ଶିଶୁ ବିକ୍ରିକୁ ଗୁରୁତ୍ୱ ଦେଇ ନ ଥିଲା ପୋଲିସ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ଜନ୍ମ ହେବାର ମାତ୍ର ୧୨ଟା ଦିନ ହୋଇଥିଲା। ଶିଶୁଟି ଭଲରେ ଆଖି ଖୋଲିବା ପୂର୍ବରୁ ମା’ କୋଳରୁ ଦୂରେଇ ଦେଇଥିଲେ ନିଷ୍ଠୁର ବାପା। ୫୦ ହଜାର ଟଙ୍କାରେ ଅନ୍ୟଜଣକୁ ବିକ୍ରି କରିଦେଇଥିଲେ। ଏନେଇ ନିର୍ଯାତିତା ମା’ ସ୍ବାମୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅପହରଣ ଓ ଶିଶୁ ଚୋରି ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଘଟଣାକୁ ଗୁରୁତ୍ୱ ଦେଲାନାହିଁ। ଇତିମଧ୍ୟରେ ୧୧ ମାସ ବିତିଗଲା। ଶେଷରେ ଚାଇଲ୍ଡ ଲାଇନ୍‌ର ହସ୍ତକ୍ଷେପ ପରେ ପୋଲିସ ରବିବାର ନୟାଗଡ଼ରୁ ଶିଶୁଟିକୁ ଉଦ୍ଧାର କରିଛି। ଏଥିସହ ତାଙ୍କୁ କିଣିଥିବା ନୟାଗଡ଼ ଜିଲା ଜଗତିମଡ଼ାର ଶ୍ରୀନୀବାସ ଜେନା(୨୬)ଙ୍କୁ ପୋଲିସ ଶିଶୁ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ବିକ୍ରି କରିଥିବା ବାପା ତପନ ପଲେଇ ଫେରାର ଥିବାବେଳେ ପୋଲିସ ଉଦ୍ଧାର ଶିଶୁଟିକୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ଆଇଗିଣିଆସ୍ଥିତ ‘ଆମ ଘରେ’ ରଖାଯାଇଛି। ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯିବ ବୋଲି ଥିବା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି।
ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ତପନ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସହକର୍ମୀ ଭାରତୀ ନାୟକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ଲିଭ୍‌ ଇନ୍‌ରେ ରହିବା ସହ ୨୦୧୮ରେ ଏକ ମନ୍ଦିରରେ ବିବାହ କରିଥିଲେ। ବାହାଘର ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତବର୍ଷ ମାର୍ଚ୍ଚ ୨୦ରେ ସେମାନେ ଭୁବନେଶ୍ୱର ଆସି ସାଲିଆ ସାହିରେ ରହିଥିଲେ। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ବିଗିଡି ଯାଇଥିଲା। କିଛିଦିନ ପରେ ଭାରତୀ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଶିଶୁପୁତ୍ରଟି ୧୨ଦିନର ହୋଇଥିବାବେଳେ ବାପା ତପନ ତାଙ୍କୁ ନୟାଗଡ଼ର ଶ୍ରନୀବାସଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଘଟଣା ଥାନାରେ ପହଞ୍ଚତ୍ଥିବାରୁ ଶ୍ରୀନିବାସ ଶିଶୁଟିକୁ କିଣିନେବା ପରେ ଧରା ନ ପଡ଼ିବା ପାଇଁ ନିଜ ଭାଇଙ୍କୁ ପାଳିବାକୁ ଦେଇଥିଲେ। ସେ ତାଙ୍କୁ ପାଇଥିବା ଜଣାଥିଲେ ଶ୍ରୀନିବାସ।
ଜନ୍ମ ପୂର୍ବରୁ ହୋଇଥିଲା ଡିଲ୍‌
ଭାରତୀ ଗର୍ଭବତୀ ଥିବା ଜାଣିବା ପରେ ତପନ ଶ୍ରୀନିବାସଙ୍କ ସହ ଶିଶୁ ବିକ୍ରି ନେଇ କଥା ହୋଇଥିଲେ। ଯଦି ପୁଅ ହୁଏ ତେବେ ଶ୍ରୀନିବାସ ୫୦ହଜାର ଟଙ୍କାରେ ପୁଅଟିକୁ କିଣିବେ ବୋଲି ଡିଲ୍‌ ଫାଇନାଲ ହୋଇଥିଲା। ଭାଗ୍ୟକୁ ଭାରତୀଙ୍କର ମଧ୍ୟ ପୁଅ ହୋଇଥିଲା। ଏହାପରେ ଶ୍ରୀନିବାସ ତାଙ୍କୁ ବିକ୍ରି କରିଦେଇ ଭାରତୀଙ୍କୁ ଛାଡ଼ି ପଳାଇବାର ଯୋଜନା କରିଥିଲେ। ଯୋଜନା ମୁତାବକ ଶିଶୁଟିକୁ ପୋଲିଓ ଦେବାର ବାହାନା କରି ତପନ ଭାରତୀଙ୍କୁ ବାଇକରେ ଖୋର୍ଦ୍ଧା ଅଞ୍ଚଳର ପିଚୁପଲ୍ଲୀକୁ ନେଇଥିଲେ। ସେଠାରେ ତାଙ୍କୁ ଅପେକ୍ଷା କରିବାକୁ କହି ତପନ ଶିଶୁପୁତ୍ରକୁ ନେଇ କିଛି ଦୂର ଚାଲି ଚାଲି ଯାଇ ଶ୍ରୀନିବାସଙ୍କୁ ବିକ୍ରି କରିଥିଲେ। ପରେ ଭାରତୀଙ୍କ ପାଖକୁ ଫେରି ଆସି ଘରକୁ ଯିବା ପାଇଁ କହିଥିଲେ। ପୁଅ କାହିଁ ବୋଲି ଭାରତୀ ପଚାରିବାରୁ ତପନ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ଏଥିସହିତ ପୋଲିସ ନିକଟରେ କହିଲେ ତାଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଥିଲେ।
ଚାଇଲ୍ଡ ଲାଇନ୍‌ର ହସ୍ତକ୍ଷେପ ପରେ ତତ୍ପରତା
ତପନ ଶିଶୁପୁତ୍ରକୁ ବିକ୍ରି କରିବା ପରେ ଅର୍ଥାତ୍‌ ୨୦୨୦ ଅକ୍ଟୋବର ୫ରେ ଭାରତୀ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଶିଶୁ ଚୋରି ଓ ଅପହରଣ ଦଫାକୁ ଛାଡ଼ି ଆଇପିସି ଧାରା ୪୯୩/୪୧୭/୨୯୪ରେ ମାମଲା ରୁଜୁ କରିଥିଲା। ଏଥିସହିତ ଶିଶୁଟିକୁ ଉଦ୍ଧାର ମଧ୍ୟ କରି ନ ଥିଲା। ପୋଲିସ ପାଖରୁ ବିଫଳ ହୋଇ ଭାରତୀ ଚାଇଲ୍ଡ ଲାଇନର ଦ୍ୱାରସ୍ଥ ହୋଇଥିଲେ। ଚାଇଲ୍ଡ ଲାଇନ ପକ୍ଷରୁ ଭୁବନେଶ୍ୱର ଡିସିପି, ସିଡବ୍ଲ୍ୟୁସି ଓ ଡିସିପିଓଙ୍କୁ ଅବଗତ କରାଯାଇଥିଲା। ଚାରିଆଡୁ ଚାପ ପଡ଼ିବା ପରେ ନୟାପଲ୍ଲୀ ଥାନା ପୋଲିସ ମାମଲାରେ ଆଇପିସି ଦଫା ୪୯୮(ଏ)/୩୬୩/୩୭୦/୩୪ ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri