୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥିସହିତ କାଳବୈଶାଖୀ ମଧ୍ୟ ହେବ। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ। ତେବେ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ୮ଟି ଜିଲାରେ କାଳବୈଶାଖୀ ସହ ବଜ୍ରପାତ ହେବ। ସେଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବର୍ଷା ସତ୍ତ୍ୱେ ରାଜ୍ୟରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା। ସୋନପୁରରେ ସର୍ବାଧିକ ୪୧.୨ ଡିଗ୍ରୀ ଥିବାବେଳେ ବୌଦ୍ଧ ୪୦.୫ ଓ ଟିଟିଲାଗଡ଼ର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି ୩୯.୫, ସମ୍ବଲପୁର ୩୯.୨, ଅନୁଗୋଳ ୩୯.୧, ସୁନ୍ଦରଗଡ଼ ୩୯, ବଲାଙ୍ଗୀର ୩୮.୮, ତାଳଚେର ୩୮.୭, ଫୁଲବାଣୀ ୩୮.୫, ଭବାନୀପାଟଣା ୩୮.୪, ହୀରାକୁଦ ୩୮.୩ ଡିଗ୍ରୀ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ...

ବନ୍ଦ କାର୍‌ ଭିତରୁ ଅଣନିଃଶ୍ୱାସୀ ହୋଇ ଶିଶୁକନ୍ୟା ଉଦ୍ଧାର ଘଟଣା: ମା’ବାପାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ, କରୁଛି ପଚରାଉଚରା

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବନ୍ଦ କାର୍‌ରୁ ଦେଢ଼ବର୍ଷର ଶିଶୁକନ୍ୟା ଅଣନିଃଶ୍ୱାସୀ ଭାବେ ଉଦ୍ଧାର ହେବା ଘଟଣାରେ ଟାଉନ ଥାନା...

କଟକ ନକଲି ଔଷଧ: ଦୁଇ ଷ୍ଟକିଷ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୧ା୯: ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ...

ଭୋଟ୍‌କେନ୍ଦ୍ରରେ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୮।୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ...

ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି...

ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି...

ଅଫିସରଙ୍କ ବେଖାତିରକୁ ନେଇ ପ୍ରଶ୍ନ: ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ମୋହନ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଅଫିସର ଆମକୁ ଖାତିର କରୁ ନାହାନ୍ତି। ବସିବା ପାଇଁ ଚେୟାର ଖଣ୍ଡେ ଦେଉନାହାନ୍ତି। ଆମେ କିଛି ପଚାରିଲେ ସେମାନେ ସିଟ୍‌ରୁ ଉଠୁନାହାନ୍ତି। ମୁଁ...

ପ୍ରଶ୍ନପତ୍ର ଅଦଳବଦଳର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୫।୮(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାସନ ସଚିବଙ୍କୁ ନିର୍ଦ୍ଦେଶ...

Advertisement
Archives

Model This Week