାତ୍ର ୧୦ ମିଟର ଦୂରତାରେ ଡମ୍ପ ରହିଛି। ତେଣୁ ନିୟମିତ ବ୍ୟବଧାନରେ ଡମ୍ପପିଟ୍‌ ଖସୁଛି। ଏହିକ୍ରମରେ ଅଧିକାଂଶ ସ୍ଥାନ ଅସୁରକ୍ଷିତ ରହିଥିବାରୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖଣି ସୁରକ୍ଷା ନିର୍ଦ୍ଦେଶକ(ଭୁବନେଶ୍ୱର କ୍ଷେତ୍ର)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ୧୬ା୪ା୨୦୨୧ ତାରିଖରେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଏହି ନିର୍ଦ୍ଦେଶ ହୋଇଛି। ଏହାସହ ଅଭିଯୋଗ ଅନୁସାରେ ଖଣି ଭିତରେ ଦୀର୍ଘଦିନ ଧରି ଜମି ରହିଥିବା ନିକେଲ ମିଶ୍ରିତ ପାଣିକୁ ବିଶୋଧନ କରା ନ ଯାଇ ବାହାରେ ଛାଡ଼ି ଦିଆଯାଇଥିବାରୁ ଡମଶାଳା ନାଳା ପାଣି ବିଷାକ୍ତ ହୋଇପଡ଼ିଛି। ଫଳରେ ଏହି ନାଳା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୁକିନ୍ଦା ଖଣି ଅଞ୍ଚଳର ଓସ୍ତପାଳ ଓ କଳରଙ୍ଗୀ ଅଟାଠାରେ ଫେକର ସଂସ୍ଥାର ୨ଟି କ୍ରୋମାଇଟ୍‌ ଖଣି ରହିଛି। ବେଦାନ୍ତ ଲିଃ. କମ୍ପାନୀ ଜାନୁୟାରୀ ୨୦୨୦ରେ ଏଗୁଡ଼ିକର ମାଲିକାନା ସ୍ବତ୍ୱ ହାସଲ କରିଛି। ଏହି ଦୁଇ କ୍ରୋମାଇଟ ଖଣିରେ ଗତ ଅକ୍ଟୋବର ୨୦୨୦ରୁ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ଦୀର୍ଘଦିନ ଧରି ଓସ୍ତପାଳ କ୍ରୋମାଇଟ ଖଣି ମଧ୍ୟରେ ଜଳସ୍ତର ବୃଦ୍ଧି ଘଟିଥିଲା। ବେଦାନ୍ତ କମ୍ପାନୀ ତା’ର ଖଣି କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଏହି ଜଳକୁ ନିଷ୍କାସନ କରିବା ଆବଶ୍ୟକ ହେଉଥିଲା। ହେଲେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପତ୍ରସଂଖ୍ୟା ୨୪୩୦/୫ା୨ା୨୦୧୬ର ସମସ୍ତ ନିୟମକୁ ବେଖାତିର କରି ଗତବର୍ଷ ନଭେମ୍ବରରୁ ଜାନୁୟାରୀ ୨୦୨୧ ମଧ୍ୟରେ ଖଣିର ସମସ୍ତ ଜଳକୁ ଇଟିପି(ଏମ୍ଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଜରିଆରେ ବିଶୋଧନ ନ କରି ୧୫ ଲକ୍ଷ ଲିଟରରୁ ଊର୍ଦ୍ଧ୍ୱ ବିଷାକ୍ତ ପାଣି ନିଷ୍କାସନ କରାଯାଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଧିବାସୀ ଲମ୍ବୋଧର ମହନ୍ତ, ପରେଶ ମହନ୍ତ, ଗୀତାଞ୍ଜଳି ମହନ୍ତ, ରାଜାରାମ ମାରାଣ୍ଡି, ଦେବେନ୍ଦ୍ର ମହାନ୍ତ ପ୍ରମୁଖ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀମାନେ ଖଣି କର୍ତ୍ତୃପକ୍ଷଙ୍କ ସହିତ ସାଲିସ ଯୋଗୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହେଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଖଣିଦ୍ୱୟରେ ପୁରୁଣା ଇଟିପି ଯନ୍ତ୍ରରେ ବିଶୋଧନ କାର୍ଯ୍ୟ ଚାଲିଥିବାରୁ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଅଧିକ ଜଟିଳ ହେବାରେ ଲାଗିଛି। କଳରଙ୍ଗୀ, ପୁରିଆଝର, ବରଗଜି, ବୁରୁରାପୁଡୁ, କୁମାରଡିହି, ରଆଁସୋଳ, କୃଷ୍ଣପୁର ଆଦି ଗ୍ରାମବାସୀ ଏହି ବିଷାକ୍ତ ପାଣିରେ ପ୍ରଭାବିତ ହୋଇଛନ୍ତି। ଆଗକୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଡମଶାଳା ନଦୀ ମଧ୍ୟକୁ କ୍ରୋମିୟମ ଓ ବିଭିନ୍ନ କେମିକାଲ ମିଶା ଦୂଷିତ ଜଳ ଛଡ଼ା ଯିବା ନେଇ ପୂର୍ବରୁ ଅଞ୍ଚଳବାସୀ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏସ୍‌ପିସିବି କେବଳ ଜଳ ନମୁନା ପରୀକ୍ଷା କରିବାରେ ସୀମିତ ରହିଛି। କୌଣସି ପ୍ରଦୂଷଣକାରୀ ଖଣି ସଂସ୍ଥା ଉପରେ ଏସ୍‌ପିସିବି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାହସ ଜୁଟାଇ ପାରୁନାହିଁ। ଜଳ ପ୍ରଦୂଷଣ ସମ୍ପର୍କରେ ଏସ୍‌ପିସିବି ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷେ ଖଣି ଓ ଡମ୍ପ ମଧ୍ୟରେ ଦୂରତା କମ୍‌ ରହୁଥିବାରୁ ପୂର୍ବରୁ ଡମ୍ପ ଖସିଥିବା ନଜିର ରହିଛି। ଏଥିରେ ଏକାଧିକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ଖଣି ସୁରକ୍ଷା ନିର୍ଦ୍ଦେଶକ ଉପଯୁକ୍ତ ଯାଞ୍ଚ କରି ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri