କୋଭିଡ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତି ଯଦି ଏଭଳି ଲାଗି ରହେ, ତେବେ ଆଗକୁ ଆହୁରି ଜଟିଳ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଛି। ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ଏହା ବସିବ। ଆଗକୁ କୋଭିଡ୍‌ ସ୍ଥିତି ନେଇ କ’ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏଥିଲାଗି ବିଧାନସଭା ସମ୍ମିଳନୀ କକ୍ଷରେ ସବୁ ବିଧାୟକଙ୍କୁ ଭାଗ ନେବା ଲାଗି ବ୍ୟବସ୍ଥା ହୋଇଛି। ସର୍ବଦଳୀୟ ବୈଠକ ଡାକିବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ବର ଉଠାଇଥିଲେ। ବୈଠକରେ ଯଦି କୌଣସି ବିଧାୟକଙ୍କ ଯୋଗଦେବା ସମ୍ଭବ ନ ହୁଏ ତେବେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଭାଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ: ଗଣଶିକ୍ଷା ବିଭାଗ ଓ ଅକ୍ଷରା ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅକ୍ଷରା ଫାଉଣ୍ଡେଶନ ସହଯୋଗରେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ। ରାଜ୍ୟର ପ୍ରାଥମିକ...

କରୋନା ମୁକାବିଲା: ବୁଧବାରଠୁ ନୂଆ ହେଳ୍ପଲାଇନ ନମ୍ବର-୧୪୪୧୦, ଡାକ୍ତରଙ୍କଠାରୁ ପରାମର୍ଶ ନେବେ ରାଜ୍ୟବାସୀ

ଭୁବନେଶ୍ୱର, ୭।୪(ବ୍ୟୁରୋ)- ରାଜ୍ୟ ସରକାର କୋଭିଡ୍‌-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର...

ବାଲୁକାକଳାରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଆଜି ୭୦ତମ ସମ୍ବିଧାନ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ରତା,ସମାନତା...

ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ...

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ...

ଓକିଲଙ୍କ ଆନ୍ଦୋଳନ ସ୍ଥଗିତ: ମଙ୍ଗଳବାର ଖୋଲିବ ସରକାରୀ କାର୍ଯ୍ୟାଳୟ

ବରଗଡ଼ ଅଫିସ,୧୪।୧୦: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ଚଳାଇଥିବା ଅର୍ଥନୈତିକ ଅବରୋଧ ଏବଂ...

ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର ଅଫିସ/ସୋର.୬ା୫(ଡି.ଏନ୍‌.ଏ): ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ତଥା ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର(୯୭)ଙ୍କର ବୁଧବାର ସହଦେବଖୁଣ୍ଟାସ୍ଥିତ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ...

ଟ୍ରାଫିକ ଡ୍ୟୁଟିବେଳେ ଫୋନ୍‌ରେ ଗପିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଅନେକ ସମୟରେ ଟ୍ରାଫିକ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମୋବାଇଲ୍‌ ଫୋନ୍‌ରେ ଗପୁଥିବା ନଜିର ରହିଛି। ଏଭଳି ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ...

Advertisement


Archives

Model This Week

Why Dharitri